ଆନନ୍ଦପୁର, ୦୯/୧୨ : ଯାତ୍ରା ଦେଖି ଯାଇଥିବା ବେଳେ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ। ଆନନ୍ଦପୁର ଥାନା ଚମର୍ଦା ଗାଁର ରମେଶ ଚନ୍ଦ୍ର ସାହୁଙ୍କ ଘରେ ଚୋରି ହୋଇଛି। ଘରୁ ନଗଦ ଟଙ୍କା ସହିତ ସୁନା ଓ ରୁପା ଅଳଙ୍କାର ଚୋରି କରି ନେଇଛନ୍ତି। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, ରମେଶ ପଦ୍ମପୁର ଗାଁରେ ଏକ ଅଳଙ୍କାର ଦୋକାନ କରିଛନ୍ତି। ଶୁକ୍ରବାର ରାତିରେ ତାଙ୍କ ପରିବାର ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଚୋରମାନେ ତାଙ୍କ ଘରୁ ୯ ହଜାର ଟଙ୍କା ସମେତ ୮୦ ଗ୍ରାମ ରୁପା ଓ ୧୦ ଗ୍ରାମର ସୁନା ଗହଣା ଚୋରି କରି ନେଇଛନ୍ତି। ଯାତ୍ରା ଅଧାରୁ ରମେଶଙ୍କ ବାପା ଘରକୁ ଆସିବାରୁ ଚାବି ଭଙ୍ଗା ହୋଇ ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।