ମୁମ୍ବାଇ, ୪/୫ : ଆଇପିଏଲ୍ ୨୦୨୫ର ୫୩ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ଟିମ୍ ମୁହାଁମୁହିଁ ହୋଇଛନ୍ତି । ରାଜସ୍ଥାନ ରୟାଲ୍ସର ଟିମ୍ ପ୍ଲେଅଫର ରେସରେ ବାହାର ହୋଇଯାଇଛି । ସେହିଭଳି କେକେଆରର ଟପ୍-୪ରେ ସ୍ଥାନ ପକ୍କା କରିବା ଆଶା ଉଜ୍ଜିବୀତ ହୋଇଛି । କୋଲକାତାର ଇଡେନ ଗାଡେନ୍ସରେ ଖେଳାଯାଉଥିବା ଏହି ମ୍ୟାଚରେ ୨୨ବର୍ଷୀୟ ଜଣେ ଭାରତୀୟ ଷ୍ଟାର କ୍ରିକେଟରଙ୍କ ଭାଗ୍ୟ ଚମକିଛି । ଯାହାକି ରାଜସ୍ଥାନ ରୟାଲ୍ସ ତାଙ୍କୁ ପ୍ଲେଇଂ ୧୧ରେ ସାମିଲ କରି ଆଇପିଏଲ୍ ଡେବ୍ୟୁର ସ୍ବପ୍ନ ପୂରା କରି ଦେଇଛି ।
ପ୍ରକାଶ ଯେ, ରାଜସ୍ଥାନ ଲାଗି ଡୋମେଷ୍ଟିକ କ୍ରିକେଟ ଖେଳୁଥିବା ଯୁବ ଓ୍ବିକେଟ କିପର ବ୍ୟାଟର କୃଣାଳ ସିଂହ ରାଠୋରଙ୍କ ଆଇପିଏଲରେ ଡେବ୍ୟୁ ହୋଇଯାଇଛି । କୃଣାଳ ସିଂହ ରାଠୋରଙ୍କୁ ଆଇପିଏଲ୍ ୨୦୨୫ ଲାଗି ହୋଇଥିବା ମେଗା ଅକ୍ସନରେ ରାଜସ୍ଥାନ ଫ୍ରାଞ୍ଚାଇଜ ୩୦ଲକ୍ଷ ଟଙ୍କା ଦେଇ ନିଜ ସହ ଯୋଡ଼ିଛି । ତାଙ୍କୁ ଆଇପିଏଲ୍ ୨୦୨୩ଅକ୍ସନରେ ବି ରାଜସ୍ଥାନ ଟିମରେ ସାମିଲ କରିଥିଲା କିନ୍ତୁ ଡେବ୍ୟୁର ସୁଯୋଗ ମିଳିନଥିଲା ।