ପ୍ରମୂଖ ଖବର
  • କେନ୍ଦୁଝର : ଗଛ ତଳେ ବସିଥିଲେ, ବଜ୍ରପାତରେ ଚାଳିଗଲା ଦମ୍ପତିଙ୍କ ଜୀବନ
  • ||
  • ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର କୁଚେଇ ଶାଖାରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍
  • ||
  • ବାରିପଦା : ପୂର୍ବ ଶତ୍ରୁତା ଓ ଛେଳି ଚୋରିକୁ ନେଇ ପୁଅକୁ ଗୁଳି, ମାଆକୁ ଛୁରାମାଡ
  • ||
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆବୋଟ୍ଟାବାଦରୁ ମୁଜାଫରାବାଦ ଦେଇ ଭାରତକୁ ପ୍ରବେଶ କରିଥିଲେ ଆତଙ୍କୀ, ପହଲଗାମ୍ ହମଲା ଘଟଣାରେ ଏନ୍‌ଆଇଏର ବଡ଼ ଖୁଲାସା

Published By : Harapriya Biswal | June 24, 2025 5:00 PM

ନୂଆଦିଲ୍ଲୀ,୨୪।୫:ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କୀ ହମଲାକୁ ନେଇ ସାରା ଦେଶ ହୋଇଥିଲା ମର୍ମାହତ। ଏବେ ଏହାକୁ ନେଇ ଆସିଛି ବଡ ଅପଡେଟ। ଆତଙ୍କବାଦୀ ମାନେ କେଉଁ ରାସ୍ତା ଦେଇ ଭାରତରେ ପ୍ରବେଶ କରିଥିଲେ ତାହାର ପ୍ରମାଣ ମିଳିଛି।  ଏନେଇ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ସୂଚନା ଦେଇଛି। ଏନ୍‌ଆଇଏ ସୂଚନା ଅନୁସାରେ ଆତଙ୍କବାଦୀ ମାନେ ପାକିସ୍ତାନର ଆବୋଟ୍ଟାବାଦରୁ ମୁଜାଫରାବାଦ ଦେଇ ଭାରତକୁ ପ୍ରବେଶ କରିଥିଲେ। ସେହିପରି ପୁଞ୍ଚ-ରଜୌରୀ ସେକ୍ଟରରେ ଏହି ଆତଙ୍କୀ ମାନେ ଭାରତରେ ପ୍ରବେଶ କରିଥିଲେ। କେବଳ ସେତିକି ନୁହେଁ ଏହି ଆତଙ୍କୀମାନେ ବିଭିନ୍ନ ପ୍ରକାରର ମାର୍ସଲ ଆର୍ଟସ ଓ କମ୍ବାଟରେ ଖୁବ୍ ପାରଙ୍ଗମ ଥିଲେ ବୋଲି କୁହାଯାଇଛି।

ଏନଆଇଏ ସୂଚନା ଅନୁସାରେ, ଆତଙ୍କୀ ହମଲା ଲିଙ୍କରେ ୨ଜଣଙ୍କୁ ଶନିବାର ଗିରଫ କରାଯାଇଛି। ସେମାନେ  ଆତଙ୍କୀଙ୍କୁ ଆଶ୍ରୟ ଦେଇଥିଲେ। ସେମାନେ ହେଉଛନ୍ତି ବାରକୋଟର ପରଭେଜ୍ ଅହମ୍ମଦ ଓ ପହଲଗାମ୍‌ର ବସିର ଅହମ୍ମଦ।  ସେପଟେ ୩ ଆତଙ୍କବାଦୀଙ୍କ ପରିଚୟ ଦେଇଛନ୍ତି ଗିରଫ ହୋଇଥିବା ୨ ଅଭିଯୁକ୍ତ । ୨ ଜଣଙ୍କୁ ୫ ଦିନିଆ ରିମାଣ୍ଡରେ ନିଆଯାଇଥିବା ବେଳେ ପଚରାଉଚୁରାରୁ ମିଳିଥିବା ତଥ୍ୟ ଅନୁସାରେ ଭୁଲ ସ୍କେଚ କଥା ସ୍ପଷ୍ଟ ହୋଇଛି। ୨୨ରେ ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଥିବା ତିନି ଜଣ ଆତଙ୍କବାଦୀ ପାକିସ୍ତାନୀ ନାଗରିକ ଏବଂ ଲସ୍କର-ଇ-ତୋଇବା ସହିତ ଜଡିତ ବୋଲି ଜାଣିବାକୁ ପାଇଛି NIA । 

ଉଲ୍ଲେଖନୀୟ ଯେ, ଚଳିତ ବର୍ଷ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିବା ଏବଂ ୧୬ ଜଣଙ୍କୁ ଆହତ   କରିଥିଲେ ଆତଙ୍କବାଦୀ। ଏହାର ମୁକାବିଲା କରିବାକୁ ଭାରତ ପକ୍ଷରୁ ପାକିସ୍ତାନରେ ହୋଇଥିଲା ‘ଅପରେସନ୍ ସିନ୍ଦୂର’। ଭାରତ-ପାକିସ୍ତାନ ମଧରେ ୪ ଦିନ ଧରି ଲାଗି ଥିଲା ଯୁଦ୍ଧ ଭଳି ସ୍ଥିତି। ଭାରତର ହମଲାରେ ଧରାଶାୟୀ ହୋଇଥିଲା ପାକିସ୍ତାନ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.