ପ୍ରମୂଖ ଖବର
  • ଯୁବକଙ୍କ ହାତଗୋଡ ବାନ୍ଧି ଭୋଗରାଇ ଥାନାରେ ନିର୍ଯାତନା ଦେବା ଘଟଣା, ଆଇଆଇସି ନିଲମ୍ବିତ
  • ||
  • ବାସୁଦେବପୁର : ଖେଳୁଥିବା ବେଳେ ପୋଖରୀରେ ପଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ଜନତା ମଇଦାନରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମାରୋହ, ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ
  • ||
  • ରାଉରକେଲା : ୨ କାର୍‌ ସହ ବିପୁଳ ନକଲି ବିଦେଶୀ ମଦ ଜବତ, ଦୁଇ ମାଫିଆ ସହ ଚାଲାଣକାରୀ ଗିରଫ
  • ||
  • ରାଉରକେଲା : ଲଗାଣ ବର୍ଷାରେ ବେହାଲ ଇସ୍ପାତ ସହର, ଘରେ ଘରେ ପଶିଲା ପାଣି
  • ||
  • କନ୍ଧମାଳ : ସରକାରୀ ଟଙ୍କା ଆତ୍ମସାତ କରିବା ପଡ଼ିଲା ମହଙ୍ଗା, ପୂର୍ବତନ ପିଇଓ ଅକ୍ରୁର ମାଝୀ ଗିରଫ
  • ||
  • କେନ୍ଦୁଝର : ଘର ଭାଙ୍ଗି ପରିବା ଚାଷ ନଷ୍ଟ କଲେ ହାତୀ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଜାପାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ
  • ||
  • ଶୁକ୍ରବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ: ଆଜି ହେବ କାରକେଡ୍‌ ରିହର୍ସାଲ, ଜଗିବେ ୧୩୩ ପ୍ଲାଟୁନ୍‌ ଫୋର୍ସ
  • ||
  • ଅପରେସନ୍ ସିନ୍ଧୁ: ଇରାନରୁ ସ୍ବଦେଶ ଫେରିଲେ ୧୧୦ ଜଣ ଭାରତୀୟ, ଆର୍ମେନିଆ ଦେଇ ସୁରକ୍ଷିତ ଭାବରେ ଫେରିଲେ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ୍, ୨୦ରୁ ଅଧିକ ସ୍ଥାନରେ ଚଢାଉ
  • ||
  • ଘନୀଭୂତ ହେଉଛି ଲଘୁଚାପ: ଆଜି ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, କାଲି ୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଜି-୭ ଶିଖର ସମ୍ମିଳନୀ ୨୦୨୫; ସମସ୍ତ ଜି-୭ ନେତାମାନଙ୍କୁ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

Published By : Bijay Swain | June 19, 2025 5:51 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କାନାଡାର କାନାନାସ୍କିସ୍‌ରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସେ ବିଭିନ୍ନ ଦେଶର ରାଷ୍ଟ୍ର ନେତାମାନଙ୍କୁ ଭାରତୀୟ ସସ୍କୃତି ସହ ଜଡିତ ବିଭିନ୍ନ ଉପହାରମାନ ଦେଇଛନ୍ତି। ଏହି ପରିପ୍ରେକ୍ଷିରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଙ୍କୁ ପିଏମ ମୋଦି ଭାରତୀୟ ହସ୍ତଶିଳ୍ପର ଏକ ଉତ୍କୃଷ୍ଟ ନମୁନା, ତାମିଲନାଡୁରୁ ନିର୍ମିତ ଡୋକ୍ରା ନନ୍ଦୀ ମୂର୍ତି ଉପହାର ଭାବେ ଦେଇଛନ୍ତି। ଏହି ଉପହାର ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଶିଳ୍ପକୌଶଳକୁ ଆନ୍ତର୍ଜାତୀୟ ମଞ୍ଚରେ ପ୍ରଦର୍ଶନ କରିବା ସହ ଭାରତ ଓ ଫ୍ରାନ୍ସ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜବୁତ କରିଛି।

ଡୋକ୍ରା ନନ୍ଦୀ ମୂର୍ତି ଏକ ପାରମ୍ପରିକ ଧାତୁ ଶିଳ୍ପ। ଯାହା ପ୍ରାଚୀନ ‘ଲଷ୍ଟ-ୱାକ୍ସ’ (ମହମ ଢଳାଇ) ପଦ୍ଧତିରେ ନିର୍ମିତ ହୋଇଥାଏ। ଏହି ମୂର୍ତି ଭଗବାନ ଶିବଙ୍କ ପବିତ୍ର ବାହନ ନନ୍ଦୀଙ୍କୁ ପ୍ରତିନିଧିତ୍ୱ କରୁଛି।  ସେହିଭଳି ତାମିଲ ସଂସ୍କୃତିରେ ନନ୍ଦିଙ୍କୁ ଶକ୍ତି, ଧୈର୍ଯ୍ୟ ଓ ଭକ୍ତିର ପ୍ରତୀକ ଭାବେ ପୂଜା କରାଯାଏ। ମୂର୍ତିର ଖୋଲା ଜାଲି ଆକୃତି ଓ ସୂକ୍ଷ୍ମ ଖୋଦନ ଡୋକ୍ରା ଶିଳ୍ପର ବୈଶିଷ୍ଟ୍ୟକୁ ପ୍ରତିଫଳିତ କରେ। ଏହାର ପିତ୍ତଳ ଫିନିସ୍‌ ସହ ଲାଲ ରଙ୍ଗର ସାଡ଼ଲ ଏକ ରାଜକୀୟ ଓ ଆଧ୍ୟାତ୍ମିକ ରୂପ ପ୍ରଦାନ କରିଛି।

ସେହିଭଳି ପିଏମ ମୋଦୀ କାନାଡିଆନ ପ୍ରଧାନମନ୍ତ୍ରୀ ମାର୍କ କାର୍ନେଙ୍କୁ ବିହାରର ହସ୍ତକଳାରେ ନିର୍ମିତ ପିତ୍ତଳ ବୋଧି ଗଛ ଉପହାର ଦେଇଛନ୍ତି। ଏହି ହସ୍ତକଳା ସମଗ୍ର ବିହାରକୁ ପ୍ରିତିନିଧିତ୍ତ୍ୱ କରୁଛି। କାରଣ ଏହି ଗଛ ମୁଳେ ବସି ଗୌତମ ବୁଦ୍ଧ ବୁଦ୍ଧତ୍ତ୍ୱ ପ୍ରାପ୍ତ କରିଥିଲେ। ଏହି ହସ୍ତକଳାକୁ ଜ୍ଞାନ, ଶାନ୍ତି ଏବଂ ଆଧ୍ୟାତ୍ମିକ ଜାଗରଣର ପ୍ରତୀକ ଭାବେ ଅଭିହିତ କରାଯାଇଥାଏ। ସେହିଭଳି ମେକ୍ସିକୋର ରାଷ୍ଟ୍ରପତି କ୍ଲାଉଦିଆ ସେଇନବାଉମ ପାର୍ଦୋଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଏକ ପାରମ୍ପରିକ ୱାର୍ଲୀ କଳା ଯୁକ୍ତ ପେଣ୍ଟିଂ ପ୍ରଦାନ କରିଛନ୍ତି। ଯାହା ଭାରତର ମହାନ ଆଦିବାସୀ ସଂସ୍କୃତିକୁ ବିଶ୍ୱ ଦରବାରରେ ପ୍ରତିଫଳିତ କରିଛି। 

ସମାନ ଢଙ୍ଗରେ ପିଏମ ମୋଦୀ ସାଉଥ କୋରିଆ ରାଷ୍ଚ୍ରପତି ଲି ଜେଇ ମ୍ୟୁଙ୍ଗଙ୍କୁ ପାରମ୍ପରିକ ମଧୁବନି ପେଣ୍ଟିଂ, ସାଉଥ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋଜାଙ୍କୁ ଡୋକ୍ରା କାମଯୁକ୍ତ ପତ୍ତଳ ଘୋଡା, ବ୍ରାଜିଲର ରାଷ୍ଚ୍ରପତି ଲୁଲା ଦା ସିଲଭାଙ୍କୁ ମେଘାଳୟର ପ୍ରସିଦ୍ଧ କେନ ଓ ବାୁଁଶରୁ ପ୍ରସ୍ତୁତ ଡଙ୍ଗା, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କୁ କୋହ୍ଲାପୁରୀ ଶୌଳୀରେ ନିର୍ମିତ ରୂପା ଫରୁଆ, ଜର୍ମାନ ଚାନସିଲର ଫ୍ରିଡରିଚ୍ ମର୍ଜଙ୍କୁ କୋଣାର୍କ ଚକର ଏକ ପ୍ରସ୍ତର ଖୋଦେଇ କାମ, କାନାଡାର ଗଭର୍ଣ୍ଣର ଜେନେରାଲଙ୍କୁ କଟକର ତାରକସି କାମ ଯୁକ୍ତ କ୍ଲଚ ପର୍ସ, ଅଲବର୍ତ୍ତାର ପ୍ରିମିୟର ଡାନିଏଲ ସ୍ମିଥଙ୍କୁ ରାଜସ୍ଥାନର ଇବୋନି କାଠ ଜାଲିକାମ ଯୁକ୍ତ ବାକ୍ସ ଓ ଆଲବର୍ତ୍ତାର ଲେଫ୍ଚିନେଣ୍ଟ ଗଭର୍ଣ୍ଣର ସଲମା ଲଖାନିଙ୍କୁ ଜମ୍ମୁ ଓ କାଶ୍ମୀରର ସୁନା ଜରି କାମ ଯୁକ୍ତ ମ୍ୟାଚ୍ ବକ୍ସ ଉପହାରରେ ହେଇଥିଲେ। 

ଏହି ଉପହାର କେବଳ ଏକ କଳାକୃତି ନୁହେଁ, ବରଂ ଭାରତୀୟ ସଂସ୍କୃତି ଓ ଶିଳ୍ପକୁ ବିଶ୍ୱ ମଞ୍ଚରେ ପ୍ରୋତ୍ସାହିତ କରିବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରୟାସର ଏକ ଅଂଶ। ଡୋକ୍ରା ଶିଳ୍ପ, ଯାହା ତାମିଲନାଡୁ ଓ ଅନ୍ୟାନ୍ୟ ଭାରତୀୟ ରାଜ୍ୟରେ ପ୍ରଚଳିତ, ଶତାବ୍ଦୀ ପୁରୁଣା ପରମ୍ପରାକୁ ପ୍ରତିନିଧିତ୍ୱ କରେ। ଏହାକୁ ଉପହାର ଦେବା ଦ୍ୱାରା ମୋଦୀ ଭାରତର ହସ୍ତଶିଳ୍ପୀମାନଙ୍କ କୌଶଳକୁ ସମ୍ମାନ ଜଣାଇଛନ୍ତି ଓ ଏହାର ଆନ୍ତର୍ଜାତୀୟ ପ୍ରଚାରକୁ ବୃଦ୍ଧି କରିଛନ୍ତି।

ଫ୍ରାନ୍ସ ଓ ଭାରତ ମଧ୍ୟରେ ଦୀର୍ଘଦିନୀୟ ସାଂସ୍କୃତିକ ଓ କୂଟନୈତିକ ସମ୍ପର୍କ ରହିଛି। ଏହି ଉପହାର ଦୁଇ ଦେଶ ମଧ୍ୟରେ ସଦ୍‌ଭାବନା ଓ ପାରସ୍ପରିକ ସମ୍ମାନର ପ୍ରତୀକ ଭାବେ ରହିଆସିଛି। ପୂର୍ବରୁ ୨୦୨୨ ମସିହାରେ ମୋଦୀ ମାକ୍ରୋଙ୍କୁ ଲକ୍ଷ୍ନୌରେ ନିର୍ମିତ ଜର୍ଦୋଜି-କଢ଼ା ବାକ୍ସରେ ଭାରତୀୟ ଇତ୍ର ଉପହାର ଦେଇଥିଲେ। 

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଉପହାର କୂଟନୈତିକ ସମ୍ପର୍କକୁ ସୁଦୃଢ଼ କରିବା ସହ ଭାରତୀୟ ହସ୍ତଶିଳ୍ପ ଶିଳ୍ପକୁ ବିଶ୍ୱବ୍ୟାପୀ ପ୍ରୋତ୍ସାହିତ କରିବାରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହା ଭାରତର ‘ମେକ ଇନ ଇଣ୍ଡିଆ’ ଓ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ମଧ୍ୟ୍ୟ ପ୍ରୋତ୍ସାହିତ କରିଥାଏ।  ଯେଉଁଥିରେ ସ୍ଥାନୀୟ ଶିଳ୍ପୀମାନଙ୍କୁ ସଶକ୍ତ କରିବା ଓ ସେମାଙ୍କ କାର୍ଯ୍ୟକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.