ପ୍ରମୂଖ ଖବର
  • କଟକ : କାଠଯୋଡ଼ିରେ ବୁଡ଼ି ଯାଇଥିବା ୨ ନାବାଳକ ଉଦ୍ଧାର,ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର
  • ||
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ଗୁଣି ସନ୍ଦେହରେ ଯୁବକକୁ ହତ୍ୟା ଅଭିଯୋଗ, ଗୋଡ଼ାଇ ଗୋଡ଼ାଇ ଅଭିଯୁକ୍ତଙ୍କୁ ଧରିଲା ପୁଲିସ

Published By : Anindita Ratha | August 3, 2025 9:31 AM

 ମୋହନା,୦୩/୦୮: ଗୁଣି ସନ୍ଦେହରେ ଗ୍ରାମବାସୀ ଯୁବକଙ୍କୁ ହତ୍ୟା କରି ଡ୍ୟାମରେ ଫିଙ୍ଗିଦେଇଥିବା ଅଭିଯୋଗ।  ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଘଟଣା । ମୃତକ ଜଣକ ରାଚାଗୁଡା ଗାଁର ଗୋପାଳ ମଳିକ ବୋଲି ଜଣାପଡ଼ିଛି। ଏନେଇ ଖବରପାଇ ମୋହନା, ଅଡବା ଥାନା ପୁଲିସ ଅଭିଯୁକ୍ତମାନଙ୍କୁ ରାତିସାରା ଗୋଡ଼ାଇ ଗୋଡ଼ାଇ କାବୁ କରିବାରେ ସଫଳ ହୋଇଛି। ଏହି ହତ୍ୟା ଘଟଣାରେ ରାଚାଗୁଡା ଓ ଗୁଞ୍ଜିମା ଗାଁର ୧୪ ଜଣକୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ । ଏଥିସହ ୩ଟି ଅଟୋ ଓ ଅବିଯୁକ୍ତମାନଙ୍କ ମୋବାଇଲ ଜବତ କରାଯାଇଛି ।

ସୂଚନା ମୁତାବକ, ଗତ ୧୫ ଦିନ ତଳେ ରାଚାଗୁଡା ଗାଁର ସୁବାଷ ମଳିକଙ୍କ ସ୍ତ୍ରୀ ଝୁନୁର କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ଗୋପାଳ ଗୁଣି କରି ଝୁନୁକୁ ମାରି ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଥିଲେ  ଗୋପାଳ ନିଜ ଶ୍ୱଶୁର ଘର ଗଞ୍ଜାମ ଜିଲ୍ଲା ଗୌଡ଼ଗୋଠ ଗଣ୍ଡିଗାଁରେ ରହୁଥିବା ବେଳେ ଗତ ରାତିରେ ଗୋପାଳକୁ ତାଙ୍କ ଶ୍ୱଶୁର ଘରୁ ଉଠାଇ ଆଣି ୨ଟି ଅଟୋରେ ଗ୍ରାମବାସୀ ହରଭଙ୍ଗୀ ଡ୍ୟାମକୁ ନେଇଥିଲେ । ସେଠାରେ ଗୋପାଳକୁ ହତ୍ୟାକରି ଡ୍ୟାମରେ ଫିଙ୍ଗି ଦେଇ ଚାଲି ଆସିଥିଲେ ।ଖବର ପାଇ ମୋହନା ଅଗ୍ନିଶମ ବାହିନୀ ଓ ପୁଲିସ ହରଭଙ୍ଗୀ ଡ୍ୟାମରୁ ମୃତଦେହ ଜବତ କରିଛି। ଏଥିସହ  ମୋହନା ପୁଲିସ ଗୋଡ଼ାଇ ଗୋଡ଼ାଇ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.