ପ୍ରମୂଖ ଖବର
  • ଛତ୍ରପୁର ବ୍ଲକର ନୂତନ ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ଓଏଏସ୍‌ ସମ୍ୱିତ ସଂଗ୍ରାମଜିତ ସାହୁ
  • ||
  • ଘଟଗାଁ : ଚଳନ୍ତା ଟ୍ରେନ୍‌ରୁ ପଡ଼ିଗଲେ ଯୁବତୀ, ଚାଲିଗଲା ଜୀବନ
  • ||
  • ଆରମ୍ଭ ହେଲା ପିଏମ୍‌ ଆବାସ ସର୍ଭେ, ଆପ୍ ଏବଂ ପୋର୍ଟାଲର ଶୁଭାରମ୍ଭ କଲେ ପଞ୍ଚାୟତିରାଜ ମନ୍ତ୍ରୀ
  • ||
  • ମହାରାଷ୍ଟ୍ରର ଅସ୍ତ୍ରଶସ୍ତ୍ର କାରଖାନାରେ ବିସ୍ପୋରଣ, ୫ ମୃତ
  • ||
  • ବାରିପଦା : ସୁନା ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ, ୫ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ବାଲିପାଟଣା : ପରିତ୍ୟକ୍ତ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ଆଠଗଡ଼ : ଘନ କୁହୁଡ଼ି ଯୋଗୁଁ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍, ୨ ଗୁରୁତର
  • ||
  • ଭୁବନେଶ୍ୱର : ହଂସିକାଙ୍କ ମାମଲାରେ ନୂଆ ମୋଡ଼: ଯୁବତୀ ଚାଲାଣ ଲିଙ୍କ ଖୋଲିବ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌
  • ||
  • ଗରିଆବନ୍ଧ ଏନକାଉଣ୍ଟର:୧୬ ମାଓବାଦୀଙ୍କ ମଧ୍ୟରୁ ୧୨ଜଣଙ୍କ ମିଳିଲା ପରିଚୟ
  • ||
  • ଭୁବନେଶ୍ୱର : SBI ଏଟିଏମ୍‌ ତାଡ଼ିନେଲେ ଦୁର୍ବୃତ୍ତ, ସିସିଟିଭି ଆଧାରରେ ପୋଲିସର ତଦନ୍ତ ଆରମ୍ଭ
  • ||
  • ଜୟପୁର : ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ମିଆଁମାରରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ଼
  • ||
  • କଣାସରେ ନିୟନ୍ତ୍ରଣକୁ ଆସୁନି ଝାଡ଼ାବାନ୍ତି, ଆହୁରି ୨୦ ନୂଆ ଆକ୍ରାନ୍ତ ଚିହ୍ନଟ,ହସ୍ପିଟାଲରେ ଚିକିତ୍ସା ଜାରି
  • ||
  • ଟ୍ରମ୍ପ ସରକାରଙ୍କୁ ବଡ଼ ଝଟକା, ଜନ୍ମଗତ ନାଗରିକତା ଅଧିକାର ଉଚ୍ଛେଦ ଆଦେଶ ଉପରେ ଲାଗିଲା ରୋକ୍
  • ||
  • ଶୁକ୍ରବାର ବସିବ ପ୍ରାକ୍ ବଜେଟ୍ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଜି.ଉଦୟଗିରି : କଳିଙ୍ଗା ଘାଟିରେ ଓଲଟିଲା ଲୁହା ରଡ୍‌ ବୋଝେଇ ଟ୍ରକ୍‌, ଯାତାୟତ ବାଧାପ୍ରାପ୍ତ
  • ||
  • ବଜେଟ୍ ୨୦୨୫, ଆଜି ନର୍ଥ ବ୍ଲକ୍‌ରେ ଆୟୋଜିତ ହେବ ହାଲୁଆ ଉତ୍ସବ,ସାମିଲ ହେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ରାଜ୍ୟରେ ଆହୁରି କମିବ ଶୀତ, ୩ ଦିନ ଯାଏ ୨ ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଟ୍ରମ୍ଫଙ୍କୁ ବଡ଼ ଝଟକା, ଜନ୍ମଗତ ନାଗରିକତା ଅଧିକାର ଉଚ୍ଛେଦ ଆଦେଶ ଉପରେ ରୋକ୍ ଲଗାଇଲେ କୋର୍ଟ

Published By : Prameya | January 24, 2025 3:39 PM

ନୂଆଦିଲ୍ଲୀ, ୨୪।୧: ଟ୍ରମ୍ଫଙ୍କୁ ବଡ଼ ଝଟକା । ଜନ୍ମଗତ ନାଗରିକତା ଅଧିକାର ଉଚ୍ଛେଦ ଆଦେଶ ଉପରେ ରୋକ୍ ଲଗାଇଲେ କୋର୍ଟ । ଏହାକୁ ଅସାମ୍ବିଧାନିକ ବୋଲି ଘୋଷଣା କଲେ ସିଆଟେଲର ଏକ ସଂଘୀୟ କୋର୍ଟ । ଜୀବନ କାଳ ଭିତରେ ଏଭଳି ରାୟ ଶୁଣିନାହିଁ । ଟ୍ରମ୍ଫଙ୍କର ଏହି ଆଦେଶ ସମ୍ବିଧାନର ସମ୍ପୂର୍ଣ୍ଣ ଉଲଂଘନ ବୋଲି କହିଲେ ବିଚାରପତି ଜନ୍ କଫେନାୱର । 


ଆମେରିକାରେ ଜନ୍ମଗତ ନାଗରିକତା ଅଧିକାରକୁ ଉଚ୍ଛେଦ କରିବାକୁ ଆଦେଶ ଜାରି କରିଥିଲେ ଟ୍ରମ୍ପ । ଶପଥ ଗ୍ରହଣ କରିବାର ମାତ୍ର କିଛି ଦିନ ପରେ ଭାଙ୍ଗିଗଲା ଟ୍ରମ୍ପଙ୍କ ସ୍ୱପ୍ନ । ଟ୍ରମ୍ଫଙ୍କ ଏହି ଆଦେଶ ଉପରେ ରୋକ୍ ଲଗାଇଛନ୍ତି କୋର୍ଟ । ଏହାକୁ ଅସାମ୍ବିଧାନିକ ବୋଲି ଘୋଷଣା କରିଛନ୍ତି ସିଆଟେଲର ଏକ ସଂଘୀୟ କୋର୍ଟ । କହିରଖୁ କି, ଟ୍ରମ୍ପ ପୂର୍ବରୁ ଜାରି କରିଥିବା ଆଇନକୁ ନେଇ ଆମେରିକାର ଏକାଧିକ ହସ୍ପିଟାଲରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ଟ୍ରମ୍ପଙ୍କ ବିରୋଧରେ ଆଗତ ପିଟିସନ ଉପରେ ଆମେରିକାର ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ଶୁଣାଣି କରି ଏହି ଆଦେଶ ଉପରେ ରୋକ୍ ଲଗାଇଛନ୍ତି । 

ବିଚାରପତି ଜନ୍ କଫେନାୱରଙ୍କ କହିଛନ୍ତି, ଜୀବନ କାଳ ଭିତରେ ସେ ଏଭଳି ରାୟ ଶୁଣିନାହାନ୍ତି । ଏଭଳି ଆଦେଶ ବା ରାୟକୁ ସେ କେବେ ବି ସାମ୍ନା କରିନାହାନ୍ତି । ଗତ ଜାନୁଆରୀ ୨୦ ତାରିଖରେ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ପରେ ଏକାଧିକ ଆଦେଶନାମା ଜାରି କରିଥିଲେ । ପୂର୍ବରୁ ବିଦେଶୀ ନାଗରିକଙ୍କ ପିଲା ଆମେରିକାରେ ଜନ୍ମ ହେଲେ ଆମେରିକାର ନାଗରିକତା ପାଇବାର ଅଧିକାର ରହିଥିଲା । କିନ୍ତୁ, ଟ୍ରମ୍ପ ଶପଥ ଗ୍ରହଣ କରିବା ପରେ ନାଗରିକତା ଆଇନ ଉଚ୍ଛେଦ ନେଇ ଘୋଷଣା କରିଛନ୍ତି । ତେବେ ଟ୍ରମ୍ଫଙ୍କ ଆଦେଶ ଉପରେ କୋର୍ଟଙ୍କ ଏଭଳି ନିଷ୍ପତ୍ତିରେ ତାଙ୍କୁ ବଡ଼ ଝଟକା ଲାଗିଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.