ପ୍ରମୂଖ ଖବର
  • ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା
  • ||
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ବନ୍ଧୁଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ ବେଳେ ମାଡ଼ିବସିଲା ପୁଲିସ, ୫ ଅଭିଯୁକ୍ତ ଗିରଫ

Published By : Harapriya Sethi | August 2, 2025 1:50 PM

ଭଞ୍ଜନଗର,୦୨/୦୮: ବନ୍ଧୁତ୍ୱ ଦିବସର ପୂର୍ବରୁ ନିଜ ବନ୍ଧୁକୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଲା ସାଙ୍ଗ । ପୁଲିସ ହାବୁଡରେ ପଡି ଶେଷରେ ଜେଲ୍ ଗଲା ଜଣେ ଅଭିଯୁକ୍ତ। ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଝାଙ୍କରାଇ ମନ୍ଦିର ନିକଟରେ ଘଟିଛି। ପାଟ୍ରୋଲି° କରୁଥିବା ବେଳେ ପୁଲିସ ଜଣେ ଯୁବକଙ୍କୁ ମୃତ୍ୟୁ ମୁହଁରୁ ଉଦ୍ଧାର କରି ଏଥିରେ ସଂପୃକ୍ତ ଅଭିଯୋଗରେ ୫ ଜଣକୁ ଗିରଫ କରିଛି। 

ସୂଚନା ମୁତାବକ, ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା ଶନିବାର ଏକ ପ୍ରେସ୍ ରିଲିଜ୍ରେ ଏହି ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି। ଥାନା ଅଧିକାରୀ ଦେଇଥିବା ରିପୋର୍ଟ ଆଧାରରେ ଚଳିତ ମାସ ୧ ତାରିଖ ଦିନ ପୁରୀ ଜିଲ୍ଲାର ଡେଲାଙ୍ଗ ଥାନା ଅନ୍ତର୍ଗତ ଗଣ୍ଡପଡା ନୂଆସାହିର ସୋମନାଥ ପଣ୍ଡା ନାମକ ଜଣେ ୨୬ ବର୍ଷର ଯୁବକ ଏଲ୍ ଏଣ୍ଡ ଟି ଫାଇନାନ୍ସ ଲିମିଟେଡର ଜଣେ କର୍ମଚାରୀ ଭାବେ ଏବେ ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ଠାରେ ରାମ କରୁଛନ୍ତି । ଏହା ପୂର୍ବରୁ ସେ ଏହି କମ୍ପାନୀର ଖୋର୍ଦ୍ଧା ଜିଲ୍ଲାର ବୋଲଗଡ ଶାଖାରେ କାମ କରୁଥିଲେ । ଉକ୍ତ କମ୍ପାନୀର ଆଉ ଜଣେ କର୍ମଚାରୀ ଆଶୁତୋଷ ତାଙ୍କ ସହ ସେଠାରେ ଏକ ଭଡ଼ାଘରେ ଏକାଠି ରହୁଥିଲେ । ନିକଟରେ ସେ ଗୋବରା ବଦଳି ହୋଇ ଆସିବା ପରେ ବନ୍ଧୁ ଆଶୁତୋଷ ସେହି ଭଡ଼ାଘରେ ଏକା ରହୁଥିଲେ। ସେ ବୋଲଗଡ ଥାନା ଅନ୍ତର୍ଗତ ମରଦାବାଡି ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଉକ୍ତ ଭଡାଘରକୁ ଡାକି ତାଙ୍କ ସହ ସଂପର୍କ ସ୍ଥାପନ କରୁଥିଲେ । ଏସଂପର୍କରେ ଘର ମାଲିକ ସୋମନାଥଙ୍କୁ ଫୋନ୍ ଯୋଗାଯୋଗ କରିବା ପରେ ସେ ଆଶୁତୋଷକୁ ଘର ଖାଲି କରିବାକୁ କହିଥିଲେ। ଆଉ ଆଶୁତୋଷ ଘର ଛାଡିବା ସହ ଏନେଇ ସୋମନାଥକୁ ପଚାରି ପ୍ରଥମେ ଖରାପ ଭାଷାରେ ଗାଳି ଗୁଲଜ କରିଥିଲା। ପରେ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲା। 

ଜୁଲାଇ ୩୧ ତାରିଖ ରାତିରେ ଆଶୁତୋଷ ଅନ୍ୟ ୪ ଜଣ ଯୁବକଙ୍କ ସହ ମିଶି ଏକ କାରରେ ଭଞ୍ଜନଗର ଆସି ଝାଙ୍କରେଇ ମନ୍ଦିର ନିକଟରେ ରାତି ସାଢେ ୧୧ ଟାରେ ସୋମନାଥଙ୍କୁ ଡାକି କଥା ହେଉଥିଲା । ଏହି ସମୟରେ ଅନ୍ୟ ଜଣେ ଅତର୍କିତ ଭାବେ ଭୁଜାଲିରେ ତାଙ୍କ ଉପରେ ଆକ୍ରମଣ କରିଥିଲା। ଆଉ ଜଣେ ପିସ୍ତଲ ଦେଖାଇ ଜୀବନରୁ ଶେଷ କରି ଦେବାକୁ ଉଦ୍ୟମ କରିଥିଲା । ଏତିକି ବେଳେ ପୁଲିସ ପାଟ୍ରୋଲି° ଭ୍ୟାନ ସେଠାରେ ପହଞ୍ଚିବାରୁ ସୋମନାଥଙ୍କ ଜୀବନ ରକ୍ଷା ପାଇଥିଲା। ପୁଲିସ ଏହି ଘଟଣାରେ ସୋମନାଥଙ୍କ ରିପୋର୍ଟ ଆଧାରରେ ଭଞ୍ଜନଗର ଥାନା ଏକ ମାମଲା ରୁଜୁ କରି ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ସୋଢଙ୍ଗାଇ ଗ୍ରାମର ସନ୍ତୋଷ ପରିଡା, ଶକ୍ତି କାନ୍ତ ପରିଡ଼ା ଓ ସୁରେଶ ପରିଡା ଓରଫ ଭାବଙ୍କ ସମେତ ଏହି ଥାନା ଅନ୍ତର୍ଗତ ତୋରାବୋଇ ଗ୍ରାମର ସୁମନ୍ତ ଭଟ୍ଟ ଓ ଗଣ୍ଡପଡା ଗ୍ରାମର ଆଶୁତୋଷ ବାରିକଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଏକ କାର ସହ ଏକ ଛୁରୀ, ଗୋଟିଏ ୭.୬୨ ଏମ୍ ଏମ୍ ପିସ୍ତଲ, ୩ ରାଉଣ୍ଡ ଗୁଳି ଓ ଗୋଟିଏ ମେଗାଜିନ୍ ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କ ମେଡିକାଲ ଟେଷ୍ଟ ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଆଉ ଜାମିନ ନାମଞ୍ଜୁର କାରଣରୁ ସମସ୍ତ ୫ ଅଭିଯୁକ୍ତ ମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.