ପ୍ରମୂଖ ଖବର
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଆଜି ଆସିବ ମୁଦ୍ରାନୀତି ବୈଠକ ଫଳାଫଳ, ସାଧାରଣ ଲୋକଙ୍କ ମିଳିପାରେ ଆଶ୍ୱସ୍ତି,ଶସ୍ତା ହୋଇପାରେ ଗୃହ, ଗାଡ଼ି ଋଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରେସ୍‌ମିଟ; ରାଜ୍ୟ ସରକାରଙ୍କୁ ଘେରିଲେ, ଆନ୍ଦୋଳନ ଚେତାବନୀ ଦେଲେ

Published By : Ankita S | June 4, 2025 1:22 PM

ଭୁବନେଶ୍ୱର,୦୪/୦୬: ରାଜ୍ୟରେ ୨ ଦିନରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭୁଲ ଇଞ୍ଜେକ୍ସନ ଯୋଗୁଁ ୬ ଜଣଙ୍କର ମୃତ୍ୟୁ, ନବରଙ୍ଗପୁର ସେପ୍ଟିଟ୍ୟାଙ୍କରେ ୪ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ସେମାନଙ୍କୁ କ୍ଷତିପୂରଣ ଦେବାକୁ କହିଛି । ଏହା ସହିତ ରାଇରଙ୍ଗପୁର ଏୟାରଷ୍ଟ୍ରିପ ପାଇଁ ଉଚ୍ଛେଦଙ୍କୁ ଥଇଥାନ କରିବା ସହ ୪୦ ଲକ୍ଷ ଓ ଦୁଇ ଗୁଣା ଜମି ଦେବାକୁ କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚଦ୍ର କାଡାମ ।

କଂଗ୍ରେସ ବିଧାୟକ ଦଳ ନେତା ରାମଚଦ୍ର କାଡାମ କହିଛନ୍ତି, ''ପେସା ନିୟମ କହୁଛି, ବିନା ପଲ୍ଲୀସଭାରେ କୌଣସି ଆଦିବାସୀ ବସ୍ତି ଉଚ୍ଛେଦ ହେବା କଥା ନୁହେଁ । ହେଲେ ରାଇରଙ୍ଗପୁର ରାଷ୍ଟ୍ରପତିଙ୍କ ଘର। ମୁଖ୍ୟମନ୍ତ୍ରୀଙ୍କ ଶ୍ୱଶୁର ଘର ହୋଇ ବି ରାଇରଙ୍ଗପୁର ଅଞ୍ଚଳରେ ଏକ ଏୟାରଷ୍ଟ୍ରିପ ନିର୍ମାଣ ପାଇଁ ବସ୍ତି ଉଚ୍ଛେଦ କରାଯାଇଛି। ୪୩ ପରିବାରକୁ ଉଚ୍ଛେଦ ହୋଇଛନ୍ତି । ସେଠାରେ ପଲ୍ଲିସଭା କରାଯାଇନି। ପେସା ଆଇନ ଲାଗୁ ହେଉନି। ଆନ୍ଦୋଳନ ହେଲା, କିଛି ଲାଭ ହେଲାନି।  ଆଦିବାସୀ ବାସହରା ହେଲେ। ତେଣୁ ରାଜ୍ୟ ସରକାରଙ୍କ ପାଖରେ ଦାବି କରୁଛୁ, ଯେଉଁମାନଙ୍କ ଘର ଭାଙ୍ଗିଛି ସେମାନଙ୍କୁ ୪୦ ଲକ୍ଷ ଦିଅ । ଯେତିକି ଜାଗା ଯାଇଛି, ତାର ଦୁଇ ଗୁଣା ଜାଗା ଅନ୍ୟ ସ୍ଥାନରେ ଦିଆଯାଉ । ତାଙ୍କୁ ଥଇଥାନ କରାଯାଉ। ମାମଲା ପ୍ରତ୍ୟାହାର ହେଉ। ନଚେତ କଂଗ୍ରେସ ଆନ୍ଦୋଳନ କରିବ । ''

ସାମ୍ବାଦିକ ସମ୍ମିଳନୀରେ କାଡ଼ାମ ଆହୁରି କହିଛନ୍ତି, ''କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭୁଲ ଇଞ୍ଜେକ୍ସନ ଯୋଗୁଁ ୬ ଜଣଙ୍କ ଜୀବନ ଚାଲିଗଲା। ସେଠି ଆବଶ୍ୟକ ସଂଖ୍ୟାରେ ଡାକ୍ତର ନାହାନ୍ତି। ତେଣୁ ସରକାରଙ୍କ ଭୁଲ ପାଇଁ ନିରୀହ ଲୋକଙ୍କ ଜୀବନ ଗଲା । ପ୍ରତ୍ୟେକ କ୍ଷତିଗସ୍ତ ପରିବାରକୁ ୨୫ ଲକ୍ଷ ଟଙ୍କା ଦିଆଯାଉ। ଭୁଲ ଇଞ୍ଜେକ୍ସନ ଦେଇଥିବା ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯାଉ। ସେହିପରି ନବରଙ୍ଗପୁରରେ ପାଇଖାନାରେ ଟାଙ୍କି ସଫା କରିବାବେଳେ ୪ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ତାଙ୍କୁ ୨୫ ଲକ୍ଷ ଲେଖାଏଁ ସହାୟତା ପ୍ରଦାନ କରାଯାଉ ।'' ଏହି ସମ୍ମିଳନୀରେ ପିସିସି ସମ୍ପାଦକ ମୋହନ ହେମ୍ବ୍ରମ, ଅନିମା ମିଞ୍ଜ ଉପସ୍ଥିତ ଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.