ପ୍ରମୂଖ ଖବର
  • ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ
  • ||
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

କ୍ରିସ୍ ଗେଲଙ୍କ ରେକର୍ଡ଼ ଭାଙ୍ଗିଲେ ବିରାଟ କୋହଲି, ଜାଣନ୍ତୁ କେଉଁ ରେକର୍ଡ଼

Published By : Prameya | May 3, 2025 11:13 PM

ମୁମ୍ବାଇ,୩/୫ :  ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ କ୍ରିସ୍ ଗେଲଙ୍କ ଛକା ରେକର୍ଡ଼ ଭାଙ୍ଗି ବିରାଟ କୋହଲି ଇତିହାସ ରଚିଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଏକ ଦ୍ରୁତ ଅର୍ଦ୍ଧଶତକ ହାସଲ କରି ବିରାଟ କୋହଲି ଅନେକ ରେକର୍ଡ ସୃଷ୍ଟି କରିଛନ୍ତି । ଏହି ମ୍ୟାଚ୍‌ରେ କୋହଲି ଛକା ମାରିବାର ରେକର୍ଡ ଭାଙ୍ଗିଛନ୍ତି। ସେ କ୍ରିସ୍ ଗେଲ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ସେହିଭଳି ଟି-୨୦ କ୍ରିକେଟରେ ଗୋଟିଏ ଦଳ ପାଇଁ ୩୦୦ ଛକା ମାରିବାରେ କୋହଲି ପ୍ରଥମ ଖେଳାଳି ହୋଇଛନ୍ତି।

କୋହଲି ସଏସକେ ବିପକ୍ଷରେ ୩୩ ବଲ୍‌ରେ ୬୨ରନ୍‌ର ଏକ ଧମାକାଦାର ଇନିଂସ ଖେଳିଛନ୍ତି । ଏହି ପାଳିରେ କୋହଲି ୫ଟି ଚୌକା ଏବଂ ୫ଟି ଛକା ମାରିଥିଲେ। ଏହା ସହ କୋହଲି ଟି-୨୦ରେ ଗୋଟିଏ ଗ୍ରାଉଣ୍ଡରେ ସର୍ବାଧିକ ଛକା ମାରିବାର ରେକର୍ଡ଼ ସୃଷ୍ଟି କରିଛନ୍ତି। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ କୋହଲି ୧୫୪ଟି ଛକା ମାରିଛନ୍ତି। ପୂର୍ବରୁ ଏହି ରେକର୍ଡ ଗେଲଙ୍କ ନାଁରେ ଥିଲା। ବେଙ୍ଗାଲୁରୁର ଏହି ଷ୍ଟାଡିୟମରେ ଗେଲ୍ ୧୫୧ଟି ଛକା ମାରିଥିଲେ। ଏହି ତାଲିକାରେ ଗେଲଙ୍କ ନାଁ ମଧ୍ୟ ତୃତୀୟ ସ୍ଥାନରେ ଅଛି। ଗେଲ୍ ମୀରପୁରରେ ଖେଳିବା ସମୟରେ ୧୩୮ଟି ଛକା ମାରିଛନ୍ତି। କୋହଲି ଏହାସହ ଆରସିବି ପାଇଁ ୩୦୦ରୁ ଅଧିକ ଛକା ମାରିଛନ୍ତି। କୋହଲି କୌଣସି ଦଳ ପାଇଁ ଟି-୨୦ କ୍ରିକେଟରେ ୩୦୦ଛକା ମାରିଥିବା ପ୍ରଥମ ଖେଳାଳି ହୋଇଯାଇଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.