ନୂଆଦିଲ୍ଲୀ,୨୦/୦୬: ଅଷ୍ଟମ ଦିନରେ ପହଞ୍ଚିଛି ଇରାନ୍ ଓ ଇସ୍ରାଏଲ ଉତ୍ତେଜନା । ଆଗକୁ ଆହୁରି ଭୟଙ୍କର ରୂପ ନେଇପାରେ ଯୁଦ୍ଧ । କାରଣ ଆମେରିକା ଯୁଦ୍ଧକୁ କୁଦିପାରେ । ଇରାନ୍ ଉପରେ ଆମେରିକା ଯେ କୌଣସି ମୂହୁର୍ତ୍ତରେ ଆକ୍ରମଣ କରିପାରେ । ହମଲା ଲାଗି ଡୋନାଲ୍ଟ ଟ୍ରମ୍ପଙ୍କ ମଞ୍ଜୁରୀ ମିଳି ସାରିଛି । କେବଳ ଚୂଡାନ୍ତ ଆଦେଶକୁ ଅପେକ୍ଷା । ଇସ୍ରାଏଲ ଉପରେ ବଡ଼ ଧରଣର ଆକ୍ରମଣ କରିଛି ଇରାନ୍ । ବଡ଼ ହସ୍ପିଟାଲ ଉପରେ ଇରାନ୍ ମିସାଇଲ ମାଡ କରିଛି । ଏହାରି ଭିତରେ ବଡ଼ ବୟାନ ଦେଇଛନ୍ତି ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦ । ଏକ ରିପୋର୍ଟ ମୁତାବିକ ଇରାନ୍ କିଛି ଦିନରେ ପରମାଣୁ ଅସ୍ତ୍ର ବନାଇବପାରେ ବୋଲି ସେ କହିଛନ୍ତି ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଇସ୍ରାଏଲ ଗୁଇନ୍ଦା ଏଜେନ୍ସିଂ ମୋସାଦ ଦାବି କରିଛି କି ଇରାନ୍ ଆସନ୍ତା ୧୫ ଦିନରେ ପରମାଣୁ ଅସ୍ତ୍ର ତିଆରି କରିପାରେ । କିଛି ଆମେରିକା ଅଧିକାରୀ ମୋସାଦର ଏହି ଦାବିକୁ ପୃଷ୍ଟି କରିଛନ୍ତି । ଆମେରିକାର ଗୁଇନ୍ଦା ଏଜେନ୍ସିଂ ଏହାକୁ ନେଇ ଅଲଗା ରାୟ ଦେଇଛନ୍ତି । ସେ କହିଛନ୍ତି ଇରାନ୍କୁ ପରମାଣୁ ଅସ୍ତ୍ର କରିବାକୁ ଅତିକମ୍ରେ ବର୍ଷେ ସମୟ ଲାଗିପାରେ । ହ୍ୱାଇଟ୍ ହାଉସ୍ କହିଛି କି, ଇରାନ୍ର ସୁପ୍ରିମ ଲିଡର ଅୟତୁଲ୍ଲା ଅଲି ଖାମେନେଇଙ୍କ ଗ୍ରୀନ ସିଗନାଲ ମିଳିବା ପରେ ଇରାନ୍ କିଛି ସପ୍ତାହ ମଧ୍ୟରେ ପରମାଣୁ ଅସ୍ତ୍ର ତିଆରି କରିପାରେ । ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କେରୋଲିନ୍ ଲେବିଟ କହିଛନ୍ତି, ଏହା ନିଶ୍ଚିନ୍ତ ଯେ ଇରାନ୍ ପାଖରେ ପରମାଣୁ ଅସ୍ତ୍ର ତିଆରି କରିବାକୁ ସମସ୍ତ ଜରୁରୀ ଜିନିଷ ଉପଲବ୍ଧ ଅଛି । ସେ କେବଳ ସର୍ବୋଚ୍ଚ ନେତାଙ୍କୁ ନିଷ୍ପତ୍ତି ଅପେକ୍ଷାରେ ରହିଛି ।''
ହସ୍ପିଟାଲ ଉପରେ ଇରାନ୍ ମିସାଇଲ ମାଡ- ୮ ଦିନ ହେବ ଜଳୁଛି ମଧ୍ୟପ୍ରାଚ୍ୟ । ଇରାନ୍- ଇସ୍ରାଏଲ ମଧ୍ୟରେ ଲଢେଇ ଜାରି ରହିଛି । ଦୁଇ ଦେଶ ମଧ୍ୟରେ ମିସାଇଲ ମାଡ ଜାରି ରହିଛି । ଆଜି ଦକ୍ଷିଣ ଇସ୍ରାଏଲ ତେଲଅଭିଭରେ ଥିବା ବଡ଼ ହସ୍ପିଟାଲରେ ବାଲାଷ୍ଟିକ୍ ମିସାଇଲ ମାଡ କରିଛି ଇରାନ୍ ।ଏଥିରେ ୨୦୦ରୁ ଅଧିକ ଆହତ ହୋଇଛନ୍ତି । ପ୍ରାଣବିକଳରେ ହସ୍ପିଟାଲ ଷ୍ଟାଫ୍ ଦୌଡୁଥିବା ସୋସିଆଲ ମିଡିଆ ଭିଡ଼ିଓରେ ଦେଖିବାକୁ ମିଳିଛି । ବିସ୍ଫୋରଣ, ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି ହସ୍ପିଟାଲ ଉପରେ ପ୍ରାୟ ୧୦ ଲକ୍ଷ ଲୋକ ନିର୍ଭରଶୀଳ ।
ଥମୁନି ଯୁଦ୍ଧ- ଗତ ସପ୍ତାହେ ହେବ ଇସ୍ରାଏଲ 'ଅପରେସନ୍ ରାଇଜିଙ୍ଗ ଲାୟନ' ଆରମ୍ଭ କରିଥିଲା । ଯେଉଁଥିରେ ଇରାନ୍ର ପରମାଣୁ, ମିସାଇଲ ଏବଂ ସୈନ୍ୟ ଠିକଣାକୁ ଟାର୍ଗେଟ କରିଥିଲା । ଇରାନ୍ ଏହାର କଡା ଜବାବ ଦେଇ ଇସ୍ରାଏଲ ଉପରେ ଆଟାକ୍ କରିଥିଲା । ଏହାପରେ ୮ ଦିନ ହେବ ଦୁଇଦେଶ ମଧ୍ୟରେ ଡ୍ରୋନ୍, ମିସାଇଲ ମାଡ ଜାରି ରହିଛି । ଇସ୍ରାଏଲ ଆକ୍ରମଣରେ ଇରାନ୍ର ୬୦୦ରୁ ପାର୍ କରିଛି ମୃତ୍ୟୁସଂଖା ।