ଭୁବନେଶ୍ଵର, ୨୪/୧୧ : ସରକାରୀ କ୍ଵାର୍ଟର ଜବରଦଖଲ କଲେ କିମ୍ଵା ଭଡା ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ। କଠୋର ହେବେ ସରକାର। ସରକାରୀ କ୍ଵାର୍ଟର ଅଲଟମେଣ୍ଟ ହୋଇଥିବା ବ୍ୟକ୍ତି ଏବଂ ଭଡାରେ ରହୁଥିବା ବ୍ୟକ୍ତିଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ। ସରକାରୀ କର୍ମଚାରୀଙ୍କୁ ତାଗିଦ୍ କଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ପୂର୍ତ୍ତ ମନ୍ତ୍ରୀ କହିଛନ୍ତି ଯେ, ଅନେକ ଜାଗାରେ ସରକାରୀ କ୍ଵାର୍ଟର ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। ଅନେକ ଜାଗାରେ ଲୋକେ କ୍ଵାର୍ଟର ମାଡି ବସିଛନ୍ତି। ଏହା ଉପରେ GA ବିଭାଗ ଏକ ତାଲିକା ପ୍ରସ୍ତୁତ କରୁଛି। ଏଭଳି ସ୍ଥାନରେ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ସରକାରୀ କ୍ଵାର୍ଟର ଯେମିତି ମିଳିବା କଥା ସେଭଳି ବ୍ୟବସ୍ଥା ହେବ। ଯେଉଁ ଅଞ୍ଚଳରେ ଘର ହେଉଛି ବା ପୁରୁଣା ହୋଇଗଲାଣି ତାକୁ ଭାଙ୍ଗି ନୂଆ ଆକାରରେ ଭର୍ଟିକାଲ ଆକାରରେ ତିଆରି କରାଯିବ। ଏନେଇ ସରକାର ଯୋଜନା କରୁଛନ୍ତି। ଯାହାଫଳରେ ଗୋଟିଏ ଜାଗାରେ ବହୁତ ଲୋକ ରହିପାରିବେ। ସେହି ବାବଦରେ ଆମ ସରକାର କାର୍ଯ୍ୟ କରୁଛି ବୋଲି ମନ୍ତ୍ରୀ କହିଛନ୍ତି।