ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ହେଭିଓ୍ୱେଟ ଟକ୍କର, ଜାଣନ୍ତୁ କେଉଁ ଆସନରୁ ଲଢୁଛନ୍ତି କିଏ?

ନୂଆାଦିଲ୍ଲୀ, ୧/୬: ୨୦୨୪ ଲୋକସଭା ନିର୍ବାଚନର ଆଜି ଶେଷ ପର୍ଯ୍ୟାୟ ଭୋଟ୍ । ସପ୍ତମ ପର୍ଯ୍ୟାୟର ୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୫୭ଟି ଆସନରେ ଭୋଟ ଗ୍ରହଣ । ବିହାର, ଚଣ୍ଡିଗଡ, ହିମାଚଳପ୍ରଦେଶ, ଝାଡଖଣ୍ଡ, ଓଡିଶା, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ୫୭ଟି ଲୋକସଭା ଆସନ ସହିତ ଓଡିଶାରେ ୪୨ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଆରମ୍ଭ ହୋଇଛି । ୭ଟାରୁ ଭୋଟ୍ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଅନ୍ତିମ ପର୍ଯ୍ୟାୟରେ ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ୧୩ ଲେଖାଏଁ ଆସନ, ବିହାରରେ ୮, ଓଡିଶାରେ ୬, ହିମାଚଳ ପ୍ରଦେଶରେ ୪, ଝାଡଖଣ୍ଡରେ ୩ ଏବଂ ଚଣ୍ଡୀଗଡରେ ଗୋଟିଏ ଆସନରେ ଶେଷ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେଉଛି । ଏହି ପର୍ଯ୍ୟାୟରେ ମୈଦାନରେ ଥିବା ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତାଦାତା । ଏମାନଙ୍କ ମଧ୍ୟରୁ ୮୦୯ ଜଣ ପୁରୁଷ ଥିବା ବେଳେ ୯୪ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗୀ ପ୍ରାର୍ଥୀ ଅଛନ୍ତି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ପର୍ଯ୍ୟାୟରେ ମୈଦାନରେ ଅଛନ୍ତି ।  ତାଙ୍କ ସହ ଅଭିନେତ୍ରୀ କଙ୍ଗନ ରାଣାଓ୍ବତ, ଟିଏମସି ମହାସଚିବ ଅଭିଷେକ ବାନାର୍ଜୀ , ପଞ୍ଜାବ ପୂର୍ବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ଓ ଭୋଜପୁରୀ କଳାକାର ପବନ ସିଂ ଏହି ପର୍ଯ୍ୟାୟରେ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ପୂର୍ବରୁ ୬ଷ୍ଠ ପର୍ଯ୍ୟାୟରେ ଲୋକସଭାର ମୋଟ  ୫୪୩ ଆସନ ମଧ୍ୟରୁ ୪୮୫ଟିରେ ଭୋଟ ଗ୍ରହଣ ଶେଷ ହୋଇସାରିଛି । ଆଜି ଅବଶିଷ୍ଟ ୫୮ଟି ଆସନରେ ଭୋଟ୍ ଦେଉଛି ଭାରତ । ଶେଷ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ଆସନ ମଧ୍ୟରୁ ବାରାଣସୀ ଉପରେ ସମସ୍ତଙ୍କ ନଜର ରହିଛି । ଏଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟଥର ପାଇଁ ନିଜର ଭାଗ୍ୟ ପରୀକ୍ଷା କରୁଥିବା ବେଳେ  ସେ ରେକର୍ଡ ଭୋଟରେ ଜିତିବାକୁ ଆଶା  ରଖିଛନ୍ତି । ତାଙ୍କ ବିପକ୍ଷରେ ଇଣ୍ଡିଆ ମେଣ୍ଟ  ପକ୍ଷରୁ ଅଜୟ ରାୟ ପ୍ରାର୍ଥୀ ହୋଇଛନ୍ତି । ରାୟଙ୍କ ବ୍ୟତୀତ ଅନ୍ୟ ୫ ଜଣ ପ୍ରାର୍ଥୀ ମଧ୍ୟ ଏଠାରେ  ନିର୍ବାଚନ ଲଢ଼ୁଥିବା ଜଣାପଡିଛି । 

ସେହିପରି ହିମାଚଳ ପ୍ରଦେଶର ହମିରପୁର ଲୋକସଭା ଆସନରୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଗ୍ୟ ପରୀକ୍ଷା ଚାଲିଛି । ଅଭିନେତ୍ରୀ କଙ୍ଗନା ରାଣାୱତ ହିମାଚଳ ପ୍ରଦେଶର ମଣ୍ଡି ସିଟ୍ ମୈଦାନକୁ ଓହ୍ଲାଇଛନ୍ତି । ତାଙ୍କ ବିରୋଧ କଂଗ୍ରେସର ବିକ୍ରମାଦିତ୍ୟ ସିଂହ ରହିଛନ୍ତି । ସେହିପରି ଉତ୍ତରପ୍ରଦଶରୁ ଅଫଜାଲ ଅଂସାରୀଙ୍କ ଭାଗ୍ୟ ପରୀକ୍ଷା ଚାଲିଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ମନୋଜ ସିହ୍ନା। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.