ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

U୧୯ ଏସିଆ କପ୍ ଫାଇନାଲ ; ଭାରତ ଆଗରେ ୧୯୯ ରନର ବିଜୟ ଲକ୍ଷ୍ୟ

Published By : Ankita S | December 8, 2024 2:27 PM

ନୂଆଦିଲ୍ଲୀ,୦୮/୧୨: ୧୯ ବର୍ଷରୁ କମ୍ ପୁରୁଷ ଏସିଆ କପର ଆଜି ଫାଇନାଲ ମ୍ୟାଚ ଖେଳାଯାଉଛି । ଭାରତ ଓ ବାଂଲାଦେଶ ମଧ୍ୟରେ ହୋଇଛି ଫାଇନାଲ ଫାଇଟ । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୧୯୮ରନ କରିଛି । ଭାରତ ଆଗରେ ୧୯୯ ବିଜୟ ଲକ୍ଷ୍ୟ ରହିଛି । ନବମ ଟାଇଟଲ ହାତେଇବାକୁ ହେଲେ ଭାରତକୁ ୧୯୯ ରନର ଟାର୍ଗେଟ ହାସଲ କରିବାକୁ ହେବ । ବାଂଲାଦେଶ ପକ୍ଷରୁ ମହମ୍ମଦ ରିଜାନ ସର୍ବାଧିକ ୪୭ରନ କରିଛନ୍ତି ।

ଟସ୍ ଜିତି ଭାରତ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବାଂଲାଦେଶକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଭାରତ । ଜବାବ ଅବରାର ଓ କଲାନ ସିଦ୍ଦିକି ଅଲିମ ଓପନିଂ କରିଥିଲେ । ୟୁଧାଜିତ ଗୁହା ଭାରତକୁ ପ୍ରଥମ ସଫଳତା ଦେଇଥିଲେ । କଲାନ ସିଦ୍ଦିକି ଅଲିମ ୧୬ ବଲରେ ୧ ରନ କରି ଗୁହାଙ୍କ ଶିକାର ହୋଇଥିଲେ । ୧୧ତମ ଓଭରରେ ହରବଂଶ ସିହଙ୍କ ବଲରେ  ଜବାବ ଅବରାର ୨୦ରନ କରି ଆଉଟ ହୋଇଥିଲେ । ୧୩ ଓଭରରେ ବାଂଲାଦେଶ ୫୦ ରନ କରିଥିଲା । ୧୯ତମ ଓଭରରେ ବାଂଲାଦେଶର ତୃତୀୟ ୱିକେଟ ପତନ ହୋଇଥିଲା । ତମିମ ୧୬ରନ କରି ପାଭିଲିୟନ ଫେରିଥିଲେ । ଦଳୀୟ ସ୍କୋର ୧୦୦ରେ ୩ଟି ୱିକେଟ ହରାଇସାରିଥିଲା । ଚତୁର୍ଥ ୱିକେଟରେ ଶିବାବଙ୍କୁ ଆୟୁଷ ମୋତ୍ରା ଆଉଟ କରିଥିଲେ । ସେ ୪୦ରନ କରିଥିଲେ । 

ବାଂଲାଦେଶ ସଙ୍କଟରେ ପଡିଯାଇଥିଲା । ଦଳର ରନ ଗାଡି ଧିମା ପଡିଯାଇଥିଲା । ୪୨ ଓଭରରେ ବାଂଲାଦେଶର ୧୬୭ରେ ୮ଟି ୱିକେଟ ହରାଇ ସାରିଥିଲା । ୧୯୮ ରନ କରି ଅଲଆଉଟ ହୋଇଥିଲା ବାଂଲାଦେଶ । ଦଳ ପକ୍ଷରୁ ମହମ୍ମଦ ରିଜାନ ସର୍ବାଧିକ ୪୭ରନ କରିଥିଲେ ।  ଶିବାବ ୪୦ ଓ ମହମ୍ମଦ ଫରିଦ ୩୯ରନ କରିଛନ୍ତି । ଭାରତକୁ ଫାଇନାଲ ଜିତିବାକୁ ହେଲେ ୧୯୯ରନ ବିଜୟ ଲକ୍ଷ୍ୟ ହାସଲ କରିବାକୁ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.