ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ପଶ୍ଚିମବଙ୍ଗରେ ମତଦାନ ବେଳେ ଭଡ଼କିଲେ ଜନତା; ପୋଖରୀକୁ ଫୋପାଡ଼ିଲେ ଇଭିଏମ୍‌

Image source: ABP live

କୋଲକାତା,୦୧/୦୬: ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣାର କୁଲତଲିରେ ହଠାତ୍ ଜନତାଙ୍କ ହଙ୍ଗାମା ଦେଖିବାକୁ ମିଳିଛି। ଅସନ୍ତୁଷ୍ଟ ଜନତା ମତଦାନ ବୁଥରେ ଜବରଦସ୍ତ ପ୍ରବେଶ କରି ଏକ ଇଭିଏମ୍ ଉଠାଇ ନିକଟସ୍ଥ ପୋଖରୀରେ ଫିଙ୍ଗିଦେବାରୁ ଭୋଟ୍ ପ୍ରକ୍ରିୟା ପ୍ରଭାବିତ ହୋଇଥିଲେ। ତେବେ କିଛି ଭୋଟରଙ୍କୁ ମତଦାନ ବୁଥରେ ପ୍ରବେଶ କରିବାରେ ରୋକିବାରୁ ସେତେବେଳେ ଏହା ଘଟିଥିଲା। କାହିଁକି ପ୍ରବେଶ କରିବାକୁ ବାରଣ କରାଗଲା ବୋଲି ସ୍ଥାନୀୟ ଲୋକମାନେ କ୍ରୋଧିତ ହୋଇ ଜବରଦସ୍ତ ମତଦାନ କେନ୍ଦ୍ରରେ ପ୍ରବେଶ କରିଥିଲେ। ସେମାନେ ଜବରଦସ୍ତ ଭୋଟର ଭେରିଫାଏଡ୍ ପେପର ଅଡିଟ୍ ଟ୍ରେଲ୍ ସହିତ ଥିବା ଇଭିଏମ୍‌କୁ ଉଠାଇ ପୋଖରୀରେ ଫିଙ୍ଗି ଦେଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏଥିସହିତ, ଯାଦବପୁର ଲୋକସଭା ନିର୍ବାଚନମଣ୍ଡଳୀର ଭାଙ୍ଗର ସତୁଲିଆ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଥିବାର ଖବର ଆସିଥିଲା। ସୂଚନା ଅନୁଯାୟୀ, ଏହି ହିଂସାରେ ଅନେକ ଆଇଏସ୍ଏଫ୍ ଲୋକଙ୍କ ଉପରେ ଆକ୍ରମଣ ହେତୁ ହିଂସା ଆହୁରି ବଢ଼ିଥିଲା। କୁହାଯାଉଛି ଯେ ଏହି ଅଞ୍ଚଳରେ ଦେଶୀ ବୋମା ତିଆରି ହେତୁ ପରିସ୍ଥିତି ଆହୁରି ବିଗିଡି ଯାଇଛି।

ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ ଏକ୍ସରେ ଏ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,' ଆଜି ସକାଳ ୬.୪୦ରେ ୧୯- ଜୟନଗର (ଏସସି)ପିସିର ୧୨୯- କୁଲତଲି ଏସିରେ ବେନିମାଧପୁର ଏଫ୍‌ପି ସ୍କୁଲ ପାଖରେ ନିର୍ବାଚନୀ କାର୍ଯ୍ୟରେ ଜଡ଼ିତ ଥିବା ଅଧିକାରୀଙ୍କ ଇଭିଏମ୍‌ ଏବଂ ଅନେକ କାଗଜପତ୍ର ଅସନ୍ତୁଷ୍ଟ ଲୋକ ଛଡ଼ାଇ ନେଇଛନ୍ତି। ତେବେ ଅଧିକାରୀଙ୍କ ଦ୍ୱାରା ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି ଏବଂ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଅବଶିଷ୍ଟ ସମସ୍ତ ୬ ଟି ବୁଥରେ ଭୋଟ୍ ବିନା କୌଣସି ଅସୁବିଧାରେ ଚାଲିଛି ଏବଂ ସେକ୍ଟର ଅଧିକାରୀଙ୍କୁ ନୂତନ ଡକ୍ୟୁମେଣ୍ଟ୍ ଏବଂ ଇଭିଏମ୍ ପ୍ରଦାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.