ଉମରକୋଟ ୧୩।୧୧: ନିଆଁରେ ପୋଡି ହୋଇ ବୃଦ୍ଧ ମୃତ। ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ବୁଟିସର୍ଗି ଗାଁରେ ଏଭଳି ଘଟଣା ଘଟିଛି । ନିଆଁ ଲଗାଇ ଶୋଇଥିବା ବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି ।
ସୂଚନାନୁଯାୟୀ, ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ବୁଟିସର୍ଗି ଗାଁରେ ନିଆଁରେ ପୋଡି ହୋଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ରାତିରେ ଶୋଇବା ବେଳେ ପାଖରେ ନିଆଁ ଲଗାଇଥିବାରୁ ଏଭଳି ଅଘଟଣ ଘଟିଛି । ମୃତ ବୃଦ୍ଧ ବୁଟିସର୍ଗି ଗାଁର ୫୫ ବର୍ଷୀୟ ଭିକାରୀ ମାଳୀ ବୋଲି ଜଣାପଡିଛି । ଏ ନେଇ ପରିବାର ଲୋକେ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।