ନବରଙ୍ଗପୁର,୨୦।୫ (ଆପ୍ର) : ନବରଙ୍ଗପୁର ଆଏମସି ପରିସରରେ ଜିଲ୍ଲାସ୍ତରୀୟ ରବିଋତୁର ଧାନମଣ୍ଡିର ଶୁଭାରମ୍ଭ ହୋଇଛି। ମୁଖ୍ୟଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ଯୋଗଦେଇ ଦିନ କୁ ଦିନ ଧାନଫସଲ ପ୍ରତି ଚାଷୀ ମୁହଁ ମୋଡ଼ୁଥିଲେ। କିନ୍ତୁ ମୋହନ ମାଝୀଙ୍କ ସରକାର ନିର୍ବାଚନ ପୂର୍ବରୁ କୁଇଣ୍ଟାଲ ପ୍ରତି ଧାନର ଦର ୩୧୦୦ଟଙ୍କାର ପ୍ରତିଶ୍ରୁତି ଦେଇଥିଲେ । ସରକାର ଗଢିବା ପରେ ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରି ଧାନର ଦର ବୃଦ୍ଧି କରିଛନ୍ତି।ତେଣୁ ରବିଋତୁରେ ଦୁଇଗୁଣ ଚାଷୀ ପଞ୍ଜିକରଣ କରିଛନ୍ତି। ସେଭଳି ରବିଧାନମଣ୍ଡିକୁ ଶୃଙ୍ଖଳାର ସହିତ ପରିଚାଳନା କରିବାକୁ ସଂପୃକ୍ତ ସରକାରୀ କର୍ମଚାରୀଙ୍କୁ ବିଧାୟକ ପରାମର୍ଶ ଦେଇଥିଲେ।
ସେଭଳି ଜିଲ୍ଲାଯୋଗାଣ ଅଧିକାରୀ ଅଜୟକୁମାର ମଲ୍ଲୀକ ଚଳିତ ରବିଋତୁରେ ଜିଲ୍ଲାରେ ୫ଟି ଧାନମଣ୍ଡି କାର୍ଯ୍ୟକାରୀ ହୋଇଛି। ଏଥିରେ ୩ଟି ଲ୍ୟାମ୍ପସ୍ ଓ ୨ଟି ପାଣି ପଞ୍ଚାୟତ ଓ ୨ଟି ଏସ୍ଏଚଜି ପକ୍ଷରୁ ଧାନମଣ୍ଡିରୁ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବ। ନବରଙ୍ଗପୁର ଲ୍ୟାମ୍ପସ୍ ପକ୍ଷରୁ ଆରଏମସି ପରିସରରେ ଧାନକିଣାଯିବ।ସେଭଳି ନନ୍ଦାହାଣ୍ଡି ବ୍ଲକରେ ଲ୍ୟାମ୍ପସ୍ ଓ ଏସ୍ଏଚଜି ପକ୍ଷରୁ ସରୁଗୁଡା ଆରଏମସି ୟାର୍ଡରେ ଧାନ କିଣାଯିବ। କୋଷାଗୁମଡା ବ୍ଳକରେ ପାଣିପଞ୍ଚାୟତ ପକ୍ଷରୁ ବଡଆମଡା ଆରଏମସି ୟାର୍ଡରେ ଓ ଉମରକୋଟରେ ଆରଏମସି ୟାର୍ଡରେ ଉମରକୋଟ ଲ୍ୟାମ୍ପସ୍ ଓ ଚନ୍ଦାହାଣ୍ଡି ବ୍ଳକରେ ଚିଲିଗାଁ ଆରଏମସି ୟାର୍ଡରେ ଏସଏଚ୍ଳି ପକ୍ଷରୁ ଧାନ କିଣାଯିବ। ଜିଲ୍ଲାରେ ଏଥର ୧୦୫୨ଜଣ ଚାଷୀ ପଞ୍ଜୀକରଣ କରିଥିଲେ । କିନ୍ତୁ ଯାଞ୍ଚ ପରେ ୧୦୦୮ଜଣ ଚାଷୀ ବର୍ତ୍ତମାନ ସୁଧା ଧାନବିକ୍ରୀ ପାଇଁ ଯୋଗ୍ୟ ହୋଇଛନ୍ତି। ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୮ହଜାର୭୫୦ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ତପନ କୁମାର ଖୁଣ୍ଟିଆ, ଜିଲ୍ଲାପରି ଜିଲ୍ଲାପରିଷଦ ସିଡିଓ ବି ବିରଞ୍ଚି ନାରାୟଣ ଦରୱାନ୍, ଚାଷୀ ନେତା ଝାଡେଶ୍ଵରଖାଡଙ୍ଗା, ମିଲ୍ ମାଲିକ ସଂଘର ସଭାପତି ପ୍ରଦୀପ ମିଶ୍ର ପ୍ରମୁଖ ଯୋଗଦେଇଥିବା ବେଳେ ଆରଏମସି ସଂପାଦକ କପିଳେନ୍ଦ୍ର ସାସ୍ମଲ ମଞ୍ଚ ପରିଚାଳନା କରିଥିବା ବେଳେ ନିୟନ୍ତ୍ରିତବଜ ବଜାର କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ପାଳ ପ୍ରକାଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।