ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ବିଜୟ ପରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ଭୋଧନ: 'ଜୟ ଜଗନ୍ନା‌ଥ' କହି ଆରମ୍ଭ କଲେ ଭାଷଣ

ନୂଆଦିଲ୍ଲୀ,୦୪/୦୬: ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳକୁ ଐତିସାହିକ କହିଲେ ପ୍ରଧାନମନ୍ତ୍ରୀ ମୋଦୀ। ଫଳାଫଳ ଆସିବା ପରେ ବିଜେପି ମୁଖ୍ୟାଳୟରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ସମ୍ଭୋଧିତ କରି କହିଛନ୍ତି ଯେ, '୧୯୬୨ ପରେ ପ୍ରଥମ ଥର ପାଇଁ ଏଭଳି ହୋଇଛି, ଯେଉଁଥିରେ କୌଣସି ସରକାର ଲଗାତର ତୃତୀୟ ଥର ପାଇଁ କ୍ଷମତାକୁ ଆସିଛି।' ମୋଦି କହିଛନ୍ତି ଯେ,'୧୯୬୨ ପରେ କୌଣସି ଏକ ସରକାର ଦୁଇଟି କାର୍ଯ୍ୟକାଳ ପୂରା କରିବା ପରେ ତୃତୀୟ ଥର ପାଇଁ କ୍ଷମତାକୁ ଆସିଛି।' ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାକୁ ନେଇ କହିଛନ୍ତି ଯେ, 'ଭଗବାନ ଜଗନ୍ନା‌ଥଙ୍କ ପବିତ୍ର ମାଟିରେ ପ୍ରଥମ ଥର ପାଇଁ ବିଜେପିର ସରକାର ହେବାକୁ ଯାଉଛି।' ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, କେରଳରେ ପ୍ରଥମ ଥର ପାଇଁ ଆମେ ଏକ ଆସନ ଜିତିଛୁ। ଏହା ଆମ ପିିଢ଼ୀଙ୍କର ସଂଘର୍ଷର ପରିଣାମ ଅଟେ। 

ମୋଦୀ ପୁଣି କହିଛନ୍ତି ଯେ, 'ତେଲେଙ୍ଗାନାରେ ଆମ ସଂଖ୍ୟା ଦୁଇଗୁଣା ହୋଇଛି। ମଧ୍ୟପ୍ରଦେଶ, ଗୁଜରାଟ, ଛତିଶଗଡ଼, ଦିଲ୍ଲୀ, ଉତ୍ତରାଖଣ୍ଡ ଏବଂ ହିମାଚଳ ଭଳି ଅନେକ ରାଜ୍ୟରେ ଆମ ଦଳ ପାଖାପାଖି କ୍ଳିନ୍‌ ସ୍ବିପ୍‌ କରିଛି। ମୁଁ ଏହି ସବୁ ରାଜ୍ୟ ଏବଂ ଅରୁଣାଚଳ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ସିକ୍କିମ ଏବଂ ଓଡ଼ିଶା ବିଧାନସଭାର ମତଦାତାମାନଙ୍କୁ ବିଶେଷ କରି କୃତଜ୍ଞତା ଜଣାଉଛି।' ପିଏମ୍‌ ମୋଦୀ ଏହାରି ଭିତରେ ମେଣ୍ଟ ସହଯୋଗୀମାନଙ୍କୁ ଯଥେଷ୍ଟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ବରେ ଏନ୍‌ଡିଏ ଆକର୍ଷଣୀୟ ପ୍ରଦର୍ଶନ କରିଛି। ଏହା ବ୍ୟତିତ ବିହାରରେ ନୀତିଶ କୁମାର ଭଲ ନେତୃତ୍ବ ନେଇଛନ୍ତି। ସେ କହିଛନ୍ତି ଯେ, ୧୦ ବର୍ଷ ପୂର୍ବରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା, ଯାହା ଏବେ ବି ଜାରି ରହିଛି।'  

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ,'ଜନତା ଯେଊଁ ଜନାଦେଶ ଦେଇଛନ୍ତି, ସେଥିରେ ଆମ ସଂକଳ୍ପକୁ ସୁଦୃଢ଼ କରିବ। ଆମ ବିରୋଧୀ ଏକଜୁଟ ହୋଇବି ଏତେ ଆସନ ଜିତି ପାରିନାହାନ୍ତି, ଯେତିକି ଏହି ଲୋକସଭା ନିର୍ବାଚନରେ ଆମ ଦଳ ଜିତିଛି। ଦେଶର କୋଣ ଅନୁକୋଣରେ ଆମ ଦଳର ନେତାଙ୍କ ଝାଳବୁହା ପରିଶ୍ରମ ଆଜି ଆମକୁ ଏଠାରେ ପହଞ୍ଚାଇଛି। ଆପଣ ୧୦ ଘଣ୍ଟା କାମ କଲେ ମୁଁ ୧୮ ଘଣ୍ଟା କାମ କରିବି ବୋଲି କହିଛନ୍ତି ମୋଦୀ। ଆପଣ ଦୁଇ ପାଦ ଚାଲିଲେ, ମୁଁ ୪ ପାଦ ଚାଲିବି ବୋଲି କହିଛନ୍ତି ମୋଦୀ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.