ମୁମ୍ୱାଇ,୦୬/୦୨: ଭାରତୀୟ ମନୋରଞ୍ଜନ ଜଗତରେ ଟିଭି ଇଣ୍ଡଷ୍ଟ୍ରିର ଏକ ବିଶେଷ ଭୂମିକା ରହିଛି । ଟେଲିଭିଜନ୍ କଳାକାରମାନେ ମଧ୍ୟ ନିଜର କାମ ଏବଂ ମେମୋରେବଲ୍ କ୍ୟାରେକ୍ଟର୍ ପାଇଁ ସାରା ଦେଶରେ ନାଁ କମେଇଥାନ୍ତି । କମେଡ଼ି କିଙ୍ଗ କପିଲ ଶର୍ମାଙ୍କ ଠାରୁ ଆରମ୍ଭ କରି ମଲ୍ଟି ଟାଲେଣ୍ଟେଡ୍ ରୂପାଲି ଗାଙ୍ଗୁଲି, ତେଜସ୍ୱୀ ପ୍ରକାଶ ଏବଂ ଶ୍ରଦ୍ଧା ଆର୍ଯ୍ୟାଙ୍କ ଭଳି ଆହୁରି ଅନେକ କଳାକାର ଲୋକଙ୍କ ହୃଦୟରେ ରାଜ୍ କରି ସୌଭାଗ୍ୟ ଅର୍ଜନ କରୁଛନ୍ତି । ଲକ୍ଷ ଲକ୍ଷ ଲୋକ ସେମାନଙ୍କ କାମକୁ ପସନ୍ଦ କରୁଛନ୍ତି କେବଳ ତାହା ନୁହେଁ, ହଜାର ହଜାର ଫ୍ୟାନ୍ ପେଜ୍ ସହ ବ୍ରାଣ୍ଡର ଆମ୍ୱାସେଡର୍ ଏବଂ ଅନ୍ୟାନ୍ୟ ପ୍ରୋଜେକ୍ଟରେ କାମ ମଧ୍ୟ କରୁଛନ୍ତି । ଯାହା ସେମାନଙ୍କୁ ସାରା ଦେଶରେ ପ୍ରସିଦ୍ଧ କରିବାରେ ସହାୟକ ହେଉଛି । ଏହି ରିପୋର୍ଟରେ ଭାରତର ଟପ୍-୧୦ ଜଣ ଟିଭି କଳାକାର ଏବଂ ତାଙ୍କ ନେଟ୍ ୱର୍ଥ ବିଷୟରେ ଆସନ୍ତୁ ଜାଣିବା ।
କପିଲ ଶର୍ମା-
କପିଲ ଶର୍ମାଙ୍କୁ କିଏ ବା ନ ଜାଣିଛି ? ତାଙ୍କର ସବୁଠାରୁ ପ୍ରସିଦ୍ଧ 'ଦ କପିଲ ଶର୍ମା ଶୋ', ତାର ପ୍ରାରମ୍ଭିକ ସମୟରେ ଟେଲିଭିଜନ୍ ଇଣ୍ଡଷ୍ଟ୍ରିରେ ଚହଳ ପକାଇଥିଲା । ବର୍ତ୍ତମାନ ନିଜର ନୂଆ ସେଲିବ୍ରିଟି ଟକ୍ ଶୋ 'ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ ଶୋ' ପାଇଁ ନେଟଫ୍ଲିକ୍ସ ସହ କାମ କରୁଛନ୍ତି । ତାଙ୍କ ରାତି ଅଧିଆ ଟ୍ୱିଟ୍ ଠାରୁ ଆରମ୍ଭ କରି ସବୁଠାରୁ ଅଧିକ ଟ୍ୟାକ୍ସ ଦେଉଥିବା ଇଣ୍ଡିଆନ୍ ଟିଭି ସେଲିବ୍ରିଟି ପର୍ଯ୍ୟନ୍ତ, ସେ ଅନେକ ବିବାଦର ସାମ୍ନା କରିଛନ୍ତି । କହି ରଖୁଛୁ ଯେ, ତାଙ୍କ ନେଟ୍ ୱର୍ଥ ୩୦୦ କୋଟି ଟଙ୍କା ଥିବା ବେଳେ ୨୦୨୪ରେ ୨୬ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି କପିଲ ଶର୍ମା।
କରଣ କୁନ୍ଦ୍ରା-
ଭାରତୀୟ ଟିଭି ଇଣ୍ଡଷ୍ଟ୍ରିର ସ୍ପନ୍ଦନ କରଣ କୁନ୍ଦ୍ରା । 'କିତ୍ନି ମହବତ୍ ହୈ' ଏବଂ 'ଦିଲ୍ ହି ତୋ ହୈ' ଭଳି ଶୋରେ କାମ କରି ସେ ପ୍ରଶଂସା ସାଉଁଟିଛନ୍ତି । ନିକଟରେ ସେ ଲାଫଟର୍ ସେଫ୍ସ- ଅନଲିମିଟେଡ୍ ଏଣ୍ଟରଟେନମେଣ୍ଟ ଶୋରେ ଦେଖିବାକୁ ମିଳିଥିଲେ । ତେବେ ମନି ମିଣ୍ଟ୍ ୱେବ୍ ସାଇଟ୍ ଅନୁଯାୟୀ ତାଙ୍କ ନେଟ୍ ୱର୍ଥ ୯୧ କୋଟି ଟଙ୍କା ରହିଛି ।
ହର୍ଷଦ ଚୋପ୍ରା-
ହର୍ଷଦ ଚୋପ୍ରା 'ବେପନ୍ହା' ଶୋରେ ଦେଖିବାରୁ ମିଳିଥିଲେ । ଏହି ଶୋର ପ୍ରତ୍ୟେକ ଏପିସୋଡ୍ ପାଇଁ ସେ ୩ ଲକ୍ଷ ଟଙ୍କା ପାରିଶ୍ରମିକ ନେଇଥିଲେ । ନାୟିକା ଜେନିଫର୍ ୱିନଗେଟ୍ଙ୍କ ସହ ତାଙ୍କ କେମିଷ୍ଟ୍ରି ଏହି ଶୋର ହାଇ ଲାଇଟ୍ ଥିଲା । ଖୁବ୍ ଶୀଘ୍ର ହର୍ଷଦ ଚୋପ୍ରାଙ୍କୁ ଶିବାଙ୍ଗୀ ଯୋଶୀଙ୍କ ଅପୋଜିଟ୍ କ୍ୟାରେକ୍ଟରରେ 'ୟେ ରିସ୍ତା କ୍ୟା କେହଲାତା ହୈ' ଶୋରେ ଦେଖିବାକୁ ମିଳିବ । ତେବେ ତାଙ୍କ ନେଟ୍ ୱର୍ଥ ୪୯ କୋଟି ଟଙ୍କା ରହିଛି ।
ଦିଲୀପ ଯୋଶୀ-
ଦିଲୀପ ଯୋଶୀ ଜେଠାଲାଲ୍ ନାମରେ ୯୦ ଦଶକର ପିଲାଙ୍କ ମଧ୍ୟରେ ବେଶ୍ ପରିଚିତ । ତାଙ୍କ ବ୍ୟଙ୍ଗ ଏବଂ ଅନ୍ ପଏଣ୍ଟ ପଞ୍ଚ ଲାଇନ୍ 'ତାରକ୍ ମେହତା କା ଉଲଟା ଚଷମା' ନାମକ ପପୁଲାର୍ ଟେଲିଭିଜନ୍ ଶୋର ହାଇଲାଇଟ୍ ଥିଲା । ରିପୋର୍ଟ ଅନୁଯାୟୀ ତାଙ୍କର ନେଟ୍ ୱର୍ଥ ୪୭ କୋଟି ଟଙ୍କା ରହିଛି ।
ଜେନିଫର୍ ୱିନଗେଟ୍-
'ଦିଲ୍ ମିଲ୍ ଗୟେ'ର ଡକ୍ଟର ରିଧିମା ଠାରୁ ଆରମ୍ଭ କରି 'ବେହଦ୍'ର ଆଇକୋନିକ୍ ମାୟା କ୍ୟାରେକ୍ଟର ଏବଂ ବର୍ତ୍ତମାନ ରାୟସିଙ୍ଘାନୀ ଭିଏସ୍ ରାୟସିଙ୍ଘାନୀର ଅନୁଷ୍କା ପର୍ଯ୍ୟନ୍ତ, ସମସ୍ତ ଚରିତ୍ରରେ ଜେନିଫର୍ ୱିନଗେଟ୍ ଜନତାଙ୍କ ମନ ଜିଣିପାରିଛନ୍ତି । ତାଙ୍କ ନେଟ୍ ୱର୍ଥ ୪୫-୫୮ କୋଟି ମଧ୍ୟରେ ରହିଛି ।
ଶ୍ରଦ୍ଧା ଆର୍ଯ୍ୟା-
ହିନ୍ଦି ସିନେମା ଏବଂ ଏହା ପରେ ତେଲୁଗୁ ସିନେମା, ଇଣ୍ଡିଆନ୍ ଟେଲିଭଜନ୍ ଏବଂ 'ମୈ ଲକ୍ଷ୍ମୀ ତେରେ ଆଙ୍ଗନ୍ କି' ରିଆଲିଟି ଶୋରୁ ଶ୍ରଦ୍ଧା ଆର୍ଯ୍ୟାଙ୍କର କ୍ୟାରିଅର୍ ବିସ୍ତାର ହୋଇଥିଲା । 'ରକି ଔର୍ ରାନୀ କି ପ୍ରେମ୍ କାହାନୀ'ରେ ତାଙ୍କ କାମ ପାଇଁ ସେ ଆଜି ୪୪ କୋଟି ଟଙ୍କାର ନେଟ୍ ୱର୍ଥର ଅଧିକାରୀ ହୋଇ ପାରିଛନ୍ତି ।
ଦିବ୍ୟାଙ୍କା ତ୍ରିପାଠୀ-
'ୟେ ହୈ ମହବତେଁ'ରେ କାମ କରିବା ପରେ ସଫଳତାର ଶୃଙ୍ଗ ଛୁଇଁଥିଲେ ଦିବ୍ୟାଙ୍କା ତ୍ରିପାଠୀ । ଏହି ଶୋ ତାଙ୍କୁ ଭାରତର ସର୍ବାଧିକ ପାରିଶ୍ରମିକ ନେଉଥିବା କଳାକାର ମାନଙ୍କ ମଧ୍ୟରେ ସାମିଲ କରିଥିଲା । 'ନଚ୍ ବଲିୟେ -୮' ରେ କାମ କରିବା ପାଇଁ ପ୍ରତ୍ୟେକ ଏପିସୋଡ୍ ପିଛା ସେ ୨ ଲକ୍ଷ ଟଙ୍କା ପାରିଶ୍ରମିକ ନେଉଥିଲେ । ରିପୋର୍ଟ ଅନୁଯାୟୀ ତାଙ୍କ ନେଟ୍ ୱର୍ଥ ୩୭ କୋଟି ଟଙ୍କା ରହିଛି ।
ତେଜସ୍ୱୀ ପ୍ରକାଶ-
'ବିଗ୍ ବସ୍ ଶୋ'ର ପୂର୍ବତନ ବିଜେତା ତେଜସ୍ୱୀ ପ୍ରକାଶ ଟେଲିଭିଜନ୍ ଇଣ୍ଡଷ୍ଟ୍ରିରେ ରାଣୀ ହୋଇ ରାଜ୍ କରୁଛନ୍ତି । ସେ 'ନାଗିନ୍-୬', 'ସ୍ୱରାଗିନୀ', 'ଖତ୍ରୋଁ କେ ଖିଲାଡ଼ି' ଭଳି ଅନେକ ଲୋକପ୍ରିୟ ଶୋରେ କାମ କରିଛନ୍ତି ।ସେ ୨୫ କୋଟି ଟଙ୍କା ନେଟ୍ ୱର୍ଥର ମାଲିକ ବୋଲି ରିପୋର୍ଟରୁ ଜଣା ପଡ଼ିଛି ।
ରୂପାଲି ଗାଙ୍ଗୁଲି-
ଲୋକପ୍ରିୟ ଦୈନିକ ଟିଭି ଶୋ 'ଅନୁପମା'ର ପ୍ରତ୍ୟେକ ଏପିସୋଡ୍ ପାଇଁ ରୂପାଲି ଗାଙ୍ଗୁଲି ୩ ଲକ୍ଷ ଟଙ୍କା ପାରିଶ୍ରମିକ ନେଇଥାନ୍ତି । ଜିକ୍ୟୁ ଇଣ୍ଡିଆ ୱେବ୍ ସାଇଟ୍ ଅନୁଯାୟୀ, ତାଙ୍କ ନେଟ୍ ୱର୍ଥ ୨୦-୨୫ ଲକ୍ଷ ଟଙ୍କା ।
ଗୌରବ ଖନ୍ନା-
ସେଲିବ୍ରିଟି ମାଷ୍ଟର ସେଫ୍ ଗୌରବ ଖନ୍ନା 'ଅନୁପମା' ଟିଭି ଶୋରେ ତାଙ୍କ ଏକେ ରୋଲ୍ ପାଇଁ ବେଶ୍ ଜଣାଶୁଣା । ସେ ମୁମ୍ୱାଇ ସହରର ପ୍ଲସ୍ ପ୍ରପର୍ଟିରେ ନିଜ ପତ୍ନୀଙ୍କ ସହ ଏକ ବିଳାଶମୟ ଜୀବନ କାଟୁଛନ୍ତି । ତାଙ୍କ ନେଟ୍ ୱର୍ଥ ପାଖାପାଖି ୮ କୋଟି ଟଙ୍କା ହେବ ।