ପ୍ରମୂଖ ଖବର
  • କେନ୍ଦୁଝର : ଗଛ ତଳେ ବସିଥିଲେ, ବଜ୍ରପାତରେ ଚାଳିଗଲା ଦମ୍ପତିଙ୍କ ଜୀବନ
  • ||
  • ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର କୁଚେଇ ଶାଖାରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍
  • ||
  • ବାରିପଦା : ପୂର୍ବ ଶତ୍ରୁତା ଓ ଛେଳି ଚୋରିକୁ ନେଇ ପୁଅକୁ ଗୁଳି, ମାଆକୁ ଛୁରାମାଡ
  • ||
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

୭୦ ଘଣ୍ଟା କାମର ପରାମର୍ଶ ଦେଉଥିବା ନାରାୟଣ ମୂର୍ତ୍ତି ChatGPT ମୋହ, ୩୦ ଘଣ୍ଟାର କାମ ୫ ଘଣ୍ଟାର ଶେଷ

Published By : Ankita S | June 24, 2025 2:04 PM

ନୂଆଦିଲ୍ଲୀ,୨୪/୦୪: ଇନ୍‌ଫୋସିସ୍‌ ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ତାଙ୍କ ଭାଷଣ ଓ ଲେକ୍ଚର ତିଆରି କରିବାକୁ ଚାର୍ଟଜିପିଟି ବ୍ୟବହାର କରନ୍ତି । ନିକଟରେ ଏକ ସାକ୍ଷତକାରରେ ସେ ଏହା କହିଥିଲେ । ସେ ବିଶ୍ୱାସ କରନ୍ତି କି, ଉଭୟ ଟେକ୍ନିକାଲ ଏବଂ ପରିଚାଳନାଗତ ଦକ୍ଷତା ପାଇଁ ଏଆଇ-ଡ୍ରାଇଭ ସମାନ ଭାବେ ଜରୁରୀ । ୭୦ ଘଣ୍ଟା କାମ କରିବାକୁ ପରାମର୍ଶ ଦେଉଥିବା ନାରାୟଣ ମୂର୍ତ୍ତି ବି ଚାର୍ଟଜିପିଟି ମୋହରେ ପଡିଛନ୍ତି । ୩୦ ଘଣ୍ଟାର କାମ ୫ ଘଣ୍ଟାରେ ସାରୁଛନ୍ତି । ଏଆଇ ଅଧିକ ନିଯୁକ୍ତି ସୃଷ୍ଟି କରିବା ସହ ବଡ଼ ବଡ଼ ସମସ୍ୟା ସମାଧାନ ଦକ୍ଷତା ଥିବା କହିଛନ୍ତି ନାରାୟଣ ମୂର୍ତ୍ତି।

କିଛି ଦିନ ତଳେ ୭୦ ଘଣ୍ଟା କାମ କରିବାକୁ ପରାମର୍ଶ ଦେଇ ଚର୍ଚ୍ଚାକୁ ଆସିଥିଲେ ନାରାୟଣ ମୂର୍ତ୍ତି । ଏବେ ସେ କହିଛନ୍ତି କି, ''ଚାର୍ଟଜିପିଟି ଦ୍ୱାରା ମୋର ୫ ଗୁଣା ପ୍ରଡକ୍ଟିଭିଟି ବୃଦ୍ଧି ହୋଇଛି । ଲେକ୍ଚରର ଥିମ୍‌, ଢାଞ୍ଚା ପାଇଁ ବହୁତ ପରିଶ୍ରମ ଲାଗେ । ହେଲେ ମୋ ପୁଅ ରୋହନ ଚାର୍ଟଜିପିଟି ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ଏହାକୁ ବ୍ୟବହାର କରି ମୋର ଲେକ୍ଚର ଓ ଢାଞ୍ଚା ପ୍ରସ୍ତୁତ କରୁଛି । ଏହା ଦ୍ୱାରା ମୋର ସମୟ ବଞ୍ଚୁଛି । ''

ମଣିଷ ଜାଗା ନେବନି ଏଆଇ- ନାରାୟଣ ମୂର୍ତ୍ତି ମାନନ୍ତି କି ଏଇଆଇ ମଣିଷଙ୍କ ସ୍ଥାନ କେବେ ବି ନେବ ନାହିଁ । ବରଂ ଅଧିକ ପ୍ରଭାବୀ ଓ ଆକ୍ଟିଭ କରିବାର ସାଧନ ହେବ । ଏହି ଟେକନିକ୍‌ ସେବେ କାମରେ ଆସିବ ଯେବେ ଲୋକ ତାକୁ ସଠିକ୍ ପ୍ରଶ୍ନ କରିବେ । ଯଦି ଆମେ ଏଆଇଠୁ ସଠିକ୍‌ ପ୍ରକ୍ରିୟାରେ ଆମର ଆବଶ୍ୟକତା କହିବା ତ ଏହା ଆମକୁ ଉପଯୋଗୀ ଉତ୍ତର ଦେଇପାରେ । ଦେଶର ଆଇଟି କମ୍ପାନୀ ଏହି ଟେକନିକ୍‌ ବ୍ୟବହାର କରି କୋଡିଂ ପରି କାମକୁ ଦ୍ରୁତ ଗତିରେ କରିପାରେ । ଜଟିଳ ସମସ୍ୟାର ସମାଧାନ କରିପାରେ । ସମସ୍ତେ କହୁଥିଲେ ବ୍ୟାଙ୍କ ସେକ୍ଟରକୁ କମ୍ପ୍ୟୁଟର ଆସିବା ପରେ ଚାକିରି ଚାଲିଯିବ କିନ୍ତୁ ଚାକିରି ୪୦ରୁ ୫୦ ଗୁଣା ବଢିଛି । ଏଆଇ ଲୋକଙ୍କୁ ଅଧିକ ସ୍ମାର୍ଟ ଓ ଅଧିକ କାମ କରିବାକୁ ସାହାଯ୍ୟ କରିବ ।''


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.