ଭୁବନେଶ୍ଵର, ୨୪/୧୧ : ଦିନେ ଦୁଇ ଦିନ ଭିତରେ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ। ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି ଓ ଗଣତି ମଣତି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ଜିପିଏସ ରିପୋର୍ଟରେ ଅନ୍ୟ କିଛି ସୁଡ଼ଙ୍ଗ ନଥିବା ସ୍ପଷ୍ଟ ହୋଇଛି। ଧାତବ ଜିନିଷ ଥିବା ନେଇ ପରିକଳ୍ପନା ଥିଲା କିନ୍ତୁ ସେମିତି କିଛି ବି ନାହିଁ।
ପୃଥ୍ୱୀରାଜ କହିଛନ୍ତି ଯେ, ଦ୍ଵିତୀୟ ପର୍ଯ୍ୟାୟରେ ଛତିଶା ନିଯୋଗ ସହ ମନ୍ଦିର ପ୍ରଶାସନର ଆଲୋଚନା ସରିଛି। ଆଜି ଏଏସଆଇ ସିଡ୍ୟୁଲ ଦାଖଲ କରିବ। ତୁରନ୍ତ କାମ ଆରମ୍ଭ ପାଇଁ ଏଏସଆଇକୁ ଅନୁମତି ପତ୍ର ଦେଇଛି ମନ୍ଦିର ପ୍ରଶାସନ। ଆଶା କରୁଛୁ ଦିନେ ଦୁଇ ଦିନରେ କାମ ଆରମ୍ଭ ହେବ। ଭିତର ସଫା କରି ଶୀଘ୍ର ମରାମତି କାମ ଆରମ୍ଭ ହେବ। ଆଗ ମରାମତି ସରିଲେ ଆସ୍ଥୟୀ ରତ୍ନଭଣ୍ଡାରରୁ ଅଳଙ୍କାର ଭିତରକୁ ଯିବ। ତାପରେ ଏକ ସୁରକ୍ଷିତ ପରିବେଶ ଓ ପରିସ୍ଥିତିରେ ଗଣତି ମଣତି ହେବ।