କପ୍ତିପଦା୦୪/୬ କପ୍ତିପଦା ଅତିରିକ୍ତ ତହସିଲଦାରଙ୍କୁ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ ଘଟଣାର ତିନି ଦିନ ବିତିଥିଲେବି ପୁଲିସର ନିଷ୍କ୍ରିୟତା ଦେଖିବାକୁ ମିଳିଛି । ଏହାର ପ୍ରତିବାଦ କରିଛନ୍ତି ସାଧାରଣ ଜନତା । ଘଟଣାରୁ ପ୍ରକାଶ କି, ବାଲି ଟେଣ୍ଡର ବନ୍ଦ ହେବା ପରେ ରାଜସ୍ବ ବିଭାଗ, ପୁଲିସ ବିଭାଗ ଓ ମାଇନିଂ ବିଭାଗର ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଏ ତିନି ବିଭାଗର ମିଲିଭଗତରେ ପ୍ରତିଦିନ ଲୁଟ ହେଉଥିଲା ଲକ୍ଷ ଲକ୍ଷ ଟଙ୍କାର ବାଲି ଓ ପଥର । ଅଧିକାରୀ ଓ ମାଫିଆ ଲାଲେ ଲାଲ ହେଉଥିଲେ । ଉଭୟ ପ୍ରଶାସନ ମଧ୍ୟରେ ଛକା ପଞ୍ଝା ଚାଲିଥିବା ବେଳେ ଆକ୍ରମଣର ଶୀକାର ହେବାକୁ ପଡିଥିଲା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀଙ୍କୁ । ଏହାକୁ ନେଇ ସାଧାରଣ ଜନତା ଆଜି ଏହାର ପ୍ରତିବାଦ କରିଛନ୍ତି। ଜନତାଙ୍କ ଦାବି, ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣକାରୀ ମାନେ ବଜାର ନିକଟରୁ ଗୋଡ଼ାଇ ପିଛା କରୁ ଥିବା ବେଳେ ସେ ସୁରକ୍ଷା ପାଇଁ ଥାନାକୁ ଦୌଡ଼ି ଆସିଥିଲେ । କିନ୍ତୁ ଥାନା ଗେଟ ବନ୍ଦ ଥିବାରୁ ସେ ସୁରକ୍ଷା ପାଇ ପାରିଲେ ନାହିଁ ଏବଂ ଏହି ସମୟରେ ତାଙ୍କୁ ୨୦ ରୁ ୨୫ ଜଣ ମାଫିଆ ଆକ୍ରମଣ କରିଥିଲେ । ସିସି ଫୁଟେଜରେ ମାଫିଆ ମାନଙ୍କ ଫଟୋ କଏଦ ହେବା ପରେବି ପୁଲିସ ସେମାନଙ୍କୁ ଧରିବାରେ ବିଫଳତାକୁ ପୁଲିସ ଓ ମାଫିଆଙ୍କ ମଧୁଚନ୍ଦ୍ରିକା ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଥାଶୀଘ୍ର ଆକ୍ରମଣକାରୀଙ୍କୁ ଆରେଷ୍ଟ କରାନଗଲେ ଥାନା ଘେରାଉ କରାଯିବ ବୋଲି ଆଜି ବୁଧବାର ଦିନ ଶତାଧିକ ସାଧାରଣ ଜନତା ପୁଲିସ ପ୍ରଶାସନକୁ ଚେତାବନୀ ଦେଇଛନ୍ତି।

ଜାକେଶ ପ୍ରଧାନ ଏବଂ ସଦାନନ୍ଦ ନାୟକଙ୍କ ଘରବାହୁଡ଼ା, କଂ...