ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

U୧୯ ଏସିଆ କପ୍ ଫାଇନାଲ ; ଭାରତ-ବାଂଲାଦେଶ ମଧ୍ୟରେ ଫାଇଟ୍

Published By : Ankita S | December 8, 2024 8:01 AM

ନୂଆଦିଲ୍ଲୀ,୦୮/୧୨: ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ୧୯ ବର୍ଷରୁ କମ୍ ପୁରୁଷ ଏସିଆ କପ୍ । ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଚାଲିଥିବା ଏସିଆନ କ୍ରିକେଟ କାଉନସିଲ (ଏସିସି) ଅଣ୍ଡର ୧୯ ଏସିଆ କପର ଆଜି ଫାଇନାଲ ମ୍ୟାଚ ଖେଳାଯିବ । ଭାରତ ଓ ବାଂଲାଦେଶ ମଧ୍ୟରେ ହେବ ଟ୍ରଫି ଟକ୍କର । ବାଂଲାଦେଶକୁ ପରାସ୍ତ କରି ରେକର୍ଡ ୯ମ ଥର ଟାଇଟଲ ହାତେଇବା ଲକ୍ଷ୍ୟରେ ରହିଛି ଭାରତ । ସକାଳ ୧୦ଟା ୩୦ରୁ ମ୍ୟାଚ ଆରମ୍ଭ ହେବ ।

ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ୮ଥର ଟାଇଟଲ ଜିତି ସଫଳ ଦଳ ଭାବେ ବିବେଚିତ ହୋଇଛି । ୧୯୮୯,୨୦୦୩,୨୦୧୨, ୨୦୧୩, ୨୦୧୬, ୨୦୧୮, ୨୦୧୯ ଓ ୨୦୨୧ରେ ଚମ୍ପିଆନ ହୋଇଥିଲା ଭାରତ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଫାଇନାଲ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି । ଏସିଆ କପ ଟୁର୍ଣ୍ଣାମେଣ୍ଟରେ ଭାରତ ଫେବରେଟ ଥିଲେ ବି ବାଂଲାଦେଶ ଟାଇଟଲ ହାତେଇବାକୁ ପ୍ରାଣପ୍ରଣେ ଚେଷ୍ଟା କରିବ । ଭାରତ ତାର ପ୍ରଥମ ମ୍ୟାଚରେ ପାକିସ୍ତାନଠୁ ପରାସ୍ତ ହୋଇଥିଲା । ମାତ୍ର ବରବର୍ତ୍ତୀ ମ୍ୟାଚରେ ବାଜି ମାରି ଫାଇନାଲରେ ପ୍ରବେଶ କରିଥିଲା । ୩ଟି ମ୍ୟାଚରୁ ୨ଟିରେ ବିଜୟ ହୋଇ ୪ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହି ସେମିଫାଇନାଲରେ ପ୍ରବେଶ କରିଥିଲା । ସେମିରେ ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇ ଫାଇନାଲ ଟିକେଟ ହାତେଇଥିଲା ଟିମ୍ ଇଣ୍ଡିଆ । ସେପଟେ ବାଂଲାଦେଶ ପାକିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଆଜି ଫାଇନାଲ ମ୍ୟାଚରେ ଭାରତ ଓ ବାଂଲାଦେଶ ମଧ୍ୟରେ ଏକ କଡ୍ଡା ମୁକାବିଲା ଦେଖିବାକୁ ମିଳିବ ।

ଫୋକସରେ ବୈଭବ ସୂର୍ଯ୍ୟବଂଶୀ- ଆଇପିଏଲ ନିଲାମୀରେ ୧ କୋଟି ୧୦ ଲକ୍ଷ ଟଙ୍କା ବିନିମୟରେ ରାଜସ୍ଥାନ ରୟାଲ୍ସ ଦଳରେ ସାମିଲ ହୋଇଛନ୍ତି ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ । ଆଜି ଫାଇନାଲ ମ୍ୟାଚରେ ତାଙ୍କ ଉପରେ ଫୋକସ ରହିବ । ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ବିଫଳ ହୋଇଥିଲେ ପରବର୍ତ୍ତୀ ୨ ମ୍ୟାଚରେ ସଫଳ ହୋଇଥିଲେ । ଭାରତକୁ ଫାଇନାଲରେ ପହଞ୍ଚାବାରେ ବୈଭବଙ୍କ ଭୂମିକା ରହିଛି ।

ଭାରତୀୟ ସ୍କ୍ବାର୍ଡ- ଆୟୁଶ ମାତ୍ରେ, ବୈଭବ ସୂର୍ଯ୍ୟବଂଶୀ, ଆନ୍ଦ୍ରେ ସିଦ୍ଧାର୍ଥ, ମହମେଦ ଅମାନ, କେପି କାର୍ତ୍ତିକେୟ, ନିଖିଲ କୁମାର, ହରବଂଶ ସିଂହ, କିରଣ କୋରମେଲା, ହାର୍ଦ୍ଦିକ ରାଜ, ଚେତନ ଶର୍ମା, ଯୁଦ୍ଧିଷ୍ଟ ଗୁହା, ଅନୁରାଗ କୱାଡେ, ସମର୍ଥ ନାଗରାଜ, ମହମ୍ମଦ ଇନାନ, ପ୍ରନଭ ପନ୍ତ ।

ବାଂଲାଦେଶ ସ୍କ୍ବାର୍ଡ- ଜୱାଦ ଅବରାର, କାଲମ ସିଦିକି ଅଲିନ, ଅଜିଜୁଲ ହକିମ ତାମିମ, ମହମ୍ମଦ ସିହବ ଜେମ୍ସ, ଫାରିଦ ହାସଲ, ଦେବାଶିସ ସରକାର, ରଫି ଉଜାମନ, ସାମିନ ବସିର, ମରୁଫ ମରିଧା, ଅସଫରୁଜାମନ, ରତିଫ ବେଗ, ସାଦ ଇସଲାମ ରାଜିନ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.