ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପାପମୋଚନ ଏକାଦଶୀରେ ମାଆ ବୃନ୍ଦାବତୀଙ୍କୁ କରନ୍ତୁ ପୂଜା, ଫିଟିବ ବିବାହ ଯୋଗ

Published By : Harapriya Sethi | March 19, 2025 12:45 PM

ହିନ୍ଦୁ ଧର୍ମରେ ଏକାଦଶୀ ତିଥିର ବିଶେଷ ମହତ୍ତ୍ୱ ରହିଛି। ପ୍ରତି ମାସର କୃଷ୍ଣ ପକ୍ଷ ଏବଂ ଶୁକ୍ଳ ପକ୍ଷରେ ଏକାଦଶୀ ତିଥି ପଡ଼ିଥାଏ ଏବଂ ଏହି ଦିନ ଉପବାସ ମଧ୍ୟ ପାଳନ କରାଯାଏ । ଚୈତ୍ର ମାସର କୃଷ୍ଣ ପକ୍ଷର ଏକାଦଶୀକୁ ହିନ୍ଦୁ ଧର୍ମରେ ପାପମୋଚନ ଏକାଦଶୀ କୁହାଯାଏ । ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ,ଏହି ଦିନ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରି ଉପବାସ କରିବା ଦ୍ୱାରା ଜୀବନରେ ଜାଣତରେ କିମ୍ବା ଅଜାଣତରେ ହୋଇଥିବା ସମସ୍ତ ପାପ ନଷ୍ଟ ହୋଇଥାଏ । ଏହା ସହିତ ବିଷ୍ଣୁଙ୍କ କୃପା ମଧ୍ୟ ଆପଣଙ୍କ ଉପରେ ସବୁବେଳେ ରହିଥାଏ। ଜ୍ୟୋତିର୍ବିଦ୍‌ଙ୍କ ଅନୁଯାୟୀ, ପାପମୋଚନ ଏକାଦଶୀ ମାର୍ଚ୍ଚ ୨୫ ତାରିଖରେ ପଡ଼ିବ । ଏହି ଦିନ ମାଆ ବୃନ୍ଦାବତୀଙ୍କ ସହିତ ଭଗବାନ ବିଷ୍ଣୁଙ୍କ ପୂଜା କରିବା ଦ୍ୱାରା ଆପଣଙ୍କୁ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ। 

କଦଳୀ ଗଛ ମୂଳକୁ ପୂଜା କରନ୍ତୁ-

ଏହି ଦିନ ଉପବାସ କରି କଦଳୀ ଗଛର ମୂଳକୁ ପୂଜା କରିବା କରନ୍ତୁ । ଏକ ପିତ୍ତଳ ପାତ୍ରରେ ହଳଦୀ ଏବଂ ଗୁଡ଼ ରଖି ସେଠାରେ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ସହିତ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

ଭାତ ଖାଆନ୍ତୁ ନାହିଁ-

ପାପମୋଚନ ଏକାଦଶୀ ଦିନ ଭୁଲରେ ବି ଭାତ ଖାଆନ୍ତୁ ନାହିଁ । ଏହା ବ୍ୟତୀତ ଚାଉଳ ଦାନ କରିବା ମଧ୍ୟ ଉଚିତ୍ ନୁହେଁ। ଏପରି କରିଲେ ଆପଣ ଭଗବାନଙ୍କ କୃପାରୁ ବଞ୍ଚିତ ହେବେ । 

ବିବାହ ସମ୍ବନ୍ଧୀୟ ସମସ୍ୟାର ଅନ୍ତ ହେବ-

ଯଦି ଆପଣ ନିଜ ଜୀବନରେ ବିବାହ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଏହି ଦିନ ତୁଳସୀଙ୍କୁ ଷୋହଳଟି ଶୃଙ୍ଗାର ସାମଗ୍ରୀ ଅର୍ପଣ କରନ୍ତୁ । ଏହା ସହ ମାଆ ବୃନ୍ଦାବତୀଙ୍କୁ ଶ୍ରଦ୍ଧାର ସହ ପୂଜାର୍ଚ୍ଚନା କରନ୍ତୁ ଏବଂ ସନ୍ଧ୍ୟାରେ ତୁଳସୀ ଗଛ ତଳେ ଘିଅ ଦୀପ ଜଳାନ୍ତୁ । ଏପରି କରିବା ଦ୍ୱାରା ବିବାହ ସମ୍ବନ୍ଧୀୟ ସମସ୍ତ ସମସ୍ୟାର ଅନ୍ତ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.