ପ୍ରମୂଖ ଖବର
  • ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ
  • ||
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ଚେନ୍ନାଇକୁ ଜିତାଇ ପାରିଥାନ୍ତେ ଧୋନୀ; କାହିଁକି ନିଜ ଉପରେ ନେଲେ ଦୋଷ ? କହିଲେ ଏମିତି...

Published By : Ankita S | May 4, 2025 2:12 PM

ନୂଆଦିଲ୍ଲୀ,୦୪/୦୩: ରୟାଲ ଟ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ଚେନ୍ନାଇ ୨ ରନ୍‌ରେ ପରାସ୍ତ ହୋଇଛି । ଏହି ପରାଜୟର ଦୋଷ ନିଜକୁ ନିଜେ ଦେଇଛନ୍ତି ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ସେ ବ୍ୟାଟିଂ କରିବାକୁ ଆସିବା ପରେ କିଛି ବଡ ସଟ୍ ଖେଳି ଚାପ କମ୍ କରି ପାରିଥାନ୍ତେ ହେଲେ ଏମିତି କରିବାରେ ବିଫଳ ହୋଇଥିଲେ ବୋଲି ମ୍ୟାଚ ପରେ କହିଛନ୍ତି ଅଧିନାୟକ ଧୋନୀ ।

ବେଙ୍ଗାଲୁରୁ ବିପକ୍ଷରେ ୮ଟି ବଲରେ ୧ ଛକା ସହିତ ୧୨ ରନ କରିଥିଲେ । ଏହି ମ୍ୟାଚରେ ଆୟୁଷ ମାତ୍ରେ ଜବରଦସ୍ତ ଇନିଂସ ଖେଳିଥିଲେ । ଯାହାକୁ ପୁରସ୍କାର ସମାରୋହରେ ଧୋନୀ ପ୍ରଶଂସା କରିଥିଲେ । ସେହି ସମୟରେ ଧୋନୀ କହିଥିଲେ,  ଲକ୍ଷ୍ୟ ହାସଲ କରି ନପାରିଥିବାରୁ ତାର ସବୁ ଦୋଷ ମୋ ଉପରେ ନେଉଛି । ଯେବେ ମୁଁ ବ୍ୟାଟିଂ କରିବାକୁ ଗଲି, ଯେତେକି ବଲରେ ଯେତିକି ରନ ଦରକାର ଥିଲା, ତେବେ ମୋତେ କିଛି ବଡ ସଟ ଖେଳି ଚାପ କମ୍ କରିବାର ଥିଲା । ମାତ୍ର ଏମିତି କିଛି କରିପାରିଲି ନାହିଁ । ସେଫର୍ଡ ଡେଥ ଓଭରରେ ଭଲ ଖେଳିଥିଲେ । ଆମେ ସବୁ ପ୍ରୟାସ କରୁଥିଲୁ ତାଙ୍କୁ ଅଟକାଇବାକୁ । ହେଲେ ସେ ସବୁ ବଲରେ ପ୍ରହାର କରିଥିଲେ ।''

ସେ ଆହୁରି କହିଛନ୍ତି, ''ଆମେ ଭଲ ବୋଲିଂ କରିଥିଲୁ । ୟର୍କରକୁ ସଠିକ ଲେନ୍ଥରେ ପକାଇବା ଅଭ୍ୟାସ କରିବାକୁ ହେବ । ଏଥିରେ ଆମକୁ ସୁଧାର ଆଣିବାକୁ ହେବ । ଯଦି ୟର୍କର ପକାଇ ପାରୁନାହୁଁ ତେବେ ପଥିରାଣାଙ୍କ ପରି ସଟ୍ ବଲକୁ ମଧ୍ୟ ବିଚାରକୁ ନିଆଯାଇପାରେ ।''

ଅଧିକ ପଢନ୍ତୁ...IPL-2025: ଲଗାତାର ଚତୁର୍ଥ ବିଜୟ ହାସଲ କଲା ବାଙ୍ଗାଲୋର; ୨ ରନର ମ୍ୟାଚ୍ ହାରିଲା ଚେନ୍ନାଇ

ଆଇପିଏଲ ସିଜିନ୍‌ ୧୮ରୁ ୫ ଥରର ଚାମ୍ପିଆନ୍ ଚେନ୍ନାଇ ବିଦା ହୋଇଛି । କେବେଳ ସମ୍ମାନ ପାଇଁ ବଳକା ମ୍ୟାଚ ଖେଳୁଛି ଦଳ । ଶନିବାର ବେଙ୍ଗାଲୁରୁ ବିପକ୍ଷରେ ମ୍ୟାଚ ଖେଳିଥିଲା ଚେନ୍ନାଇ । ପ୍ରଥମେ ବ୍ୟାଟିଂ କରି ୨୧୧ରନ କରିଥିଲା । ସେଫର୍ଡ ଓ ଜାଡେଜା ଅର୍ଦ୍ଧଶତକ କରିଥିଲେ । ହେଲେ ତାହା ବୃଥା ଯାଇଥିଲା ।  ୨ ରନରେ ବାଜି ମାରି ନେଇଥିଲା ଆରିସିବି । ଏହି ବିଜୟ ପଏଣ୍ଟ ଟେବୁଲ ଟପ୍‌ରେ ରହିଛି ରୟାଲ ଟ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.