ପ୍ରମୂଖ ଖବର
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ଚମକିବ ଏହି ୩ ରାଶିଙ୍କ ଭାଗ୍ୟ...

Published By : Harapriya Sethi | August 6, 2025 6:45 AM

ଅଗଷ୍ଟରେ ଗୁରୁ ବୃହସ୍ପତି ୨ ଥର ନକ୍ଷତ୍ର ପରିବର୍ତ୍ତନ କରିବେ । ଗୁରୁଙ୍କ ଏହି ରାଶି ପରିବର୍ତ୍ତନ ସମସ୍ତ ରାଶି ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଜାଣନ୍ତୁ ସେହି ସୌଭାଗ୍ୟଶାଳୀ ରାଶି ବିଷୟରେ..

ଗୁରୁ ବୃହସ୍ପତି ୧୨ ଅଗଷ୍ଟ ପର୍ଯ୍ୟନ୍ତ ଆଦ୍ରା ନକ୍ଷତ୍ରରେ ରହିବେ। ୧୩ ଅଗଷ୍ଟରେ ପୁନର୍ବସୁ ନକ୍ଷତ୍ରରେ ପ୍ରଥମେ ପ୍ରବେଶ କରିବେ । ଏହାପରେ ୩୦ ଅଗଷ୍ଟରେ ପୁନର୍ବସୁ ନକ୍ଷତ୍ରରେ ୨ୟ ପଦରେ ପ୍ରବେଶ କରିବେ। ଜାଣନ୍ତୁ କେଉଁ କେଉଁ ରାଶିଙ୍କୁ ଶୁଭଫଳ, ବିବାହ ଠାରୁ ସନ୍ତାନ, ଶିକ୍ଷା, କର୍ମକ୍ଷେତ୍ର ଓ ଆର୍ଥିକ କ୍ଷେତ୍ରରେ ଲାଭବାନ୍‌ ହେବେ ।

ମେଷ- ଏହି ରାଶିଙ୍କୁ ଶୁଭଫଳ ମିଳିବ । ଅଟକି ଥିବା କାମ ପୂରଣ ହେବ । ପରିବାର ଲୋକଙ୍କ ସହଯୋଗ ମିଳିବ । କର୍ମକ୍ଷେତ୍ର-ବ୍ୟବସାୟରେ ନୂଆ ନୂଆ ସୁଯୋଗ ମିଳିବା ସହ ଉନ୍ନତିର ମାର୍ଗ ଖୋଲିବ । ହଠାତ୍‌ ଧନ ଲାଭର ଯୋଗ ରହିଛି । ପ୍ରେମ ସମ୍ପର୍କ ମଜଭୁତ ହେବ । ଜୀବନରେ ଥିବା ଅନେକ ସମସ୍ୟା ଦୂର ହେବ । ନୂଆ ବ୍ୟବସାୟ ଆରମ୍ଭ କରିବେ ।

କର୍କଟ- ଘରେ ଶୁଭ କାର୍ଯ୍ୟର ଯୋଗ ରହିଛି । ଅଟକି ଥିବା କାମ ପୂରଣ ହେବ । ବିବାହରେ ଥିବା ବାଧା ଦୂର ହେବ । କର୍ମକ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇ ଦରମା ବଢିବ । ଆୟରେ ବୃଦ୍ଧି ହେବ । ଆତ୍ମବିଶ୍ୱାସ ବୃଦ୍ଧି ହେବ ।

ମୀନ- ନୂଆ ଚାକିରିର ସୁଯୋଗ ମିଳିବ । ନକରାତ୍ମକ ଶକ୍ତି ଦୂର ହେବ । ବ୍ୟବସାୟରେ ବଡ ଲାଭ ମିଳିବ । ବନ୍ଧୁ ଓ ପରିବାର ସହ ହସଖୁସିରେ ସମୟ ବିତିବ । ଜୀବନସାଥୀଙ୍କ ସହଯୋଗ ମିଳିବ । ବଡ ସଫଳତା ମିଳିବ । ଧନ ସହ ଜଡିତ ସମସ୍ୟା ଦୂର ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.