ପ୍ରମୂଖ ଖବର
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

୧୦ ଜିଲ୍ଲାରେ ହେବ ପ୍ରାକୃତିକ ଚାଷ, ୬୦ହଜାର ୩୭୫ ଚାଷୀଙ୍କୁ ଦିଆଯିବ ପ୍ରଶିକ୍ଷଣ

Published By : Rasmita Pradhan | July 23, 2025 7:52 AM

ଭୁବନେଶ୍ୱର,୨୩/୦୭ (ପ୍ରଜ୍ଞା ଚୌଧୁରୀ): ଖୁବ୍‌ ଶୀଘ୍ର ଓଡ଼ିଶାରେ ବିଧିବଦ୍ଧ ଭାବରେ ଆରମ୍ଭ ହେବ ପ୍ରାକୃତିକ ଚାଷ। ନ୍ୟାସନାଲ ମିଶନ୍‌ ଅନ୍‌ ନ୍ୟାଚୁରାଲ୍‌ ଫାର୍ମିଂ (ଏନଏମଏନଏଫ୍‌) ଯୋଜନାରେ ରାଜ୍ୟର ମୋଟ ୨୪ ହଜାର ୧୫୦ ହେକ୍ଟର ଜମିରେ କରାଯିବ ପ୍ରାକୃତିକ ଚାଷ । ୧୦ ଜିଲ୍ଲାର ୬୦ ହଜାର ୩୭୫ ଚାଷୀଙ୍କୁ ପ୍ରାକୃତିକ ଚାଷ ଲାଗି ପ୍ରଶିକ୍ଷଣ ଦିଆଯିବା ସହ ବାର୍ଷିକ ୪ ହଜାର ଟଙ୍କା ପ୍ରୋତ୍ସାହନ ମଧ୍ୟ ମିଳିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୭ କୋଟି ଟଙ୍କା ଦିଆଯାଇଛି । ଅନ୍ୟପଟେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀମାନଙ୍କୁ ବ୍ୟାଙ୍କ ଖାତା ଖୋଲିବାକୁ କୁହାଯାଇଛି । ଖୁବଶୀଘ୍ର ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଲାଗି ବ୍ୟାଙ୍କ ଖାତାକୁ ଟଙ୍କା ପଠାଯିବ । 

ସୂଚାନ ଅନୁଯାୟୀ, ୨୦୨୪-୨୫ ରବି ଋତୁରେ ରାଜ୍ୟରେ ଏନ୍‌ଏମ୍‌ଏନ୍‌ଏଫ୍‌ ଲାଗି ପ୍ରସ୍ତାବ ଆସିଥିଲା । ଦୁଇ ବର୍ଷର ଏହି ପ୍ରକଳ୍ପ ବାବଦକୁ ମୋଟ ୪୧ କୋଟି ଅନୁମୋଦିତ ହୋଇଥିବା ବେଳେ କେନ୍ଦ୍ର ଓ ରାଜ୍ୟର ୬୦-୪୦ ପ୍ରତିଶତ ଭାଗିଦାରୀ ରହିଛି । ରବି ଗଲା ପରେ ଚଳିତ ଖରିଫ୍‌ ୨୦୨୫ରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଉଛି । ଏଥିପାଇଁ କେନ୍ଦ୍ରରୁ ୧୧ କୋଟି ଟଙ୍କା ମଞ୍ଜୁର ହୋଇ ଚିଠି ଆସିଛି । ଏପଟେ ରାଜ୍ୟ ସରକାର ୭ କୋଟି ଟଙ୍କା ଦେଇଛନ୍ତି । ପର୍ଯ୍ୟାୟକ୍ରମେ ମୋଟ ୧୯ କୋଟି ଖର୍ଚ୍ଚ କରାଯିବ । ଅନୁଗୁଳ, ବଲାଙ୍ଗିର, ଦେବଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, ସୋନପୁର, ବରଗଡ଼, କଳାହାଣ୍ଡି, ନବରଙ୍ଗପୁର, ସୁନ୍ଦରଗଡ଼ ଏହି ୧୦ ଜିଲ୍ଲାରେ ପ୍ରାକୃତିକ ଚାଷ କରାଯିବାକୁ ସ୍ଥିର ହୋଇଛି । ପ୍ରତି ୫୦ ହେକ୍ଟରରେ ଗୋଟିଏ କୃଷକ ସମୂହ (କ୍ଲଷ୍ଟର) ଗଠନ ହେବ । ପ୍ରତିଟି କ୍ଲଷ୍ଟରରେ ପ୍ରାକୃତିକ ଖତ ଯୋଗାଇଦେବା ପାଇଁ ବାୟୋ ରିସୋର୍ସ ସେଣ୍ଟର କରାଯିବ । ଏ ଦିଗରେ ସିଆରପିମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀମାନଙ୍କୁ ପ୍ରକଳ୍ପ ରାଶି ପହଞ୍ଚିବା ପରେ କାର୍ଯ୍ୟ ଆଗେଇବ । 

ଉଲ୍ଲେଖଯୋଗ୍ୟ, ପ୍ରାକୃତିକ ଚାଷ ଜୈବ ଚାଷଠାରୁ ଭିନ୍ନ ଅଟେ । ପ୍ରାକୃତିକ ଚାଷରେ କୌଣସି ଜୈବିକ ଖତ କିମ୍ବା ରାସାୟନିକ ସାର ନୁହେଁ ବରଂ ପ୍ରକୃତିଦତ୍ତ ଜିନିଷରୁ ହିଁ ଖତ ସୃଷ୍ଟି କରି ବ୍ୟବହାର କରାଯାଏ । ଏ ଦିଗରେ ଏନଏମଏନଏଫ୍‌ ଯୋଜନାରେ ଚାଷୀଙ୍କୁ ସଚେତନ କରିବା ସହ ଦକ୍ଷତା ବୃଦ୍ଧି ଲାଗି ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏଥିସହ ପ୍ରାକୃତିକ ଚାଷର ଉତ୍ପାଦଗୁଡ଼ିକର ବିକ୍ରିବଟା ଲାଗି ବଜାର ବ୍ୟବସ୍ଥା ଓ ପ୍ରାକୃତିକ ଚାଷୀଙ୍କ ରୋଜଗାର ବୃଦ୍ଧିକୁ ଗୁରୁତ୍ୱ ଦିଆଯିବ । ରାସାୟନିକ ସାର ଆଦି ବ୍ୟବହାର ଦ୍ୱାରା ଚାଷୀଙ୍କ ଉତ୍ପାଦନ ବଢିଥାଏ ସତ କିନ୍ତୁ ଏହାକୁ କିଣିବା ପାଇଁ ଚାଷୀଙ୍କ ଇନପୁଟ୍‌ ଖର୍ଚ୍ଚ ମଧ୍ୟ ବଢିଯାଏ । ତେବେ ପ୍ରାକୃତିକ ଚାଷରେ ଚାଷୀଙ୍କ ଇନପୁଟ୍‌ ଖର୍ଚ୍ଚ କମିବ ଆଉ କମ୍‌ ଉତ୍ପାଦନ ହେଲେ ବି ପ୍ରାକୃତିକ ଖାଦ୍ୟ ମିଳିପାରିବ । ଏହାବ୍ୟତୀତ ପ୍ରାକୃତିକ ଚାଷକୁ ପ୍ରମାଣୀକରଣ କରିବା ପାଇଁ ଭାରତ ସରକାରଙ୍କ ତରଫରୁ ଦୁଇ ବର୍ଷ ପର୍ଯ୍ୟନ୍ତ ସହଭାଗୀ କୃଷି ପଦ୍ଧତି ମାଧ୍ୟମରେ ପ୍ରମାଣନ (ସାର୍ଟିଫିକେସନ୍‌) ପ୍ରକ୍ରିୟା ମଧ୍ୟ କରାଯିବ । ଯାହାକୁ ପ୍ରାକୃତିକ ଚାଷ ପ୍ରମାଣନ ବ୍ୟବସ୍ଥା ଭାବରେ ଅଭିହିତ କରାଯାଇଛି । ଏହି ପ୍ରମାଣନ ପ୍ରକ୍ରିୟା ପାଇଁ ହେକ୍ଟର ପିଛା ୭୦୦ ଟଙ୍କା ରଖାଯାଇଛି । ଯାହା ଫଳରେ ଚାଷୀମାନେ ଦେଶ ଭିତରେ ନିଜର ପ୍ରାକୃତିକ ଚାଷ ଉତ୍ପାଦକୁ ଖାଉଟିଙ୍କ ପାଖରେ ସହଜରେ ଓ ଅଧିକ ଭାବରେ ପହଞ୍ଚାଇ ପାରିବେ । ରାସାୟନିକ ସାରଯୁକ୍ତ ଖାଦ୍ୟ ଖାଇ ଦିନକୁ ଦିନ ନୂଆ ନୂଆ ରୋଗରେ ପୀଡିତ ହେଉଛନ୍ତି ଲୋକେ । ଅନ୍ୟପଟେ ଏହାର କୁପ୍ରଭାବ ଦ୍ୱାରା ମାଟି ମଧ୍ୟ ବିଷାକ୍ତ ହୋଇଗଲାଣି । ଏଣୁ ମାଟିର ଉର୍ବରତା ବୃଦ୍ଧି, ଜଳବାୟୁ ପରିବର୍ତ୍ତନକୁ ରୋକିବା ଏବଂ ସୁସ୍ଥ ଶରୀର ପାଇଁ ପ୍ରାକୃତିକ ତଥା ରସାୟନମୁକ୍ତ ଖାଦ୍ୟ ଯୋଗାଇବାକୁ ଭାରତ ସରକାର ଏଭଳି ଅଭିଯାନ ଆରମ୍ଭ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.