ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ମିକ୍ସଚର ମେସିନ ଓଲଟି ଶ୍ରମିକ ମୃତ

ଖଜୁରିପଡା,୨/୬: ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ଠାରେ ରବିବାର ଅପରାହ୍ନରେ ଏକ ମିକ୍ସଚର ମେସିନ ଓଲଟି ଜନୈକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ, ରାଣୀପଥର ଠାରୁ ଖଜୁରିପଡା ପର୍ଯ୍ୟନ୍ତ ପାହାଡ଼ କାଟି ଏକ ରାସ୍ତା ନିର୍ମାଣ ଚାଲିଛି । ରବିବାର ଅପରାହ୍ନରେ କାମ ଚାଲିଥିବା ସମୟରେ ଅସାବଧାନତା ହେତୁ ଏକ ମିକ୍ସଚର ମେସିନ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଛତିଶଗଡ ରାଜ୍ଯର ଅନୱର ଅଂସାରି (୨୬)ନାମକ ଜଣେ ଶ୍ରମିକ ମେସିନ ତଳେ ଚାପି ହୋଇ ଯାଇଥିଲେ । ଖବର ପାଇ ଚାରିଛକ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ଗୁରୁତରଙ୍କୁ ଉଦ୍ଧାର କରି ପୁରୁଣାକଟକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଫୁଲବାଣୀ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ଛାନଭିନ ଆରମ୍ଭ  କରିଥିବା ଥାନା ଅଧିକାରୀ ସିତାଂଶୁ ଶେଖର ମାନ୍ଧାତା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.