ପ୍ରମୂଖ ଖବର
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣ, ଜଣେ ଯବାନ ଗୁରୁତର
  • ||
  • କଟକ: କ୍ୟାଣ୍ଟନମେଣ୍ଟ ଥାନାରୁ ଚମ୍ପଟ ମାରିଲେ ୨ ମହିଳା ଅଭିଯୁକ୍ତ,ବାଲିଯାତ୍ରାରେ ମୋବାଇଲ ଓ ଚେନ୍‌ ଲୁଟ୍‌ ବେଳେ ଧରିଥିଲା ପୋଲିସ
  • ||
  • ବଣାଇ : ଗ୍ରେଡରରେ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ
  • ||
  • କେନ୍ଦ୍ରାପଡ଼ା : ରେଳ ଲାଇନରେ କଟି ଚାଲିଗଲା ଯୁବକଙ୍କ ଜୀବନ, ପରିଚୟ ଅସ୍ପଷ୍ଟ
  • ||
  • ଅନୁଗୁଳ : ମାଆକୁ ପିଟି ପିଟି ହତ୍ୟା କଲା ପୁଅ, ଅଭିଯୁକ୍ତ ଗିରଫ
  • ||
  • ଜାଡରେ ଥରୁଛି ଲମତାପୁଟ, ୬ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଶୀତରେ ଥରୁଛି ଦାରିଙ୍ଗବାଡି, ବଣ ଭୋଜି କରି ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ପାଟଣା : ଭାରସାମ୍ୟ ହରାଇ ଓଲଟିଲା ପିକଅପ୍‌ ଭ୍ୟାନ୍, ଗାଡ଼ିରୁ କୁକୁଡ଼ା ବୋହିନେଲେ ଲୋକେ
  • ||
  • ସରିଲା ଐତିହାସିକ କଟକ ବାଲିଯାତ୍ରା, ଅନ୍ତର୍ଜାତୀୟ ଛୁଙ୍କ ଦେବାରେ ଆୟୋଜକଙ୍କୁ ସଫଳତା
  • ||
  • ଲକ୍ଷ୍ମଣନାଥ ଟୋଲ ପ୍ଲାଜାକୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ଜୀବନ୍ତ ଦଗ୍ଧ ହେଲେ ଡ୍ରାଇଭର
  • ||
  • ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା, ଆହୁରି ଖସିବ ପାରଦ: ରାଉରକେଲାରେ ଘନ କୁହୁଡ଼ି
  • ||

ସୋମବାର ମହାପ୍ରଭୁଙ୍କ ହେବ ପଇତାଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ, ୨୪/୧୧ : ସୋମବାର ମାର୍ଗଶୀର କୃଷ୍ଣ ଦଶମୀ ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିରରେ ଚାରି ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୫ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ଶ୍ରୀଜୀଉମାନଙ୍କ ଠାରେ ଦୈନଦିନ ଲାଗି ହେଉଥିବା ଚନ୍ଦନର ସୁରକ୍ଷା ନିମନ୍ତେ ମହାପ୍ରଭୁଙ୍କର ପଇତା ଲାଗି କରାଯାଇଥାଏ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପାଟରା ସେବକଙ୍କୁ ପଇତା ବୋଳିବା ପାଇଁ ତିନି ରଙ୍ଗର ବାସୁଙ୍ଗାପାଟ ଯୋଗାଇଦିଆଯାଇ ଥାଏ । ପାଟରା ସେବକ ଉକ୍ତ ବାସୁଙ୍ଗା ପାଟ ନେଇ ଶ୍ରୀଲକ୍ଷ୍ମୀ ମନ୍ଦିର ଜଗମୋହନରେ ବସି ପାଟ ପଇତା ବୋଳିଥାନ୍ତି । ପରେ ସେହି ବାସୁଙ୍ଗା ପାଟରେ ପଇତା ଲାଗି କରାଯାଇଥାଏ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଦ୍ୱିତୀୟ ଭୋଗ ମଣ୍ଡପ ବଢିବା ପରେ ସନ୍ଧ୍ୟା ୫ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ପଇତା ଲାଗି ନୀତି ପରେ ଠାକୁରଙ୍କୁ ମହାସ୍ନାନ କରାଯାଇ ପୁନର୍ବାର ଦର୍ଶନ ବ୍ୟବସ୍ଥା ଚାଲୁ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.