ନୂଆଦିଲ୍ଲୀ,୨୪/୦୭: ୨୦୧୧ ମସିହାରେ ବିଶ୍ୱର ମୋଟ୍ ଜନସଂଖ୍ୟା ୭ ଶହ କୋଟି ଥିଲା । ମାତ୍ର ୧୪ ବର୍ଷ ମଧ୍ୟରେ ଏହି ସଂଖ୍ୟା ଆହୁରି ଶହେ କୋଟି ବୃଦ୍ଧି ପାଇଛି । ଜାତିସଂଘ ଆକଳନ କରିଛି ଯେ ଆଗାମୀ ବର୍ଷଗୁଡ଼ିକରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ । ଜାତିସଂଘ ରିପୋର୍ଟ ଅନୁଯାୟୀ, ୨୦୩୦ ସୁଦ୍ଧା ବିଶ୍ୱ ଜନସଂଖ୍ୟା ୮.୬ ଅରବ ବା ୮ଶହ ୬୦ କୋଟିରେ ପହଞ୍ଚିବ । ୨୦୫୦ ବେଳେ ଏହି ସଂଖ୍ୟା ୯.୮ ଅରବରେ ପହଞ୍ଚିପାରେ । ୨୧୦୦ ସୁଦ୍ଧା ବିଶ୍ୱ ଜନସଂଖ୍ୟା ୧୧.୨ ଅରବରେ ପହଞ୍ଚିବ ବୋଲି ଆକଳନ କରାଯାଉଛି।
ଜନସଂଖ୍ୟା ହ୍ରାସ ପାଉଥିବା ଦେଶ-
ବିଶ୍ୱରେ କିଛି ଦେଶ ଅଛି ଯେଉଁମାନଙ୍କର ଜନସଂଖ୍ୟା ହ୍ରାସ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି। ୟୁକ୍ରେନରେ, ୨୦୨୨ରୁ ୨୦୨୩ ମଧ୍ୟରେ ଅର୍ଥାତ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ୮.୧୦ ପ୍ରତିଶତ ହ୍ରାସ ରେକର୍ଡ କରାଯାଇଛି । ଜନସଂଖ୍ୟାରେ ଏହି ହ୍ରାସ ପଛରେ ମୁଖ୍ୟ କାରଣ ହେଉଛି ଦେଶରେ ଚାଲିଥିବା ଯୁଦ୍ଧ, ଯେଉଁଥିରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ ଏବଂ ବହୁ ସଂଖ୍ୟକ ନାଗରିକ ଅନ୍ୟ ଦେଶକୁ ଚାଲିଯାଇଥିଲେ।
ଜାପାନର ଜନସଂଖ୍ୟା ମଧ୍ୟ ୦.୫୦ ପ୍ରତିଶତ ହ୍ରାସ ପାଇଛି। ହେଲେ ଏଠାରେ ପରିସ୍ଥିତି ସାମାନ୍ୟ ଭିନ୍ନ । ଅନ୍ୟ ଦେଶରେ ପ୍ରବାସ ଏବଂ ଯୁଦ୍ଧ ଜନସଂଖ୍ୟା ହ୍ରାସର କାରଣ ହୋଇଥିବା ବେଳେ, ଜାପାନରେ କେବଳ କନ୍ ଜନ୍ମହାର ଜନସଂଖ୍ୟା ହ୍ରାସର କାରଣ । ସରକାରଙ୍କ ଦ୍ୱାରା ଅନେକ ପ୍ରୋତ୍ସାହନ ଯୋଜନା ଆରମ୍ଭ ହୋଇଛି, କିନ୍ତୁ ଏହା ସତ୍ତ୍ୱେ ଲୋକମାନେ ସନ୍ତାନ ଜନ୍ମ କରିବାରେ ଆଗ୍ରହ ଦେଖାଉ ନାହାଁନ୍ତି।
ୟୁରୋପୀୟ ଦେଶ ଗ୍ରୀସରେ ମଧ୍ୟ ଜନସଂଖ୍ୟା ହ୍ରାସ ରେକର୍ଡ କରାଯାଇଛି। ଗୋଟିଏ ଦିନରେ ସେଠାରେ ୧.୬୦ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି । ସେହିପରି ସୈନ ମାରିନୋର ଜନସଂଖ୍ୟାରେ ୧.୧୦ ପ୍ରତିଶତ, କୋସୋବୋର ଜନସଂଖ୍ୟାରେ ୧ ପ୍ରତିଶତ ଏବଂ ବେଲାରୁସର ଜନସଂଖ୍ୟାରେ ୦.୬୦ ପ୍ରତିଶତ ହ୍ରାସ ରେକର୍ଡ କରାଯାଇଛି। ବେଲାରୁସ ସହିତ, ବୋସନିଆ ଏବଂ ଆଲବାନିଆରେ ମଧ୍ୟ ସମାନ ହ୍ରାସ ପରିଲକ୍ଷିତ ହୋଇଛି।
ଯୁଦ୍ଧ ଏବଂ ପ୍ରବାସ ଦ୍ୱାରା ସର୍ବାଧିକ ପ୍ରଭାବିତ ୟୁକ୍ରେନ-
ୟୁକ୍ରେନ ଏବେ ବିଶ୍ୱର ଏପରି ଏକ ଦେଶ ପାଲଟିଛି ଯେଉଁଠାରେ ଜନସଂଖ୍ୟା ସବୁଠାରୁ ଦ୍ରୁତ ହାରରେ ହ୍ରାସ ପାଉଛି। ଯୁଦ୍ଧ ଯୋଗୁଁ ସେଠାରେ ହଜାର ହଜାର ଲୋକ ପ୍ରାଣ ହରାଇଥିବା ବେଳେ ବହୁ ସଂଖ୍ୟକ ନାଗରିକ ଆଶ୍ରୟ ନେବାକୁ ଅନ୍ୟ ଦେଶକୁ ଯାଇଛନ୍ତି। ଏହି କାରଣରୁ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଏଠାକାର ଜନସଂଖ୍ୟା ୮ ପ୍ରତିଶତରୁ ଅଧିକ ହ୍ରାସ ପାଇଛି।
ଜାପାନର ପରିସ୍ଥିତି ଅନ୍ୟ ଦେଶଠାରୁ ଭିନ୍ନ କାରଣ ଏଠାରେ ଜନ୍ମହାର କମ୍-
ଏଠାରେ ନା ଯୁଦ୍ଧ ଅଛି ନା ପ୍ରବାସର କୌଣସି ବଡ଼ ସମସ୍ୟା ଅଛି । ଏହା ସତ୍ତ୍ୱେ ଏଠାରେ ପ୍ରତିବର୍ଷ ଜନସଂଖ୍ୟା ହ୍ରାସ ପାଉଛି। କାରଣ ହେଉଛି ସେଠାକାର ଲୋକଙ୍କ ଜୀବନଶୈଳୀ ଏବଂ ଚିନ୍ତାଧାରା। ଯୁବକମାନେ ବିବାହ କରିବା ଏବଂ ସନ୍ତାନ ଜନ୍ମ କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ସରକାରଙ୍କ ଦ୍ୱାରା ସମସ୍ତ ସୁବିଧା ଏବଂ ପ୍ରୋତ୍ସାହନ ଯୋଗାଇବା ପରେ ମଧ୍ୟ ପରିସ୍ଥିତିରେ କୌଣସି ପରିବର୍ତ୍ତନ ଦେଖିବାକୁ ମୁଳୁନାହିଁ ।
ୟୁରୋପ୍ରେ କମୁଛି ଏବଂ ଏସିଆରେ ବଢୁଛି ଜନସଂଖ୍ୟା-
ଯଦି ମହାଦ୍ୱୀପ କଥା ରହିବା ତେବେ ୟରୋପ ଏପରି ଏକ ମହାଦ୍ୱୀପ ଯେଉଁଠାରେ ଜନସଂଖ୍ୟା କ୍ରମାଗତ ଭାବରେ କମିଚାଲିଛି । ଅନ୍ୟପଟେ ଏସିଆର ଜନସଂଖ୍ୟାର ଦ୍ରୁତଗତିରେ ବଢି ଚାଲିଛି । ଭାରତ, ଚୀନ୍, ପାକିସ୍ତାନ ଏବଂ ଇଣ୍ଡୋନେସିଆ ଭଳି ବଡ଼ ବଡ଼ ଦେଶଗୁଡ଼ିକ କାରଣରୁ ହିଁ ଏସିଆ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ମହାଦ୍ୱୀପ ହୋଇପାରିଛି ।
ଭବିଷ୍ୟତରେ କେଉଁ ଦେଶଗୁଡ଼ିକପ ରହିଛି ଜନସଂଖ୍ୟା ସଂକଟ-
ଯୁକ୍ତରାଷ୍ଟ୍ର ଅନୁସାରେ, ବର୍ତ୍ତମାନ ଗ୍ରୀସ୍ର ଜନସଂଖ୍ୟା ୧୦ ମିଲିଅନ୍ (୧ କୋଟି) ରହିଛି । ହେଲେ ୨୧୦୦ ମସିହା ସୁଦ୍ଧା ଏହା ୯ମିଲିଅନ୍ (୯୦ ଲକ୍ଷ) ହୋଇପାରେ । ସେହିପରେ ରୁଷ୍, ଇଟାଲୀ ଏବଂ ଦକ୍ଷିଣ କୋରିଆ ଭଳି ଦେଶ ଗୁଡ଼ିକରେ ମଧ୍ୟ ଜନସମଖ୍ୟା ହ୍ରାସର ସମସ୍ୟା ଦେଖାଦେଉଛି । ଯଦି ଏହି ଦେଶ ଗୁଡ଼ିକରେ ଜନସଂଖ୍ୟାକୁ ସ୍ଥିର କରିବା ପାଇଁ କୌଣସି ଠୋସ୍ ପଦକ୍ଷେପ ନିଆ ନଯାଏ, ତେବେ ଭବିଷ୍ୟତରେ ଆର୍ଥିକ ଏବଂ ସାମାଜିକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ ।