ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

NEET ପରୀକ୍ଷାରେ ଅନିୟମିତତା: ଗ୍ରେସ୍‌ ମାର୍କ ପାଇଥିବା ଛାତ୍ରଛାତ୍ରୀ ପୁଣି ଦେବେ ପରୀକ୍ଷା

ନୂଆଦିଲ୍ଲୀ: NEET UG ପରୀକ୍ଷାରେ ଅନିୟମିତତାକୁ ନେଇ ଦେଶରେ ବିବାଦ ଉଗ୍ର ରୂପ ଧାରଣ କରିଛି । ଏସବୁ ଭିତରେ ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି  । ଗ୍ରେସ୍ ମାର୍କ ପାଇଥିବା ଛାତ୍ରଛାତ୍ରୀ ପୁଣି ଥରେ ପରୀକ୍ଷା ଦେବେ । ପୁଣି ଥରେ ପରୀକ୍ଷା କରାଇବାକୁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପ୍ରସ୍ତାବ ଦେଇଛି ।  ବର୍ତ୍ତମାନ ୧୫୬୩ ଜଣ ଛାତ୍ରଛାତ୍ରୀଙ୍କୁ ପୁନର୍ବାର ପରୀକ୍ଷା ଦେବାକୁ ପଡ଼ିବ । ତାଙ୍କର ସ୍କୋର କାର୍ଡ ବାତିଲ କରାଯାଇଛି । ଜୁନ୍ ୨୩ରେ ପୁନର୍ବାର ପରୀକ୍ଷା ହେବ ଏବଂ ଫଳାଫଳ ଜୁନ୍ ୩୦ସୁଦ୍ଧା ଘୋଷଣା କରାଯିବ ।

ନିଟ୍‌ ପରୀକ୍ଷାରେ ଗ୍ରେସ୍‌ ମାର୍କ ମିଳିଥିବା ଛାତ୍ରଛାତ୍ରୀଙ୍କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏହି ସମୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ତଥା ଏନ୍‌ଟିଏ ଭୟ ଦୂର କରିବା ପାଇଁ ଗ୍ରେସ୍‌ ମିଳିଥିବା ଛାତ୍ରଛାତ୍ରୀଙ୍କ ପୁଣି ଥରେ ପରୀକ୍ଷା କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କୋର୍ଟକୁ ଜଣାଇଛି । ଅନ୍ୟପଟେ ସୁପ୍ରିମକୋର୍ଟ NEET କାଉନ୍‌ସେଲିଂ ଉପରେ ରୋକ୍‌ ଲଗାଇବାକୁ ପୁଣି ଥରେ ମନା କରିଦେଇଛନ୍ତି । ଏଥିସହ ଏହି ପରୀକ୍ଷାରେ କେବଳ ଗ୍ରେସ୍‌ ମାର୍କ ମିଳିଥିବା ଛାତ୍ରଛାତ୍ରୀମାନେ ହିଁ ସାମିଲ ହେବ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ।

ଅନ୍ୟପଟେ NTA ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଛି ଯେ, ୧୫୬୩ ଜଣ ଛାତ୍ରଙ୍କୁ ପୁଣି ଥରେ ପରୀକ୍ଷା ଦେବାକୁ ବିକଳ୍ପ ଦିଆଯାଉଛି। ଯେଉଁ ଛାତ୍ରଛାତ୍ରୀମାନେ ଆଉ ଥରେ ପରୀକ୍ଷା ଦେବାକୁ ଚାହାଁନ୍ତି ନାହିଁ, ସେମାନଙ୍କ ମାର୍କସିଟ୍‌ ବିନା ଗ୍ରେସ୍‌ ମାର୍କରେ ଦିଆଯିବ। ନିଟ୍‌ ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ତିନୋଟି ପିଟିସନ ମଧ୍ୟରୁ ଫିଜିକ୍ସ ୱାଲାର ସିଇଓ ଅଲଖ ପାଣ୍ଡେଙ୍କ ଦ୍ୱାରା ଗୋଟିଏ ପିଟିସନ୍‌ ମଧ୍ୟ ଦାଖଲ କରାଯାଇଛି ।

  • Supreme Court
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.