ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

କଙ୍ଗନାଙ୍କୁ ମାଡ଼ ମାମଲା, ଆସିଲା ସିଆଇଏସ୍‌ଏଫ ଯବାନଙ୍କ ଭାଇଙ୍କ ପ୍ରତିକ୍ରିୟା

ନୂଆଦିଲ୍ଳୀ: ଚଣ୍ଡିଗଡ଼ ଏୟାରପୋର୍ଟରେ ନବନିର୍ବାଚିତ ବିଜେପି ସାଂସଦ କଙ୍ଗନା ରଣାଓ୍ବତଙ୍କୁ ମାଡ଼ ମାରିଥିବା ସିଆଇଏସ୍‌ଏଫ କନେଷ୍ଟବଳ କୁଲବିନ୍ଦର କୌରଙ୍କ ଭାଇଙ୍କ ପ୍ରତିକ୍ରିୟା ମିଳିଛି । ଏହି ମାମଲାରେ ଭଉଣୀଙ୍କୁ ପୂର୍ଣ୍ଣ ସମର୍ଥନ କରିବେ ବୋଲି କୁଲବିନ୍ଦର କୌରଙ୍କ ଭାଇ ଏବଂ ଚାଷୀ ନେତା ଶେର ସିଂହ ମାହିବାଲ କହିଛନ୍ତି । କଙ୍ଗନାଙ୍କୁ ତାଙ୍କ ଭଉଣୀ ଚାପୁଡ଼ା ମାରିଥିବା ନେଇ ସେ ଗଣମାଧ୍ୟରେ ପ୍ରସାରିତ ଖବରରୁ ଜାଣିବାକୁ ପାଇଥିଲେ ବୋଲି କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ‘ମୁଁ ଏବେ ପୂରା ଘଟଣାକ୍ରମ ବୁଝିସାରିଛି । କଙ୍ଗନାଙ୍କ ପର୍ସ ଏବଂ ମୋବାଇଲ ଯାଞ୍ଚ ସମୟରେ ଘଟଣାଟି ଘଟିଛି ।କଙ୍ଗନା କହିଥିଲେ, ମହିଳାମାନେ ୧୦୦ ଟଙ୍କା ନେଇ ଚାଷୀ ଆନ୍ଦୋଲନରେ ସାମିଲ ହେଉଛନ୍ତି ।ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ମୋ ଭଉଣୀ ନିଶ୍ଚିତ ଭାବରେ ଭାଗବିହ୍ବଳତାର ସହ ରାଗି ଯାଇଥିବ । ଫଳରେ ଏଭଳି ଘଟଣା ଘଟିଛି ।’ 

 ବିଜେପି ସାଂସଦ କଙ୍ଗନା ରଣାଓ୍ବତଙ୍କୁ ମାଡ଼ ମାମଲାରେ ଅଭିଯୁକ୍ତ କୁଲବିନ୍ଦର କୌରଙ୍କ ଭାଇ ପ୍ରତିକ୍ରିୟା ରଖିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଉଭୟ ଚାଷୀ ଏବଂ ଯବାନ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ଏବଂ ସେମାନେ ଯେକୌଣସି ଉପାୟରେ ନିଜର କର୍ତ୍ତବ୍ୟ କରୁଛନ୍ତି । ଏହି ମାମଲାରେ ମୁଁ ମୋ ଭଉଣୀକୁ ପୂର୍ଣ୍ଣ ସମର୍ଥନ ଦେବି ବୋଲି  ଶେର ସିଂହ ମାହିବାଲ କହିଛନ୍ତି ।

 ସୂଚନାଯୋଗ୍ୟ, ଜୁନ୍‌ ୭ରେ ଦିଲ୍ଲୀରେ ଆୟୋଜିତ ଏନଡିଏ ବୈଠକରେ ସାମିଲ ହେବାକୁ ନବନିର୍ବାଚିତ ବିଜେପି ସାଂସଦ କଙ୍ଗନା ରଣାଓ୍ବତ ଚଣ୍ଡିଗଡ଼ ଏୟାରପୋର୍ଟରେ ପହଞ୍ଚିଥିଲେ ।ସେଠାରୁ ସେ ବିମାନ ଯୋଗେ ଦିଲ୍ଲୀ ଯିବାର ଥିଲା ।ତେବେ ସେଠାରେ ସୁରକ୍ଷା ସମ୍ବନ୍ଧୀୟ ଯାଞ୍ଚ ସମୟରେ କଙ୍ଗନାଙ୍କୁ ସିଆଇଏସଏଫ କନେଷ୍ଟବଳ କୁଲବିନ୍ଦର କୌର ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଥିଲା । କଙ୍ଗନାଙ୍କ ଅଭିଯୋଗ କ୍ରମେ କୌରଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ଏହା ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ବେଳେ ତାଙ୍କ ବିରୋଧରେ ତଦନ୍ତ କରୁଛି ସିଆଇଏସ୍‌ଏଫ ।  

  • BJP
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.