ନୂଆଦିଲ୍ଲୀ,୧୯/୦୬:୫ ବିଧାନସଭା ଆସନ ପାଇଁ ୪ ରାଜ୍ୟରେ ଉପ-ନିର୍ବାଚନ । ଗୁଜୁରାଟର ୨ଟି ବିଧାନସଭା ଆସନ, କେରଳ, ପଶ୍ଚିମବଙ୍ଗ ଏବଂ ପଞ୍ଜାବରେ ଗୋଟିଏ ଲେଖାଏଁ ଆସନ ପାଇଁ ଚାଲିଛି ଭୋଟିଂ। ଭୋଟିଂ ପରେ ୨୩ ତାରିଖରେ ଭୋଟ୍ ଗଣତି କରାଯିବ । ତେବେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବା ଆସନ ମଧ୍ୟରେ କେରଳର ନିଲାମ୍ବୁରୁ ରାଜ୍ୟ ରାଜନୀତି ଦୃଷ୍ଟିକୋଣରୁ ଖୁବ ଗୁରୁତ୍ବପୂର୍ଣ୍ଣ । ଏଲଡିଏଫ ସମର୍ଥିତ ବିଭି ଅନବରଙ୍କ ଇସ୍ତଫା ପରେ ଏହି ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଏଥିରେ ବିରୋଧୀ ୟୁଡିଏଫର କଂଗ୍ରେସ ପ୍ରାର୍ଥୀ ଆରିୟାଧାଦ ସୌକାତ, ଶାସକ ଏଲଡିଏଫ ପ୍ରାର୍ଥୀ ଏମ ସ୍ବରାଜ ଓ ସ୍ବାଧୀନପ୍ରାର୍ଥୀ ପିଭି ଅନୱରଙ୍କ ମଧ୍ୟରେ ତ୍ରୀମୁଖୀ ଲଢ଼େଇ ହେଉଛି ।
ସେହିଭଳି ପଞ୍ଜାବ ଲୁଧିୟାନା ପଶ୍ଚିମ ବିଧାନସଭା ଆସନରେ ହେଉଥିବା ଉପନିର୍ବାଚନ ଉପରେ ନଜର ରହିବ । ଏଠାକାର ଆପ୍ ବିଧାୟକ ଗୁରୁପ୍ରୀତ ଗୋଗଇଙ୍କ ମୃତ୍ୟୁ ପରେ ଉପନିର୍ବାଚନ ହେଉଛି । ଆପ୍ ରାଜ୍ୟସଭା ସଭ୍ୟ ସଞ୍ଜୀବ ଆରୋଙ୍କୁ ପ୍ରାର୍ଥୀ କରିଛି । ଦୁଇ ଦୁଇ ଥର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଭାରତ ଭୂଷଣ ଆଶୁ କଂଗ୍ରେସ ପ୍ରାର୍ଥୀ ହିସାବରେ ସଞ୍ଜୟ ଆରୋରାଙ୍କୁ ଜୋରଦାର ଟକ୍କର ଦେଉଛନ୍ତି । ସେହିଭଳି ଗୁଜରାଟ କଡିର ବିଜେପି ବିଧାୟକ କରଣସିଂ ପଞ୍ଜାବୀଭାଇ ଶୋଲାଙ୍କୀଙ୍କ ମୃତ୍ୟୁ ଓ ଭିସାଭଦ୍ରର ଆପ ବିଧାୟକ ଓ ଭୁପେନ୍ଦ୍ରଭାଇ ଭୟାନୀ ଇସ୍ତଫା କାରଣରୁ ଉପନିର୍ବାଚନ ହେଉଛି । ଏହାଛଡ଼ା ପଶ୍ଚିମବଙ୍ଗର କାଲିଗଞ୍ଜ ଟିମଏସି ବିଧାୟକ ନସିରୁଦ୍ଧିନ ଅହମଙ୍କ ମୃତ୍ୟୁ ପରେ ହେଉଛି ଉପ-ନିର୍ବାଚନ ।