ପ୍ରମୂଖ ଖବର
  • ଆସନ୍ତା ୨୩ରେ ମନ୍ତ୍ରୀ ପରିଷଦ ବୈଠକ, ଅତିରିକ୍ତ ବଜେଟ୍‌କୁ ନେଇ ହେବ ଆଲୋଚନା
  • ||
  • ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଡିସେମ୍ବର ସୁଦ୍ଧା ୧ କୋଟି ମହିଳା ହିତାଧିକାରୀଙ୍କୁ ମିଳିବ ଟଙ୍କା
  • ||
  • ପଳାଶୁଣି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ମହିଳାଙ୍କ ଉପରେ ମାଡ଼ିଗଲା ଅଜଣାଗାଡ଼ି
  • ||
  • ରାଜଧାନୀରେ ମାଙ୍କଡ଼ ଉତ୍ପାତ ଘଟଣା, ଟ୍ରାଙ୍କୁଲାଇଜ୍ କରି ଧରିଲା ନନ୍ଦନକାନନ ଟିମ୍
  • ||
  • କଟକ: କଟକ ବାଲିଯାତ୍ରାରେ ସିଏମ୍‌ସି ସ୍ବାସ୍ଥ୍ୟ ଟିମ୍‌ର ଚଢ଼ଉ, ଖାଦ୍ୟ ଷ୍ଟଲ୍‌ରୁ ବାସି, ଅପମିଶ୍ରିତ ଖାଦ୍ୟ ଜବତ
  • ||
  • ଭରତପୁର ଥାନା ମାମଲା: ଷ୍ଟାଟସ୍‌ ରିପୋର୍ଟ ଦାଖଲ ନିର୍ଦ୍ଦେଶ
  • ||
  • ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ନକ୍ସଲ ନିହତ, ଜଣେ ଯବାନ ଆହତ
  • ||
  • ତାମିଲନାଡୁ ମୁହାଁଇପାରେ ସମ୍ଭାବ୍ୟ ବାତ୍ୟା, ଓଡ଼ିଶାକୁ ପ୍ରଭାବ ନାହିଁ: ୨୪ ଘଣ୍ଟାରେ ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ
  • ||

ବେଆଇନ ମଦ ଭାଟି ଉପରେ ପୁଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ଉ

କାଶୀପୁର - କାଶୀପୁର ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମଦ ଭାଟି ଉପରେ ଚଢାଉ। ଆଜି ( ଶୁକ୍ରବାର) ମାଣ୍ଡିବିଶି ପଞ୍ଚାୟତ ଅନ୍ତର୍ଗତ ବାହାର ପଦାମାଜି ଏବଂ ଆଖପାଖ ଅଞ୍ଚଳରେ ଥିବା ବେଆଇନ ମଦ ଭାଟି ଉପରେ ଚଢଉ କରାଯାଇଛି। ଉକ୍ତ ମିଳିତ ଚଢ଼ଉ ବେଳେ ୧୫୫୦ ଲିଟରରୁ ଅଧିକ ମହୁଲ ପୋଚ ନଷ୍ଟ କରିବା ସହ୪୦ଲିଟର ମଦ ଜବତ କରାଯାଇଛି।

ବେଆଇନ କାରବାରରେ ଜଡିତ ତିନି ମହିଳାଙ୍କ ବିରୋଧରେ ମାମଲା ରୁଜୁ କରି ନୋଟିସ ଦେଇ ଛଡା ଯାଇଛି। ଏହି ଘଟଣାରେ କାଶୀପୁର ଥାନାର କେସ ନଂ ୨୨୯/୨୩୦/୨୩୧ ରେ ତିନୋଟି ମାମଲା ରୁଜୁ କରାଯାଇ ଥିବାର କାଶୀପୁର ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ କହିଛନ୍ତି।

ସେହିପରି କାଶୀପୁର ଅବକାରୀ ଫାଣ୍ଡି ଓ ଜିଲ୍ଲା ଅବକାରୀ ମୋବାଇଲ ଟିମର ମିଳିତ ଚଢଉ କରାଯାଇ ଥିଲା। ଅବକାରୀ ବିଭାଗ ପକ୍ଷରୁ ଅଲଗା ଭାବେ ମାମଲା ରୁଜୁ କରାଯାଇ ସାତ ଜଣକୁ ଗିରଫ କରାଯାଇ ଥିବା ଜଣାପଡିଛି। 

ସୂଚନାଯୋଗ୍ୟ, ପଦାମାଜି ଗ୍ରାମରେ ବେଆଇନ ମଦ କାରବାର ବୃଦ୍ଧି ପାଉଥିବା ନେଇ ଗ୍ରାମର ମହିଳା ମାନେ ଗତ ଦିନରେ କାଶୀପୁର ପୁଲିସ  ଓ ଅବକାରୀ ବିଭାଗକୁ ଅବଗତ କରାଇ ଥିଲେ। ଏହା ପରେ ଚଢାଉ ଅଭିଯାନ ପାଇଁ ପ୍ଲାନିଂ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.