ଭୁବନେଶ୍ୱର, ୧୭/୦୫: ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରା ନୀତି ନିର୍ଘଣ୍ଟ ନେଇ ବୈଠକ। ଶନିବାର ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ।
ଏହି ବୈଠକରେ ସ୍ନାନଯାତ୍ରା, ରଥଯାତ୍ରା ନୀତି ନିର୍ଘଣ୍ଟ ସମେତ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ମଧ୍ୟ ଆଲୋଚନା ହୋଇପାରେ। ବୈଠକରେ ଚାରି ବାଡଗ୍ରାହୀଙ୍କ ସମେତ ଦଇତାପତି ନିଯୋଗର ସଭାପତି, ସମ୍ପାଦକ ମଧ୍ୟ ଭାଗ ନେବେ।