ଆସନ୍ତା କାଲି ଠାରୁ ଅଗଷ୍ଟ ମାସ ଆରମ୍ଭ ହେବାକୁ ଯାଉଛି । ଏହି ମାସରେ ଅନେକ ବଡ ବଡ ଗ୍ରହ ଚଳନ କରିବା ସହ ଅନେକ ଦୁର୍ଲ୍ଲଭ ଯୋଗ ସହ ରାଜଯୋଗ ସୃଷ୍ଟି ହେବ । ଅଗଷ୍ଟରେ ବୁଧ, ଶୁକ୍ର, ସୂର୍ଯ୍ୟ ଗ୍ରହଙ୍କ ଶୁଭ ସଂଯୋଗ ହେବାକୁ ଯାଉଛି । ଗ୍ରହଙ୍କ ରାଜା ସୂର୍ଯ୍ୟ ଗୋଠିଏ ବର୍ଷ ପରେ ସିଂହ ରାଶିରେ ଚଳନ କରିବେ । ଶୁକ୍ର ମଧ୍ୟ ରାଶି ପରିବର୍ତ୍ତନ କରିବେ ।
ଅଗଷ୍ଟରେ ଗ୍ରହଙ୍କ ଯାହା ସ୍ଥିତି ଓ ଯେଉଁ ଶୁଭ ଯୋଗ ରହିଛି, ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ମା’ଲକ୍ଷ୍ମୀଙ୍କ କୃପା ବର୍ଷିବ । ଏମାନଙ୍କୁ ହଠାତ୍ ଧନ ପ୍ରାପ୍ତି ସହ କୋଟିପତି ହେବେ । ଏମାନଙ୍କ ପାଇଁ ଅଗଷ୍ଟ ମାସ ସୌଭାଗ୍ୟଶାଳୀ ହେବ..
ବୃଷ- ଏହି ରାଶି ଅଗଷ୍ଟ ମାସରେ ମାଲାମାଲ୍ ହେବେ । ଶୁକ୍ରଙ୍କ ରାଶି ପରିବର୍ତ୍ତନ କାରଣରୁ ହଠାତ୍ ଧନ ମିଳିବ । ଅଟକି ଥିବା ଧନ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ମାନ-ସମ୍ମାନ ବୃଦ୍ଧି ହେବ ।
ମିଥୁନ- ଏହି ରାଶିଙ୍କୁ ଅନେକ କ୍ଷେତ୍ରରେ ସଫଳତା ମିଳିବ । କର୍ମକ୍ଷେତ୍ର ଓ ବ୍ୟବସାୟରେ ଉନ୍ନତି ହେବ । ନୂଆ ନୂଆ ସୁଯୋଗ ମିଳିବ, ହଠାତ୍ ଧନ ମିଳିବ । ସମୟ ଶୁଭଙ୍କର ।
ସିଂହ- ଏହି ରାଶିଙ୍କୁ ବଡ ଲାଭ ମିଳିବ । ଆୟରେ ବୃଦ୍ଧି ହେବ । ଟଙ୍କା ନିବେଶ କରିବାର ଯୋଜନା କରି ସଫଳତା ପାଇବେ । ଅଟକି ଥିବା କାମ ପୂରଣ ହେବ ।
ଧନୁ- ଆୟରେ ବୃଦ୍ଧି ହେବ । କାମରେ ସଫଳତା ମିଳିବ । ଲାଗି ରହିଥିବା ସମସ୍ୟା ଦୂର ହେବ ।