ଗୁଣପୁର, ୧୨/୦୯ : ୧ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ। ଗୁଣୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ତ୍ରିନାଥ ମନ୍ଦିର ଛକରେ ଜଣେ କୃଷକଙ୍କ ଠାରୁ ୧ ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ ଝାମ୍ପି ନେଇଛନ୍ତି। କୃଷକ ଜଣଙ୍କ ବ୍ଯାଙ୍କରୁ ଟଙ୍କା ଉଠାଇ ତ୍ରିନାଥ ମନ୍ଦିର ଛକରେ ଗାଡି ରଖି ପଲିଥିନରେ ରଖିଥିବା ଟଙ୍କା ହାତରେ ଧରି ଚାଲିଚାଲି ଯାଉଥିଲେ। ଏତିକି ବେଳେ ପଛପଟୁ ବାଇକ୍ ରେ ଦୁଇଜଣ ଦୁର୍ବୃତ୍ତ ଆସି ଟଙ୍କା ଝାମ୍ପି ନେଇଥିଲେ। ଖବର ପାଇ ପୋଲିସ ଛାନଭିନ୍ ଆରମ୍ଭ କରିଛି।
ନୂଆକରି ସହରରେ ଚାରିଆଡେ ସିସି କ୍ୟାମେରା ଲାଗିଥିବା ବେଳେ ତ୍ରିନାଥ ମନ୍ଦିର ଛକରେ ମଧ୍ୟ ଦୁଇଟି କ୍ଯାମେରା ଲାଗି ଥିବାରୁ ଦୁର୍ବୃତ୍ତଙ୍କ ସମ୍ପର୍କରେ ଜଣାପଡି ପାରେ ବୋଲି ପୋଲିସ ଆଶା ରଖିଛି। ଟଙ୍କା ଲୁଟ୍ ହୋଇଥିବା କୃଷକଙ୍କ ଘର ଜଲତାର ନୂଆ ଗାଁ ବୋଲି ଜଣାପଡିଛି।