ପ୍ରମୂଖ ଖବର
  • ଯୁବକଙ୍କ ହାତଗୋଡ ବାନ୍ଧି ଭୋଗରାଇ ଥାନାରେ ନିର୍ଯାତନା ଦେବା ଘଟଣା, ଆଇଆଇସି ନିଲମ୍ବିତ
  • ||
  • ବାସୁଦେବପୁର : ଖେଳୁଥିବା ବେଳେ ପୋଖରୀରେ ପଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ଜନତା ମଇଦାନରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମାରୋହ, ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ
  • ||
  • ରାଉରକେଲା : ୨ କାର୍‌ ସହ ବିପୁଳ ନକଲି ବିଦେଶୀ ମଦ ଜବତ, ଦୁଇ ମାଫିଆ ସହ ଚାଲାଣକାରୀ ଗିରଫ
  • ||
  • ରାଉରକେଲା : ଲଗାଣ ବର୍ଷାରେ ବେହାଲ ଇସ୍ପାତ ସହର, ଘରେ ଘରେ ପଶିଲା ପାଣି
  • ||
  • କନ୍ଧମାଳ : ସରକାରୀ ଟଙ୍କା ଆତ୍ମସାତ କରିବା ପଡ଼ିଲା ମହଙ୍ଗା, ପୂର୍ବତନ ପିଇଓ ଅକ୍ରୁର ମାଝୀ ଗିରଫ
  • ||
  • କେନ୍ଦୁଝର : ଘର ଭାଙ୍ଗି ପରିବା ଚାଷ ନଷ୍ଟ କଲେ ହାତୀ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଜାପାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ
  • ||
  • ଶୁକ୍ରବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ: ଆଜି ହେବ କାରକେଡ୍‌ ରିହର୍ସାଲ, ଜଗିବେ ୧୩୩ ପ୍ଲାଟୁନ୍‌ ଫୋର୍ସ
  • ||
  • ଅପରେସନ୍ ସିନ୍ଧୁ: ଇରାନରୁ ସ୍ବଦେଶ ଫେରିଲେ ୧୧୦ ଜଣ ଭାରତୀୟ, ଆର୍ମେନିଆ ଦେଇ ସୁରକ୍ଷିତ ଭାବରେ ଫେରିଲେ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ୍, ୨୦ରୁ ଅଧିକ ସ୍ଥାନରେ ଚଢାଉ
  • ||
  • ଘନୀଭୂତ ହେଉଛି ଲଘୁଚାପ: ଆଜି ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, କାଲି ୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଶିକ୍ଷା ମନ୍ତ୍ରଣାଳୟର ପ୍ରଦର୍ଶନ ଇଣ୍ଡେକ୍ସ, ଶ୍ରେଷ୍ଠ ୫ ରାଜ୍ୟରେ ଓଡ଼ିଶା

Published By : Prameya | June 19, 2025 1:28 PM

Image source : India Today

ଭୁବନେଶ୍ୱର,୧୯/୦୬: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ  ଜାରି ପରର୍ଫମାନ୍ସ ଗ୍ରେଡିଂ ଇନଡେକ୍ସ ତାଲିକାରେ ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ  ସ୍ଥାନ ପାଇଛି ଓଡ଼ିଶା । ବୁଧବାର ମନ୍ତ୍ରଣାଳୟ ପକ୍ଷରୁ ପରର୍ଫମାନ୍ସ  ଗ୍ରେଡିଂ ଇଣ୍ଡେକ୍ସର ୨୦୨୩-୨୪ର  ତାଲିକା ଜାରି ହୋଇଛି । ଶ୍ରେଷ୍ଠ  ୫ ତାଲିକାରେ ଓଡ଼ିଶା ସମେତ ଚଣ୍ଡିଗଡ଼, ପଞ୍ଜାବ, ଦିଲ୍ଲୀ ଓ  ଗୁଜୁରାଟ ସ୍ଥାନ ପାଇଛି । 

ବିଦ୍ୟାଳୟ ଓ ଗଣଶିକ୍ଷା କ୍ଷେତ୍ରରେ ଓଡ଼ିଶା ୨୦୨୨-୨୩ ତୁଳନାରେ ୨୦୨୩- ୨୪ରେ ଦୁଇ ଗୁଣା ଉନ୍ନତି କରିଥିବା  ରିପୋର୍ଟରେ ଦର୍ଶାଯାଇଛି ।  ୨୦୨୨-୨୩ର ପରର୍ଫମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ତାଲିକାରେ ଓଡ଼ିଶାର କୌଣସି ଜିଲ୍ଲା ଉତ୍ତମ-୩ ବର୍ଗରେ ନଥିଲା । ମାତ୍ର ୨୦୨୩- ୨୪ ତାଲିକାର ଉତ୍ତମ-୩ ବର୍ଗରେ ରାଜ୍ୟର କେବଳ ଝାରସୁଗୁଡ଼ା ଜିଲ୍ଲା ସ୍ଥାନ ପାଇଛି । ୬ ଶହ  ନମ୍ବରରୁ ଝାରସୁଗୁଡ଼ା ୩୮୩ ସ୍କୋର କରିପାରିଛି । 

୨୦୨୨-୨୩  ତାଲିକାରେ ଓଡ଼ିଶାର ୧୨ ଜିଲ୍ଲା  ପ୍ରଚେଷ୍ଟା-୧ ବର୍ଗରେ ଥିଲା ।  ୨୦୨୩-୨୪ ତାଲିକାରେ ଏହା ଦୁଇ  ଗୁଣ ବୃଦ୍ଧି ପାଇ ୨୪ରେ ପହଞ୍ଚିଛି ।  ପ୍ରଚେଷ୍ଟା-୧ ବର୍ଗରେ ଖୋର୍ଦ୍ଧା,  କଟକ, ନୂଆପଡ଼ା, ଜଗତସିଂହପୁର,  ଅନୁଗୁଳ, କୋରାପୁଟ, ସୁନ୍ଦରଗଡ଼,  ନୟାଗଡ଼, ଢେଙ୍କାନାଳ, ଗଞ୍ଜାମ,  ସମ୍ବଲପୁର, କେନ୍ଦ୍ରାପଡ଼ା, କଳାହାଣ୍ଡି,  ଭଦ୍ରକ, ସୋନପୁର, ବରଗଡ଼, ମାଲକାନଗିରି, ବାଲେଶ୍ୱର, ଦେବଗଡ଼,  କେନ୍ଦୁଝର, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ଓ  ଯାଜପୁର ଜିଲ୍ଲା ସ୍ଥାନ ପାଇଛି । ପ୍ରଚେଷ୍ଟା-୨ ବର୍ଗରେ  ୨୦୨୨-୨୩ ତାଲିକାରେ ଓଡ଼ିଶାର ୧୮ଟି ଜିଲ୍ଲା  ରହିଥିଲା । ୨୦୨୩-୨୪ ବେଳକୁ ଏହି ତାଲିକାରେ  କେବଳ ପୁରୀ, ଗଜପତି, ମୟୂରଭଞ୍ଜ, ନବରଙ୍ଗପୁର  ଓ ରାୟଗଡ଼ା ଜିଲ୍ଲା ରହିଛି । 

ଉଲ୍ଲେଖଯୋଗ୍ୟ,  ରାଜ୍ୟଗୁଡ଼ିକର ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ମାନ  ଯାଞ୍ଚ କରି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ  ପରର୍ଫମାନ୍ସ ଗ୍ରେଡିଂ ଇନଡେକ୍ସ ରିପୋର୍ଟ ପ୍ରକାଶ  କରିଥାଏ । ଏଥିରେ ୬ ବର୍ଗର ୭୪ ସୂଚକାଙ୍କରେ  ୬ଶହ ନମ୍ବରରୁ ମୂଲ୍ୟାୟନ କରାଯାଇଥାଏ । ଶିକ୍ଷକ ଉପଲବ୍ଧି ଓ ବୃତ୍ତିଗତ ଉନ୍ନତି, ଭିତ୍ତିଭୂମି, ସୁବିଧା  ସୁଯୋଗ, ବିଦ୍ୟାଳୟରେ ନିରାପତ୍ତା ବ୍ୟବସ୍ଥା, ଛାତ୍ର  ସୁରକ୍ଷା, ଡିଜିଟାଲ୍‌ ଶିକ୍ଷା, ଉପସ୍ଥାନ, ନେତୃତ୍ୱ ବିକାଶ  ପ୍ରମୁଖ ସୂଚକାଙ୍କୁ ବିଚାରକୁ ନିଆଯାଇଥାଏ ବୋଲି  ମନ୍ତ୍ରଣାଳୟ ପକ୍ଷରୁ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.