ପ୍ରମୂଖ ଖବର
  • କେନ୍ଦୁଝର : ଚୋରି କରିବାକୁ ଆସି ପେଟପୂଜା, ଦୋକାନ ତାଲା ଭାଙ୍ଗି ଖାଇଦେଲେ ରାବିଡ଼ି ଲସି
  • ||
  • ମାଲକାନଗିରି : ଗାଁକୁ ରାସ୍ତା ନଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହା ହେଲେ ରୋଗୀ
  • ||
  • ବୌଦ୍ଧ : ୨୨ କେଜି ଗଞ୍ଜେଇ ସହ ୪୦ ହଜାର ଟଙ୍କା ଜବତ, ଜଣେ ଗିରଫ
  • ||
  • ଭଦ୍ରକ : ନାଳରୁ ମିଳିଲା ପୂର୍ବତନ ସରପଞ୍ଚଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ଅଭିଯୋଗ
  • ||
  • କାମାକ୍ଷାନଗର : ୪ ବିଭାଗର ମିଳିତ ଚଢାଉ: ବିପୁଳ ପରିମାଣର ଦେଶୀ ମଦ ସହ ୧୭ ଟନ କୋଇଲା ଜବତ, ୨ ଗିରଫ
  • ||
  • ଆଜି ରାଜ୍ୟ କ୍ୟାବିନେଟ୍‌, ଉଚ୍ଚଶିକ୍ଷାରେ ଜାତୀୟ ଶିକ୍ଷାନୀତିର ଲାଗିପାରେ ମୋହର
  • ||
  • ଆସିଲା ଶୀତ : ୨୦ ଡିଗ୍ରୀ ତଳେ ୧୫ ସହର
  • ||
  • ପଞ୍ଚୁକ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ବାଙ୍କଚୂଡ଼ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ
  • ||
  • ବଡଓଷାରେ ଧବଳେଶ୍ଵର ପୀଠ ଲୋକାରଣ୍ୟ, ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା
  • ||
  • କୋରାପୁଟ : ଆର୍ମି ଡ୍ରେସ୍ ପିନ୍ଧି ଗଞ୍ଜେଇ ଚାଲାଣ, ଜଣେ ଗିରଫ
  • ||

'ବିଜେପିର ରାଜନୈତିକ ଫସଲ ବଢୁଛି, କିଛି ରୋଗୀଣା ଫସଲକୁ କୀଟନାଶକ ଦରକାର'

ନୂଆଦିଲ୍ଲୀ,୧୦/୧୧: ବିଜେପି ବରିଷ୍ଠ ନେତା ନୀତିନ ଗଡକରୀ ତାଙ୍କର ନିର୍ଭୀକ ଓ ସ୍ପଷ୍ଟବାଦୀ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ନିଜ ଦଳ ବିଜେପିକୁ ମଧ୍ୟ ସେ ସମାଲୋଚନା କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ । କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ବିଜେପିକୁ ନେଇ ଦେଇଥିବା ବୟାନ ଉପରେ ଚର୍ଚ୍ଚା ହେଉଛି । ଏକ ସାକ୍ଷାତକାରରେ ବିଜେପିର ସାମ୍ପ୍ରତିକ ସ୍ଥିତି ଓ ଅନେକ ପ୍ରସଙ୍ଗରେ ସେ ଆଲୋଚନା କହିଛନ୍ତି ।

ସେ କହିଛନ୍ତି, ବିଜେପିରେ ଅନ୍ୟ ଦଳ ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ପାଇଁ କେବେ କେବେ ସମସ୍ୟା ଉପୁଜିଥାଏ । ଯେପରି ଫସଲ ବଢେ ସେଥିରେ ପୋକ ବି ଲାଗେ । ବିଜେପିର ରାଜନୈତିକ ଫସଲ ଅଧିକ ଅଛି ଯାହା ଭଲ ଉତ୍ପାଦନ ସହ ରୋଗ ମଧ୍ୟ ଆଣିଥାଏ । ତେଣୁ ଏପରି ରୋଗ ପାଇଁ କୀଟନାଶକ ଛିଞ୍ଚିବା ଦରକାର । ବିଜେପିରେ ଅଲଗା ଅଲଗା ଦଳର ନେତା ଓ କର୍ମକର୍ତ୍ତାଙ୍କ ଯିବା ଆସିବା ଜାରି ରହିଛି । ଅଲଗା ଅଲଗା ନୂଆ ଲୋକ ଦଳରେ ଯୋଗ ଦେଉଛନ୍ତି । ସେମାନଙ୍କୁ ପ୍ରଶିକ୍ଷଣ ଦେବା ଦରକାର । 

ସେ ଆହୁରି କହିଛନ୍ତି, ବିଚାରଧାରା ଶିଖେଇବା, ସେମାନଙ୍କୁ କାର୍ଯ୍ୟକର୍ତ୍ତା ଭାବେ ପ୍ରସ୍ତୁତ କରିବା ଆମର ଦାୟିତ୍ବ । ଏହି ଉଦ୍ୟମ ଜାରି ରହିଛି । ହଜାର ହଜାର ସଂଖ୍ୟକ କାର୍ଯ୍ୟକର୍ତ୍ତା ପ୍ରରିଶ୍ରମ କରୁଛନ୍ତି । ମାତ୍ର ଜଣଙ୍କ ଭୁଲ ପାଇଁ ହଜାର ସଂଖ୍ୟକ କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ବେକାର ହୋଇଯାଏ । ଆମ ଦେଶରେ ମତଭେଦର କୌଣସି ସମସ୍ୟା ନାହିଁ । ମାତ୍ର ଚିନ୍ତାଧାରାର ଅଭାବ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ବିଚାରାଧାରା ସହିତ ରାଜନୀତି ଆଗକୁ ଯିବା ମହତ୍ତ୍ବପୂର୍ଣ୍ଣ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.