ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ପତ୍ନୀ ଓ ତିନି ସନ୍ତାନଙ୍କୁ ମାରି ସ୍ବାମୀର ଆତ୍ମହତ୍ୟା, ଷଡଯନ୍ତ୍ରକାରୀ ତାନ୍ତ୍ରିକକୁ ଖୋଜୁଛି ପୋଲିସ

Published By : Prameya | November 5, 2024 6:29 PM

ବାରଣାସୀ,୫।୧୧:  ଉତ୍ତର ପ୍ରଦେଶର ବାରଣାସୀରୁ ଆସିଛି ଭୟଙ୍କର ହତ୍ୟା ମାମଲା। ଭେଲୁପୁର ଥାନା ଅନ୍ତର୍ଗତ ଭୈଦେନୀରେ ଜଣେ ବ୍ୟକ୍ତି ନିଜ ପରିବାରର ୪ ଜଣଙ୍କୁ ଗୁଳିକରି  ହତ୍ୟା ପରେ ନିଜେ କରିଛି ଆତ୍ମହତ୍ୟା। ଖବର ଅନୁସାରେ, ରାଜେନ୍ଦ୍ର ଗୁପ୍ତା ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀ ଓ ତିନି ସନ୍ତାନଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି।

ମୃତକଙ୍କ ମଧ୍ୟରେ ରାଜେନ୍ଦ୍ରର ପତ୍ନୀ ନିତୁ ଗୁପ୍ତା(୪୫), ପୁଅ ନଭନୀତ ଗୁପ୍ତା(୨୫), ପୁଅ ଶୁଭେନ୍ଦର ଗୁପ୍ତା(୧୫) ଓ ଝିଅ ଗୌରାଙ୍ଗି ଗୁପ୍ତା(୧୬ ) ରହିଛନ୍ତି। ଘଟଣାସ୍ଥଳରେ ପହଁଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ, ଭୈଦେନୀ ସ୍ଥିତ ପାଓ୍ବାର ହାଉସ ଆଗରେ ଥିବା ଗଳିରେ ରାଜେନ୍ଦ୍ର ଗୁପ୍ତା ନିଜ ପରିବାର ସହ ରହୁଥିଲା। ପରିବାରରେ  ବୃଦ୍ଧ ମା’, ପତ୍ନୀ ନିତୁ, ଝିଅ ଗୌରାଙ୍ଗି ଓ ପୁଅ ନଭନେନ୍ଦ୍ର ଓ ସୁଭେନ୍ଦ୍ର ଥିଲେ। 

ମଙ୍ଗଳବାର ପଡୋଶୀ ପୋଲିସକୁ ଏନେି ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପହଁଞ୍ଚିଥିବା ପୋଲିସ ରାଜେନ୍ଦ୍ରଙ୍କ ଘରକୁ ଯିବା ବେଳେ ୪ଟି ମୃତଦେହ ଦେଖିଥିଲା। ପ୍ରଥମେ ଲାଗୁଥିଲା ଅଭିଯୁକ୍ତ ରାଜେନ୍ଦ୍ର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। କିନ୍ତୁ ଆଉ ଏକ ରୁମ୍‌ରେ ପଡିଥିଲା ରାଜେନ୍ଦ୍ରର ମୃତହେଦ। ପାଖରେ ମଧ୍ୟ ଏକ ପିସ୍ତଲ ଥିଲା।ସନ୍ଦେହ କରାଯାଉଛି ଯେ, ସେ ଆତ୍ମହତ୍ୟା କରିଛି। ଘଟଣା ସମୟରେ ଘରେ ରାଜେନ୍ଦ୍ରର ବୃଦ୍ଧା ମା’ ଥିଲେ, କିନ୍ତୁ ତାଙ୍କୁ ଏ ବିଷୟରେ କିଛି ଜଣାନଥିଲା। ଅଧିକ ବୟସ ହୋଇଥିବାରୁ ସେ ଚଲାବୁଲା କିମ୍ବା ଭଲରେ କଥା ମଧ୍ୟ କହିପାରୁନାହାନ୍ତି।

ପଡୋଶୀଙ୍କ କହିବା ଅନୁସାରେ, ରାଜେନ୍ଦ୍ର ଜଣେ ତାନ୍ତ୍ରିକର ସମ୍ପର୍କରେ ଥିଲା। ସେ ତାନ୍ତ୍ରିକର କହିବା ଅନୁସାରେ,ନିଜ ପତ୍ନୀଙ୍କୁ କାମରେ ବାଧା ବୋଲି ଭାବିନେଇଥିଲା। ଏହି କାରଣରୁ ସେ ଦ୍ବିତୀୟ ବିବାହ ମଧ୍ୟ କରିବାକୁ ଚାହୁଁଥିଲା। ଏହି କାରଣରୁ ସ୍ବାମୀ-ସ୍ତ୍ରୀ ମଧ୍ୟରେ ସବୁବେଳେ ଝଗଡା ହେଉଥିଲା। ଏହା ପୂର୍ବରୁ ଏହି ଘରେ ୫ ଜଣଙ୍କୁ ମଧ୍ୟ କରାଯାଇଥିଲା। ରାଜେନ୍ଦ୍ରର ତା’ର ବାପା, ଦୁଇଜଣ ଗାର୍ଡ ଏବଂ ତାର ଭାଇ ଏବଂ ଭାଇର ପତ୍ନୀଙ୍କୁ ହତ୍ୟା କରିବା ମାମଲାରେ ଜେଲ୍‌କୁ ମଧ୍ୟ ଯାଇଥିଲା। ‌ ଏବେ ସେ ନିଜ ପତ୍ନୀ ଓ ପିଲାଙ୍କୁ ହତ୍ୟା କରିଛି। ପୋଲିସ ରାଜେନ୍ଦ୍ର ସହ ତାନ୍ତ୍ରିକର ମଧ୍ୟ ସନ୍ଧାନରେ ରହିଛି। 

ରାଜେନ୍ଦ୍ର ଗୁପ୍ତା ପାଖରେ ଟଙ୍କାର କିଛି ଅଭାବ ନଥିଲା। ତା ପାଖରେ ସହରରେ ମୋଟ ୪ଟି ଘର ରହିଛି। ଦୁଇଟି ଘରେ ୫୦ଟି ଲେଖାଏଁ ରୁମ୍ ରହିଛି। ଯେଉଁ ଘରେ ହତ୍ୟାକାଣ୍ଡ ଘଟିଛି ସେଥିରୁ ୨୦ଟି ରୁମ୍‌ରୁ ୮୦ ହଜାର ଟଙ୍କାର ଭଡା ଆସୁଥିଲା। ୩୦ଟି ରୁମ୍‌ର ଭଡା ଦୁଇ ଲକ୍ଷରୁ ଅଧିକ ଥିଲା। ଏହାଛଡା ଭୈଦେନୀରେ ଥିବା ଆଉ ଏକ ଘରୁ ଦୁଇ ଲକ୍ଷରୁ ଅଧିକ ରେଣ୍ଟ ଆସୁଥିଲା। ଏହାଛଡା ସେ ଦେଶୀ ମଦଭାଟିର ମାଲିକ ଥିଲା। କେବଳ ସେତିକି ନୁହେଁ ତା ପାଖରେ ୧୦୦ ଅଟୋ ରିକ୍ସା ମଧ୍ୟ ଥିଲା।

ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ବିଷୟରେ ମଙ୍ଗଳବାର ମଧ୍ୟାହ୍ନରେ ଜଣାପଡିଥିଲା। ଯେତେବେଳେ ଘରୋଇ ସହାୟିକା ରେଣୁ ବର୍ମା ରୋଷଇ କରିବାକୁ ଆସିଥିଲେ। ସୋମବାର ରୋଷେଇ କରି ସେ ଚାଲିଯାଇଥିଲେ, କିନ୍ତୁ ମଙ୍ଗଳବାର  ଯେତେବେଳେ ଆସିଥିଲେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରର ୪ ଜଣଙ୍କୁ ଦେଖି ପୋଲିସକୁ ଖବର ଦେଇଥିଲେ।କୁହାଯାଉଛି ଯେ, ରାଜେନ୍ଦ୍ରର ବଡ଼ ପୁ୍ର ନଭନେନ୍ଦ୍ର ବେଙ୍ଗାଲୁରର ଏକ ମଲ୍ଟି ନ୍ୟାସନାଲ କମ୍ପାନୀରେ ଇଞ୍ଜିନିୟର ଥିଲେ। ସେ ଦୀପାବଳିରେ ଘରକୁ ଆସିଥିଲେ। ଛଟ୍‌ ପୂଜାର ପ୍ରସ୍ତୁତି ଚାଲିଥିଲା। ସାନ ପୁଅ ଏବଂ ଝିଅ ଦୁହେଁ ଡିପିଏସ୍‌ରେ ପଢୁଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.