ପ୍ରମୂଖ ଖବର
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର ୨୩/୦୭: ଓଡ଼ିଶାର ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ । ଆରମ୍ଭରୁ ଗୃହରେ ବିରୋଧୀ ଦଳର ଆକ୍ରମଣ। ପ୍ରଶ୍ନକାଳରେ ଗୃହ ଅଚଳ କଲେ ବିରୋଧୀ। ଗୃହ ମଧ୍ୟଭାଗରେ ବିଜେଡି ସଦସ୍ୟଙ୍କ ପ୍ରତିବାଦ ସହ ସରକାରଙ୍କୁ ଘେରି ଗଲେ । ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ପ୍ରତିବାଦ କରିଛନ୍ତି। ଫଳରେ ଦିନ ୧୧ଟା ୩୦ ଯାଏ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ସେହିପରି ବିଧାନସଭା ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣ ବର୍ଜନ କରିଥିଲେ ବିରୋଧୀ । 

ତେବେ ଆଜି ଅଧିବେଶନର ଦ୍ବିତୀୟ ଦିନରେ ଗୃହ ସ୍ବଭାବିକ ଚାଲିବା ନେଇ ଆଶା କରାଯାଉଥିବା ବେଳେ ଆରମ୍ଭରୁ ଗୃହରେ ବିରୋଧୀ ଦଳର ଆକ୍ରମଣ ହୋଇଛି। ସୋମବାର ଏଏସଓଙ୍କୁ ମାଡ ମରା ଘଟଣା ଓ ଓଡିଆ ଅସ୍ମିତା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲା ଉଭୟ ବିଜେଡି ଓ କଂଗ୍ରେସ। ଏହାରି ମଧ୍ୟରେ ଦୃଷ୍ଟି ଆକର୍ଷଣ କରିଥଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟପାଳଙ୍କ ଭାଷଣ ବେଳେ ହଠାତ୍ ନିଜର ଆସନରେ ଛିଡା ହୋଇଯାଇଥିଲେ ସେ । ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଆଉ ତାଙ୍କୁ ସମର୍ଥ ଜଣାଇଥିଲା ବିଜେଡି ଓ କଂଗ୍ରେସ । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.