ନୂଆଦିଲ୍ଲୀ : ମଧ୍ୟ ମହାରାଷ୍ଟ୍ରର ମରାଠାୱାଡା ଅଞ୍ଚଳରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି-ଶରଦଚନ୍ଦ୍ର ପୱାର ( ଏନସିପି –ଏସପି )ର ଜଣେ ପ୍ରାର୍ଥୀ ପ୍ରତିଶ୍ରୁତି ଦେଇଛନ୍ତି କି, ଯଦି ସେ ବିଧାନସଭା ନିର୍ବାଚନ ଜିତନ୍ତି ତ ସେ ନିଜର ନିର୍ବାଚନ ମଣ୍ଡଳୀରେ ଥିବା ସବୁ ଅବିବାହିତ (ବ୍ୟାଚେଲର)ଙ୍କର ବିବାହ କରାଇବେ। ବିଡ୍ ଜିଲ୍ଲାର ପରଲିରୁ ଲଢୁଥିବା ରାଜେସାହେବ ଦେଶମୁଖଙ୍କ ଦ୍ୱାରା କରାଯାଇ ଥିବା ଏହା ନିଆରା ପ୍ରତିଶ୍ରୁତି ଗ୍ରାମୀଣ ଅଞ୍ଚଳରେ ବିବାହ ଯୋଗ୍ୟ ଯୁବକଙ୍କୁ କନ୍ୟା ନମିଳିବା ସମସ୍ୟାକୁ ଦର୍ଶାଇଛି। ଆଉ ଏହାକୁ ସେ ନିଜର ଏକ ନିର୍ବାଚନ ପ୍ରତିଶ୍ରୁତି ଭାବେ ବ୍ୟବହାର କରିଛନ୍ତି।
ଦେଶମୁଖଙ୍କର ଏହି ବୟାନର ଭିଡ଼ିଓ ବୁଧବାର ଭାଇରାଲ ହୋଇଛି। ମହାରାଷ୍ଟ୍ରରେ ଆସନ୍ତା ୨୦ ନଭେମ୍ୱରରେ ବିଧାନସଭା ନିର୍ବାଚନ ହେବ। ପରଲିରେ ଦେଶମୁଖ୍ୟଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ରାଜ୍ୟର କୃଷି ମନ୍ତ୍ରୀ ଜନଞ୍ଜୟ ମୁଣ୍ଡେ ଅଛନ୍ତି , ଯିଏ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି( ଏନସିପି)ର ନେତା।
ଦେଶମୁଖ କହିଛନ୍ତି , ଯଦି ମୁଁ ବିଧାୟକ ହୋଇଗଲି ତ ସବୁ ଅବିବାହିତଙ୍କର ବାହାଘର କରାଇ ଦେବି। ଆମେ ଯୁବବର୍ଗଙ୍କୁ କାମ ଦେବୁ। ଲୋକେ ( କନ୍ୟାର ତଲାସ କରୁଥିବା ବ୍ୟକ୍ତିଙ୍କୁ) ପଚାରନ୍ତି , ତାଙ୍କର କୌଣସି ଚାକିରି କି ନିଜର କୌଣସି ବ୍ୟବସାୟ ଅଛି କି? ଯେବେ ଜିଲ୍ଲାର ସଂରକ୍ଷକ ମନ୍ତ୍ରୀ (ଧନଞ୍ଜୟ ମୁଣ୍ଡେ) ଙ୍କ ପାଖରେ ନିଜର କୌଣସି ବ୍ୟବସାୟ ନାହିଁ ତ ଆପଣଙ୍କୁ କଣ ମିଳିବ। ସେ ଦାବି କରିଛନ୍ତି କି, ମୁଣ୍ଡେ ନିର୍ବାଚନ କ୍ଷେତ୍ରକୁ ଗୋଟିଏ ମଧ୍ୟ ଉଦ୍ୟୋଗ ଆଣି ପାରି ନାହାନ୍ତି ଏବଂ ଏଥିପାଇଁ ଚାକିରି ନମିଳିବା କାରଣରୁ ସ୍ଥାନୀୟ ଯୁବକଙ୍କ ବିବାହରେ ମୁସ୍କିଲ ହେଉଛି।
ଏନସିପି ( ଶରଦଚନ୍ଦ୍ର ପାୱାର )ର ପ୍ରମୁଖ ପାୱାର ଗୁରୁବାର ମହାରାଷ୍ଟ୍ରର ମହାୟୁତି ସରକାରକୁ ଟାର୍ଗେଟ୍ କରି କହିଛନ୍ତି କି, ସେକୃଷକଙ୍କ ହିତର ରକ୍ଷା , ମହିଳାଙ୍କ ସୁରକ୍ଷା ଓ ରୋଜଗାର ଉପଲବ୍ଧ କରାଇବାରେ ବିଫଳ ହୋଇଛନ୍ତି ତଥା ସେ ଲୋକଙ୍କୁ ଅନୁରୋଧ କରିଛ୍ତି କି , ସେ ତାଙ୍କ କ୍ଷମତାରୁ କାଢି ଫିଙ୍ଗି ଦେବେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମଧ୍ୟ ଟାର୍ଗେଟ୍ କରିଛନ୍ତି ଏବଂ ତାଙ୍କୁ ମଧ୍ୟ ଏକ ସ୍ୱତନ୍ତ୍ର ରାଜ୍ୟର ହିତରେ କାମ କରିବାର ଅଭିଯୋଗ କରିଛନ୍ତି।