ପ୍ରମୂଖ ଖବର
  • ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା
  • ||
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ଓଡ଼ିଶାରେ ଜିଓର ଦବଦବା; ଜୁନ୍‌ ମାସରେ ଯୋଡିହେଲେ ୯୭ ହଜାରରୁ ଅଧିକ ନୂଆ ମୋବାଇଲ୍‌ ଗ୍ରାହକ

Published By : Bijay Swain | August 2, 2025 11:00 PM

ଭୁବନେଶ୍ୱର: ଓଡ଼ିଶାରେ ସର୍ବାଧିକ ପସନ୍ଦର ଡିଜିଟାଲ୍‌ ସେବା ପ୍ରଦାନକାରୀ ହୋଇପାରିଛି ରିଲାଏନ୍ସ ଜିଓ। ଏହି କ୍ରମରେ କମ୍ପାନି ଜୁନ୍‌ ମାସରେ ଓଡ଼ିଶାରେ ସର୍ବାଧିକ ନୂତନ ଗ୍ରାହକ ଯୋଡ଼ିବା ସହିତ ଏହାର ଏକ ନମ୍ବର ସ୍ଥାନକୁ ଆହୁରି ସୁଦୃଢ଼ କରିଛି । ଭାରତୀୟ ଟେଲିକମ୍‌ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍‌ ଗ୍ରାହକ ତଥ୍ୟ ଅନୁଯାୟୀ, ଜିଓ ଜୁନ୍‌ ମାସରେ ୱାୟାରଲେସ୍‌, ୱାୟାରଲାଇନ୍‌ ଏବଂ ୫ଜି ଏଫଡବ୍ଲୁଏ କ୍ଷେତ୍ରରେ ୧.୧୮ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡ଼ିଛି । 

ତଥ୍ୟ ଅନୁଯାୟୀ, ଜିଓ ଜୁନ୍‌ ମାସରେ ଓଡ଼ିଶାରେ ୯୭ ଲକ୍ଷରୁ ଅଧିକ ନୂତନ ମୋବାଇଲ୍‌ ଗ୍ରାହକ ଏବଂ ୨୧ ହଜାରରୁ ଅଧିକ ନୂତନ ଜିଓଫାଇବର ଓ ଜିଓଏୟାରଫାଇବର ଗ୍ରାହକ ଯୋଡିଛି । ଏଥିସହିତ ଓଡ଼ିଶାରେ ଜୁନ ଶେଷ ସୁଦ୍ଧା ଜିଓ ନେଟୱାର୍କରେ ୧.୬୩ କୋଟିରୁ ଅଧିକ ମୋବାଇଲ ଗ୍ରାହକ, ୩.୪ ଲକ୍ଷରୁ ଅଧିକ ଜିଓଫାଇବର ଗ୍ରାହକ ଏବଂ ୧.୯୪ ଲକ୍ଷରୁ ଅଧିକ ଜିଓଏୟାରଫାଇବର ଗ୍ରାହକ ରହିଛନ୍ତି ।

ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଜୁନ୍‌ ମାସରେ ଓଡ଼ିଶାରେ ମୋଟ ମୋବାଇଲ୍‌ ଉପଭୋକ୍ତା ସଂଖ୍ୟା ୭୩ ହଜାର ବୃଦ୍ଧି ପାଇ ୩.୫୩ କୋଟି ଅତିକ୍ରମ କରିଛି । ଜୁନ୍‌ ମାସରେ ଜିଓ ସର୍ବାଧିକ ୯୭ ହଜାର ନୂତନ ମୋବାଇଲ୍‌ ଗ୍ରାହକ ଯୋଡ଼ିଥିବାବେଳେ ଏହା ପଛକୁ ଭୋଡାଫୋନ ଆଇଡିଆ ମାତ୍ର ୪୫୭୬ ନୂତନ ମୋବାଇଲ୍‌ ଗ୍ରାହକ ଯୋଡ଼ିଛି । ଅନ୍ୟପକ୍ଷରେ ଉଭୟ ଏୟାରଟେଲ ଓ ବିଏସଏନଏଲ ଏହି ମାସରେ ରାଜ୍ୟରେ ହଜାର ହଜାର ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି । ଜୁନ୍‌ ମାସରେ ଏୟାରଟେଲ ଓଡ଼ିଶାରେ ୧୨ ହଜାରରୁ ଅଧିକ ମୋବାଇଲ ଗ୍ରାହକ ହରାଇଥିବା ବେଳେ ବିଏସଏନଏଲ ୧୬ ହଜାରରୁ ଅଧିକ ଗ୍ରାହକ ହରାଇଛି । ଜାତୀୟ ସ୍ତରରେ, ଜିଓ ଜୁନ୍‌ ମାସରେ ସର୍ବାଧିକ ୧୯ ଲକ୍ଷରୁ ଅଧିକ ନୂତନ ମୋବାଇଲ୍‌ ଗ୍ରାହକ ଯୋଡିଛି । ଏହା ସହିତ, ଜିଓର ଲୋକପ୍ରିୟ ଏଫଡବ୍ଲୁଏ ସେବା 'ଜିଓଏୟାରଫାଇବର' ଏବେ ଦେଶରେ ୭୪ ଲକ୍ଷରୁ ଅଧିକ ଗ୍ରାହକ ହାସଲ କରି ବିଶ୍ୱର ସର୍ବବୃହତ ଏଫଡବ୍ଲୁଏ ସେବା ପ୍ରଦାନକାରୀ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଜିଓ ମେ ୨୦୨୫ ରେ ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଜିଓଫାଇବର ଓ ଜିଓ ଏୟାରଫାଇବର ଗ୍ରାହକ ହାସଲର ମାଇଲଖୁଣ୍ଟ ଅତିକ୍ରମ କରିଛି । 

ରାଜ୍ୟରେ ୪୬ ପ୍ରତିଶତରୁ ଅଧିକ ମୋବାଇଲ୍‌ ଉପଭୋକ୍ତା ବଜାର ଅଂଶ, ୫୦ ପ୍ରତିଶତରୁ ଅଧିକ ୱାୟାରଲାଇନ୍‌ ଉପଭୋକ୍ତା ବଜାର ଅଂଶ ଏବଂ ପ୍ରାୟ ୮୪ ପ୍ରତିଶତ ୫ଜି ଏଫଡବ୍ଲୁଏ ଗ୍ରାହକ ବଜାର ଅଂଶ ସହିତ ଜିଓ ଓଡ଼ିଶାର ସର୍ବାଧିକ ପସନ୍ଦର ଡିଜିଟାଲ୍‌ ସେବା ପ୍ରଦାନକାରୀ ସ୍ଥାନ ବଜାୟ ରଖିଛି । ଓଡ଼ିଶାର କୋଣ ଅନୁକୋଣରେ ଜିଓର ବ୍ୟାପକ ୪ଜି ଏବଂ ୫ଜି ନେଟୱାର୍କ ଉପସ୍ଥିତି ବଳରେ ଏହା ସମ୍ଭବ ହୋଇଛି ।

ଜିଓର ଲୋକପ୍ରିୟ ଏଫଡବ୍ଲୁଏ ସେବା ଜିଓଏୟାରଫାଇବର ଶେଷ ମାଇଲ୍‌ ଫାଇବର ସଂଯୋଗର ସମସ୍ୟାକୁ ଦୂର କରି ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ଗୁଣାତ୍ମକ ଗୃହ ମନୋରଞ୍ଜନ (ହୋମ ଏଣ୍ଟରଟେନମେଣ୍ଟ) ଏବଂ ହାଇସ୍ପିଡ଼ ବ୍ରଡବ୍ୟାଣ୍ଡ ସଂଯୋଗର ସୁବିଧା ପ୍ରଦାନ କରୁଛି । ଏହା ଡିଜିଟାଲ୍‌ ଅନ୍ତର୍ଭୁକ୍ତିକରଣକୁ ପୁନଃପରିଭାଷିତ କରି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ, କର୍ମରତ ପ୍ରଫେସନାଲ, ଉଦ୍ୟୋଗୀ ଏବଂ ପରିବାରଙ୍କୁ ସଶକ୍ତ କରିଛି ଏବଂ ନିରବଛିନ୍ନ ହାଇ ସ୍ପିଡ୍‌ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍‌, ୮୦୦ତ୍କ ଟିଭି ଚ୍ୟାନେଲ୍‌, ୧୧ତ୍କ ଓଟିଟି ଆପ୍‌, ଅସୀମିତ ୱାଇଫାଇ ଓ ଆହୁରି ଅନେକ ସୁବିଧା ଉପଲବ୍ଧ କରାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.