ପ୍ରମୂଖ ଖବର
  • ଛତ୍ରପୁର ବ୍ଲକର ନୂତନ ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ଓଏଏସ୍‌ ସମ୍ୱିତ ସଂଗ୍ରାମଜିତ ସାହୁ
  • ||
  • ଘଟଗାଁ : ଚଳନ୍ତା ଟ୍ରେନ୍‌ରୁ ପଡ଼ିଗଲେ ଯୁବତୀ, ଚାଲିଗଲା ଜୀବନ
  • ||
  • ଆରମ୍ଭ ହେଲା ପିଏମ୍‌ ଆବାସ ସର୍ଭେ, ଆପ୍ ଏବଂ ପୋର୍ଟାଲର ଶୁଭାରମ୍ଭ କଲେ ପଞ୍ଚାୟତିରାଜ ମନ୍ତ୍ରୀ
  • ||
  • ମହାରାଷ୍ଟ୍ରର ଅସ୍ତ୍ରଶସ୍ତ୍ର କାରଖାନାରେ ବିସ୍ପୋରଣ, ୫ ମୃତ
  • ||
  • ବାରିପଦା : ସୁନା ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ, ୫ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ବାଲିପାଟଣା : ପରିତ୍ୟକ୍ତ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ଆଠଗଡ଼ : ଘନ କୁହୁଡ଼ି ଯୋଗୁଁ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍, ୨ ଗୁରୁତର
  • ||
  • ଭୁବନେଶ୍ୱର : ହଂସିକାଙ୍କ ମାମଲାରେ ନୂଆ ମୋଡ଼: ଯୁବତୀ ଚାଲାଣ ଲିଙ୍କ ଖୋଲିବ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌
  • ||
  • ଗରିଆବନ୍ଧ ଏନକାଉଣ୍ଟର:୧୬ ମାଓବାଦୀଙ୍କ ମଧ୍ୟରୁ ୧୨ଜଣଙ୍କ ମିଳିଲା ପରିଚୟ
  • ||
  • ଭୁବନେଶ୍ୱର : SBI ଏଟିଏମ୍‌ ତାଡ଼ିନେଲେ ଦୁର୍ବୃତ୍ତ, ସିସିଟିଭି ଆଧାରରେ ପୋଲିସର ତଦନ୍ତ ଆରମ୍ଭ
  • ||
  • ଜୟପୁର : ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ମିଆଁମାରରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ଼
  • ||
  • କଣାସରେ ନିୟନ୍ତ୍ରଣକୁ ଆସୁନି ଝାଡ଼ାବାନ୍ତି, ଆହୁରି ୨୦ ନୂଆ ଆକ୍ରାନ୍ତ ଚିହ୍ନଟ,ହସ୍ପିଟାଲରେ ଚିକିତ୍ସା ଜାରି
  • ||
  • ଟ୍ରମ୍ପ ସରକାରଙ୍କୁ ବଡ଼ ଝଟକା, ଜନ୍ମଗତ ନାଗରିକତା ଅଧିକାର ଉଚ୍ଛେଦ ଆଦେଶ ଉପରେ ଲାଗିଲା ରୋକ୍
  • ||
  • ଶୁକ୍ରବାର ବସିବ ପ୍ରାକ୍ ବଜେଟ୍ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଜି.ଉଦୟଗିରି : କଳିଙ୍ଗା ଘାଟିରେ ଓଲଟିଲା ଲୁହା ରଡ୍‌ ବୋଝେଇ ଟ୍ରକ୍‌, ଯାତାୟତ ବାଧାପ୍ରାପ୍ତ
  • ||
  • ବଜେଟ୍ ୨୦୨୫, ଆଜି ନର୍ଥ ବ୍ଲକ୍‌ରେ ଆୟୋଜିତ ହେବ ହାଲୁଆ ଉତ୍ସବ,ସାମିଲ ହେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ରାଜ୍ୟରେ ଆହୁରି କମିବ ଶୀତ, ୩ ଦିନ ଯାଏ ୨ ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିଲା ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ, ଜବାବ ରଖିଲା ଭାରତୀୟ ବୈଦେଶିକ ମନ୍ତ୍ରାଳୟ…

Published By : Prameya | January 24, 2025 7:50 PM

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁଙ୍କୁ ଦେଖିବାକୁ ମିଳିଛି । ଏହି ଘଟଣାରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଆଜି (ଶୁକ୍ରବାର) ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଭାରତ ବିରୋଧୀ ପ୍ରସଙ୍ଗ ଗୁଡିକୁ ଆମେରିକା ସମ୍ମୁଖରେ ଉଠାଯାଉଛି।

ଶପଥ ଗ୍ରହଣ ଉତ୍ସବରେ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁଙ୍କ ଦେଖାଯିବାର ଭିଡିଓ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, "ଆମେ ଆମେରିକା ସହିତ ସମସ୍ତ ଭାରତ ବିରୋଧୀ ତତ୍ତ୍ୱ ଗୁଡ଼ିକର ପ୍ରସଙ୍ଗ ଉଠାଇବା ଜାରି ରଖିଛୁ।" ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଗୁରପତୱନ୍ତ ସିଂହ ପନ୍ନୁ ଖଲିସ୍ତାନ ସମର୍ଥନରେ ସ୍ଲୋଗାନ ଦେଉଥିବାର ଦେଖିବାକୁ ମିଳୁଛି।

ସେ କହିଛନ୍ତି କି,"ଆମେ ଅବୈଧ ପ୍ରବାସନ ବିରୋଧରେ ଅଛୁ। ଯଦି କୌଣସି ଭାରତୀୟ ନାଗରିକ କେବଳ ଆମେରିକା ନୁହେଁ, ବିଶ୍ୱର ଯେକୌଣସି ଦେଶରୁ ବେଆଇନ୍ କାଗଜପତ୍ର ବିଦେଶ ଯାଇଛନ୍ତି ଏବଂ ଯଦି ସେ ଜଣେ ଭାରତୀୟ, ତେବେ ଆମେ ତାଙ୍କୁ ଫେରାଇ ନେବାକୁ ସର୍ବଦା ପ୍ରସ୍ତୁତ।" ସେ ଏହା ମଧ୍ୟ କହିଛନ୍ତି, "ଆମେ ଅବୈଧ ପ୍ରବାସନ ବିରୋଧରେ କାରଣ ଏହା ସଂଗଠିତ ଅପରାଧ ସହିତ ଜଡିତ । ଭାରତ ଏବଂ ଆମେରିକା ମଧ୍ୟରେ ଏକ ବହୁତ ଭଲ ବିଶ୍ୱାସ ଭାବନା ରହିଛି। ଉଭୟ ପକ୍ଷ ଏହି ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଚାହୁଁଛନ୍ତି।"

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.