ପ୍ରମୂଖ ଖବର
  • ବିଜେଡିର ୬ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା, ଭୁବନେଶ୍ୱର ଦାୟିତ୍ୱରେ ଅଶୋକ ପଣ୍ଡା
  • ||
  • ବୌଦ୍ଧ : ବାଇକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ: ବାପା ମୃତ, ପୁଅ ଗୁରୁତର
  • ||
  • ମାଲକାନଗିରି : ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ୮୦ ଲକ୍ଷ ଲୁଟ୍‌, ଅଭିଯୁକ୍ତ ଗିରଫ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାରୁ ଭିଣୋଇକୁ କଟୁରୀରେ ହାଣିଲା ଶାଳକ ଆକ୍ରମଣ, ଥାନାରେ ଅଭିଯୁକ୍ତର ଆତ୍ମ ସମର୍ପଣ
  • ||
  • ଅନୁଗୁଳ : ୨୬ ତାରିଖରୁ ନିଖୋଜ ହୋଇଥିଲେ ଯୁବତୀ, ଗାଁ ପାଖ ବିଲରୁ ମିଳିଲା ମୃତଦେହ
  • ||
  • ନିଟ୍‌-ୟୁଜି ଦେଲେ ୨୦.୮ ଲକ୍ଷ ଶିକ୍ଷାର୍ଥୀ, ୩ ବର୍ଷ ହେଲା ବଢ଼ୁଛି ପଞ୍ଜୀକରଣ
  • ||
  • ସୁବର୍ଣ୍ଣପୁର : ବ୍ରିଜ୍‌ ନିର୍ମାଣ କାମ କରିବା ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ
  • ||

ପହଲଗାମ୍ ପ୍ରତିଶୋଧ ପାଇଁ ଜୋରଦାର ପ୍ରସ୍ତୁତି, ବାୟୁସେନା ମୁଖ୍ୟଙ୍କ ପରେ ପିଏମ୍ ମୋଦିଙ୍କୁ ଭେଟିଲେ ପ୍ରତିରକ୍ଷା ସଚିବ

Published By : Prameya | May 5, 2025 2:39 PM

ନୂଆଦିଲ୍ଲୀ,୫।୫: ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ୨୨ ଏପ୍ରିଲରେ ହୋଇଥିବା ଭୀଷଣ ଆତଙ୍କୀ ହମଲା ପରେ ଆକ୍ସନରେ କେନ୍ଦ୍ରର ମୋଦି ସରକାର। ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ବାୟୁସେନା ମୁଖ୍ୟ। ଏବେ ପୁଣିଥରେ ପିଏମ୍‌ଙ୍କୁ ଭେଟିଛନ୍ତି ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ। ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବୈଠକକୁ ନେଇ ସଙ୍କେତ ମିଳୁଛି ଯେ, ଭାରତ କଡା କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ବଢୁଛି।

ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ୨୨ ଏପ୍ରିଲରେ ହୋଇଥିବା ଭୀଷଣ ଆତଙ୍କୀ ହମଲାରେ ୨୬ ନିର୍ଦୋଷୀ ନାଗରିକଙ୍କ ଜୀବନ ଯାଇଥିଲା। ଏହି ଆକ୍ରମଣ ସାରାଦେଶକୁ ଶୋକରେ ବୁଡାଇ ଦେଇଥିଲା। ଆକ୍ରମଣ ପରେ ପୁରା ବିଶ୍ବରେ ଆତଙ୍କବାଦକୁ ବିରୋଧ କରି ଭାରତକୁ ସମର୍ଥନ କରାଯାଇଥିଲା। ଏଥିରେ ଇସ୍ରାଏଲ, ଆମେରିକା ଓ ଋଷ ମଧ୍ୟ ଥିଲେ। ପହଲଗାମ୍ ଆତଙ୍କୀ ଆକ୍ରମଣରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଏବେ ସାମନାକୁ ଆସିଛି।

ଏହାପରେ ପିଏମ୍ ମୋଦି ନିକଟରେ ପହଲଗାମ୍‌ ଆତଙ୍କୀ ହମଲା ପରେ ଭାରତୀୟ ବାୟୁସେନା ମୁଖ୍ୟଙ୍କ ସହିତ ତିନି ସେନା ମୁଖ୍ୟଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏହି ବୈଠକ ୨୯ ଏପ୍ରିଲ ୨୦୨୫ ରେ ହୋଇଥିଲା। ଏଥିରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନିଲ ଚୌହାନ ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ପିଏମ୍ ମୋଦି ସେନାକୁ ସମ୍ପୂର୍ଣ୍ଣ କ୍ଷମତା ପ୍ରଦାନ କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.