ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଟ୍ରମ୍ପଙ୍କ ଶପଥ ଗ୍ରହଣରେ କିପରି ଆସିଲା ଖଲିସ୍ତାନୀ ଆତଙ୍କୀ ପନ୍ନୁ, ଆମେରିକା ନିକଟରେ ଏହି ପ୍ରସଙ୍ଗ ଉଠାଇବ ଭାରତ

Published By : Harapriya Biswal | January 24, 2025 8:00 PM

ନୂଆଦିଲ୍ଲୀ,୨୪।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ନିକଟରେ ଶପଥ ନେଇଛନ୍ତି। ହେଲେ ତାଙ୍କ ଶପଥପାଠ ଉତ୍ସବରେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଉପସ୍ଥିତିକୁ ନେଇ ଆରମ୍ଭ ହୋଇଛି ବିବାଦ। ଏହାକୁ ନେଇ କଡା ବିରୋଧ କରିଛି ଭାରତ। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧିର ଜସଓ୍ବାଲ କହିଛନ୍ତି, ଭାରତ ଏହି ପ୍ରସଙ୍ଗକୁ ଆମେରିକା ଆଗରେ ଉଠାଇ। ସେ ଶୁକ୍ରବାର କହିଛନ୍ତି, ଭାରତ ଦେଶର ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗିତ ମାମଲାକୁ ଆମେରିକା ନିକଟରେ ଉଠାଇଥାଏ। ତାଙ୍କର ଏହି ପ୍ରତିକ୍ରିୟା ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁଙ୍କ ଡୋନାଲ୍ଡୋ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ କଥିତ ଭାବରେ ଦେଖାଯିବା ପରେ ଆସିଛି। 

ଜସଓ୍ବାଲ ସପ୍ତାହିକ ପ୍ରେସ୍ ବାର୍ତ୍ତାରେ କହିଛନ୍ତି, ଯେତେବେଳେ କୌଣସି ଭାରତ ବିରୋଧି ଗତିବିଧି ଦେଖିବାକୁ ମିଳେ ତେବେ ଆମେ ଆମେରିକା ସରକାରଙ୍କ ନିକଟରେ ଏହି ମାମଲାକୁ ଉଠାଇବୁ। ଆମେ ଆମେରିକା ସରକାରଙ୍କ ନିକଟରେ ଏଭଳି ମାମଲା ଉଠାଉଛୁ, ଯାହାକି ଆମର ରାଷ୍ଟ୍ରୀୟ ସୁରକ୍ଷା ଉପରେ ପ୍ରଭାବ ପକାଇଥାଏ। ଏହା ମଧ୍ୟ ଭାରତ ବିରୋଧି ଏଜେଣ୍ଡା।’

ଉଲ୍ଲେଖନୀୟ ଯେ, ୨୦ ଜାନୁଆରୀରେ ଟ୍ରମ୍ପ ଶପଥ ଗ୍ରହଣ ସମାରୋହରେ ଖଲିସ୍ତାନୀ ଆତଙ୍କୀ ପନ୍ନୁ, ଯାହା ପାଖରେ କାନାଡାର ନାଗରିକତା ରହିଛି ତାଙ୍କୁ ଦେଖିବାକୁ ମିଳିଥିଲା। କିଛି ମିଡିଆ ରିପୋର୍ଟ ଅନୁସାରେ, ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇନଥିଲା। ସେମାନେ ଅନ୍ୟ କାହା ମାଧ୍ୟରେ ଟିକେଟ କିଣିଥିଲେ। ଶପଥ ପାଠ ସମୟରେ ଲୋକ ୟୁଏସ୍ଏ ୟୁଏସ୍‌ଏ.. ନାରାବାଜି କରୁଥିବା ବେଳେ ପନ୍ନୁ ଖଲିସ୍ତାନର ସମର୍ଥନରେ ସ୍ଲୋଗାନ ଦେଉଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.