ନୂଆଦିଲ୍ଲୀ: ଆଇପିଏଲର ଚଳିତ ସିଜିନରେ ପ୍ଲେଅଫ୍ ଦୌଡ଼ରେ ସନରାଇଜର୍ସ ହାଇଦ୍ରାବାଦ ପଛରେ ରହିଛି। ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଦଳ ଗୁଜରାଟ ଟାଇଟାନ୍ସଠାରୁ ୩୮ ରନ ବ୍ୟବଧାନରେ ପରାସ୍ତ ହୋଇଛି। ଚଳିତ ସିଜନରେ ହାଇଦ୍ରାବାଦ ୧୦ ମ୍ୟାଚରୁ ୭ଟି ମ୍ୟାଚ ହାରିଛି ଅନ୍ୟପଟେ ଗୁଜରାଟ ସିଜିନର ୭ମ ମ୍ୟାଚ ଜିତିଛି।
ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଗୁଜରାଟ ଟାଇଟାନ୍ସ ୨୦ ଓଭର ସୁଦ୍ଧା ୬ ୱିକେଟ ହରାଇ ୨୨୪ ରନ ସଂଗ୍ରହ କରିଥିଲା। ଜବାବରେ, ହାଇଦ୍ରାବାଦ ୨୦ ଓଭରରେ ୬ ୱିକେଟ ହରାଇ ମାତ୍ର ୧୮୬ ରନ ସଂଗ୍ରହ କରିପାରିଥିଲା।
ଗୁଜରାଟ ଅଧିନାୟକ ଶୁଭମନ ଗିଲ ୭୬ ରନ କରିଥିଲେ। ଜସ୍ ବଟଲର୍ ୬୪ ରନ କରି ଆଉଟ ହୋଇଥିବା ବେଳେ। ସାଇ ସୁଦର୍ଶନ ୪୮ ରନର ଇନିଂସ ଖେଳିଥିଲେ। ଜୟଦେବ ଉନାଦକଟ ୩ଟି ୱିକେଟ ହାତେଇ ଥିଲେ। ହାଇଦ୍ରାବାଦ ପାଇଁ ଅଭିଷେକ ଶର୍ମା ୭୪ ରନର ଇନିଂସ ଖେଳିଥିଲେ ଓ ହେନରିଚ୍ କ୍ଲାସେନ୍ ୨୩ ରନ ସଂଗ୍ରହ କରିଥିଲେ। ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କୃଷ୍ଣ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ।