ପ୍ରମୂଖ ଖବର
  • ବୟକଟ୍ ଇଣ୍ଡିଆରୁ ୱେଲକମ୍ ମୋଦି, ମାଳଦ୍ଵୀପ ବିମାନ ବନ୍ଦରରେ ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ରିଟର୍ଣ୍ଣିଂ ଏବଂ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
  • ||
  • ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୨୫ ଭିଡିଓ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ, ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି
  • ||
  • ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌, ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ
  • ||
  • ଜୟପୁର: ଭିଜିଲାନ୍ସ ପଞ୍ଝାରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍
  • ||
  • ବିକାଶ ହେବ ୬ ବୟନଶିଳ୍ପ ପାର୍କ, ଆଜି ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାମ୍ବୋଡିଆ-ଥାଇଲାଣ୍ଡ ଭୟଙ୍କର ଯୁଦ୍ଧ, ଆକାଶରୁ ବର୍ଷୁଛି ବୋମା, ଗୁଳିମାଡ଼ରେ ୧୩ ଥାଇ ନାଗରିକଙ୍କ ମୃତ୍ୟୁ
  • ||
  • ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର, ଶସ୍ତା ହେବ ବ୍ରିଟେନ୍‌ ହ୍ୱିସ୍କି, କାର୍‌, ସଫ୍ଟଡ୍ରିଙ୍କ, ଫୁଟ୍‌ୱେର୍‌
  • ||
  • ମଣିପୁରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ, ସଂସଦରେ ପ୍ରସ୍ତାବକୁ ମଞ୍ଜୁରୀ, ଅଗଷ୍ଟ ୧୩ରୁ ଲାଗୁ
  • ||
  • ଅବପାତ ରୂପ ନେବ ଲଘୁଚାପ, ୩୦ ଯାଏ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତରୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ
  • ||

ମଣିପୁରରେ ଆହୁରି ୬ ମାସ ବଢିଲା ରାଷ୍ଟ୍ରପତି ଶାସନ, ଅଗଷ୍ଟ ୧୩ରୁ ହେବ ଲାଗୁ

Published By : Ankita S | July 25, 2025 7:32 AM

ନୂଆଦିଲ୍ଲୀ,୨୫/୦୭: ମଣିପୁରରେ ବଢିଲା ରାଷ୍ଟ୍ରପତି ଶାସନ । ଆହୁରି ୬ ମାସ ଉତ୍ତରପୂର୍ବ ରାଜ୍ୟ ମଣିପୁରରେ ରାଷ୍ଟ୍ରପତି ଶାସନକୁ ବଢାଇ ଦିଆଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଏ ନେଇ ରାଜ୍ୟସଭାରେ ଏକ ପ୍ରସ୍ତାବ ଆଣିଥିଲେ । ସଂସଦରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଅଗଷ୍ଟ ୧୩ରୁ ଏହା ଲାଗୁ ହେବ । ଚଳିତବର୍ଷ ପ୍ରଥମେ ଫେବୃଆରୀ ୧୩ରେ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ଲୋସସଭାରେ ପ୍ରସ୍ତାବ ପାରିତ ହେବା ପରେ ପୁଣି ରାଷ୍ଟ୍ରପତି ଶାସନକୁ ବଢାଇବାକୁ ନିର୍ଣ୍ଣୟ ନିଆଯାଇଛି ।

ସଂସଦ ପକ୍ଷରୁ ଜାରି କରାଯାଇଥିବା ନୋଟିସ୍‌ରେ କୁହାଯାଇଛି କି, ସମ୍ବିଧାନ ଅନୁଚ୍ଛେଦ ୩୫୬ ଅଧୀନରେ ରାଷ୍ଟ୍ରପତିଙ୍କ ପକ୍ଷରୁ ମଣିପୁରରେ ୧୩ ଫେବୃଆରୀ ୨୦୨୫ରେ ଜାରି ହୋଇଥିବା ରାଷ୍ଟ୍ରପତି ଶାସକୁ ଆହୁରି ୬ ମାସ ବଢାଯାଉଛି । ଅଗଷ୍ଟ ୧୩ ଯାଏ ଏହାକୁ ଜାରି ରଖିବାକୁ ସ୍ୱୀକୃତି ପ୍ରଦାନ କରାଯାଇଛି । କେନ୍ଦ୍ର ସରକାର ସମ୍ବିଧାନର ଧାରା ୩୫୬ ଅନୁଯାୟୀ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରିଥିଲେ । ରାଷ୍ଟ୍ରପତି ଶାସନ ଅବଧିକୁ ଆହୁରି ୬ ମାସ ବଢାଯାଇଛି । ସଂସଦର ଅନୁମୋଦନ ପରେ ଏହାକୁ ପ୍ରତି ୬ ମାସରେ ବୃଦ୍ଧି ହୋଇଥାଏ, କିନ୍ତୁ ଏହାକୁ କେବଳ ୩ ବର୍ଷ ପାଇଁ ବୃଦ୍ଧି କରାଯାଇପାରିବ । ମଣିପୁରରେ ଅଗଷ୍ଟ ୧୩ରେ ରାଷ୍ଟ୍ରପତି ଶାସନକୁ ୬ ମାସ ପୂରଣ ହେବ । ଦେଶର ଗୋଟିଏ ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ସଂସଦର ଅନୁମତି ଜରୁରୀ । ପ୍ରତି ୬ ମାସରେ କେନ୍ଦ୍ର ସରକାର ସଂସଦର ଅନୁମତି ନେବା ନିହାତି ଦରକାର । 

୨୦୨୩ରୁ ଆରମ୍ଭ ହୋଇଥିଲା ହିଂସା-  ୨୦୨୩ରୁ ମଣିପୁରରେ ହିଂସା ଆରମ୍ଭ ହୋଇଥିଲା । ହାଇକୋର୍ଟଙ୍କ ଆଦେଶ ବିରୋଧରେ ଏକ 'ଜନଜାତୀୟ ଏକଜୁଟତା ମାର୍ଚ୍ଚ' ଆୟୋଜିତ ହୋଇଥିଲା । ୨୦୨୫ ଫେବୃଆରୀ ୧୩ରେ ପ୍ରଥମ ଥର ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ରାଜ୍ୟରେ ଲମ୍ବା ସମୟରୁ ଜାରି ଜାତୀୟ ହିଂସା ଏବଂ ପ୍ରଶାସନିକ ବିଫଳତା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା । ରାଜ୍ୟରେ ଶାନ୍ତି ଓ  ଆଇନ୍ କାନୁନ୍‌ ବ୍ୟବସ୍ଥାରେ ସ୍ଥିରତା ଆଣିବା ପ୍ରଚେଷ୍ଟାରେ ଲାଗିଛନ୍ତି ସରକାର । 

କାହିଁକି ଲାଗୁ ହୋଇଥିଲା ରାଷ୍ଟ୍ରପତି ଶାସନ ? ୨୦୨୩ ମସିହାରେ ମଣିପୁରରେ ହିଂସା ଦେଖାଯାଇଥିଲା। ୨୦୨୩ ମେ' ମାସରେ କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ସଂଘର୍ଷ ଆରମ୍ଭ ହୋଇଥିଲା ଯାହା ଦିନକୁ ଦିନ ହିଂସାତ୍ମକ ରୂପ ନେଇଥିଲା । ଏହି ସଂଘର୍ଷରେ ୨୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ହଜାର ହଜାର ଲୋକ ବାସହରା ହୋଇଥିଲେ । ନିଜ ଭିଟାମାଟି ଛାଡି ଅନ୍ୟ ସ୍ଥାନକୁ ଯିବାକୁ ପଡିଥିଲା । ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ପ୍ରୟାସ ପରେ, ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ ୯ ଫେବୃଆରୀ ୨୦୨୫ରେ ଇସ୍ତଫା ଦେଇଥିଲେ । ଏହା ପରେ ୧୩ ଫେବୃଆରୀ ୨୦୨୫ରେ କେନ୍ଦ୍ର ସରକାର ରାଜ୍ୟ ବିଧାନସଭା ଭଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.