ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ସଂସଦରେ‘ମୋଦି-ଆଦାନି ଭାଇ-ଭାଇ’ ଲେଖାଥିବା ବ୍ୟାଗ୍ ଧରି ପହଞ୍ଚିଲେ ପ୍ରିୟଙ୍କା, ରାହୁଲ କହିଲେ ଖୁବ ସୁନ୍ଦର...

Published By : Anindita | December 10, 2024 1:15 PM

ନୂଆଦିଲ୍ଲୀ,୧୦/୧୨:ସଂସଦର ଶୀତକାଳୀନ ଅଧିବେଶନରେ ଆଦାନୀ ପ୍ରସଙ୍ଗକୁ ନେଇ ଥମୁନି ବିରୋଧୀଙ୍କ ହଙ୍ଗାମା । ଏହାରି ମଧ୍ୟରେ ‘ମୋଦି-ଆଦାନି ଭାଇ-ଭାଇ’ ଲେଖାଥିବା ବ୍ୟାଗ ନେଇ ସଂସଦରେ ପହଞ୍ଚିଛନ୍ତି ପ୍ରିୟଙ୍କା ଗାନ୍ଧି। ଆଉ ତାଙ୍କର ଏହି ବ୍ୟାଗକୁ ପ୍ରଶଂସା କରି ବ୍ୟାଗଟି ବେଶ୍ ଭଲ ହୋଇଥିବା କହିଛନ୍ତି ରାହୁଲ ଗାନ୍ଧି ।

ତେବେ ବ୍ୟାଗର ଗୋଟିଏ ପଟେ ମୋଦିଙ୍କ ଫଟୋ ଥିବା ବେଳେ ଅନ୍ୟପଟେ ଆଦାନୀଙ୍କ ଫଟୋ ରହିଛି। ଆଉ ସେଥିରେ ଲେଖା ହୋଇଛି ମୋଦି- ଆଦାନୀ ଭାଇ ଭାଇ । ଏହାରି ମଧ୍ୟରେ ପ୍ରିୟଙ୍କା ଗାନ୍ଧି କହିଛନ୍ତି ଯେ ଆମେ ସଂସଦର ଆଦାନି ଗ୍ରୁପ୍ ଲାଞ୍ଚ ନେବା ପ୍ରସଙ୍ଗରେ ଭାଗ ନେବାକୁ ଚାହୁଛୁ ।ହେଲେ ସରକାର ଏହା ଚାହୁଁ ନାହାନ୍ତି । କୌଣସି ନା କୌଣସି ପ୍ରକାର ବାହାନା କରି ଗୃହକୁ ମୁଲବତୀ କରାଯାଉଛି । ସେପଟେ ସଂସଦରେ ଚର୍ଚ୍ଚା ବେଳେ ସମସ୍ତ ସାଂସଦଙ୍କୁ ଉପସ୍ଥିତ ରହିବାକୁ କହିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ଏହା ପୂର୍ବରୁ ସୋମବାର ରାହୁଲ ଗାନ୍ଧିଙ୍କୁ ରିପୋର୍ଟର ବେଶରେ ଦେଖିବାକୁ ମିଳିଥିଲା । ଏଥିସହିତ ସେ ମୋଦି-ଆଦାନୀଙ୍କ ସମ୍ପର୍କ ,ଅମିତ ଶାହଙ୍କ ଭୂମିକା ଓ ସଂସଦ ନ ଚାଲିବାକୁ ନେଇ ପ୍ରଶ୍ନ କରିଥିଲେ । ସେହିପରି ଅନ୍ୟପଟେ ବିଜେପି ସୋନିଆ ଗାନ୍ଧୀଙ୍କ ଉପରେ ଆମେରିକାର ବ୍ୟବସାୟୀ ଜର୍ଜ ସୋରେଶଙ୍କ ସହ ମିଶି ଭାରତ ବିରୋଧରେ ଏଜେଣ୍ଡା ଚଲାଉଥିବାର ଆରୋପ ଲଗାଇଛି । 



  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.