ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ବିମାନକୁ ବୋମା ଧମକ ପରେ ନାଗପୁରରେ ଜରୁରୀ ଅବତରଣ, ୫ ଦିନରେ ଦ୍ବିତୀୟ ଘଟଣା

Published By : Harapriya Biswal | June 17, 2025 5:03 PM

ନୂଆଦିଲ୍ଲୀ,୧୭।୬: ଥମୁନି ବିମାନ ଯାତ୍ରା ପ୍ରତି ବିପଦ। ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା ପରେ ଯାତ୍ରା  ପାଇଁ ବଢୁଛି ଭୟ।   ଦିଲ୍ଲୀରୁ କୋଚି ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ବିମାନକୁ ମିଳିଛି ବୋମା ଧମକ। ଏହାପରେ ବିମାନକୁ ନାଗପୁରରେ କରାଯାଇଥିଲା ସୁରକ୍ଷିତ ଅବତରଣ। ପ୍ରୋଟୋକଲ୍ ଅନୁସାରେ ବିମାନର ସମ୍ପୂର୍ଣ୍ଣ ଭାବରେ ଯାଞ୍ଚ କରାଯାଇଥିଲା। ଗତ ୫ ଦିନ ମଧ୍ୟରେ ବିମାନକୁ ବୋମା ଧମକ ଦେବାର ଏହା ହେଉଛି ତୃତୀୟ ଆକ୍ରମଣ। ଏହା ପୂର୍ବରୁ ସୋମବାର ଲୁଫତାନ୍ସା ଏୟାରଲାଇନ୍ସର ବିମାନକୁ ମଧ୍ୟ ବୋମା ଧମକ ମିଳିଥିଲା। ଏହି ବିମାନ ଜର୍ମାନରୁ ହାଇଦ୍ରାବାଦ ଆସୁଥିଲା। ସେଭଳି ଶୁକ୍ରବାର ଫୁକେଟରୁ ଉଡାଣ ଭରିଥିବା ଏୟାର ଇଣ୍ଡିଆ ବିମାନକୁ ବମ୍ ଧମକ ମିଳିଥିଲା। ଏହାପରେ ବିମାନ ଫୁକେଟ୍ ଏୟାରପୋର୍ଟରେ ଲ୍ୟାଣ୍ଡ କରିଥିଲା।  

ସେପଟେ ପୁଣି ଏୟାରଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ।ଇଞ୍ଜିନରେ ସମସ୍ୟା ଯୋଗୁଁ ଆମେରିକାର ସାନ୍ ଫ୍ରାନସିସ୍କୋରୁ ମୁମ୍ବାଇ ଅଭିମୁଖେ ଆସୁଥିବା ବିମାନର କୋଲକାତାରେ ଏମରଜେନ୍ସିଂ ଲ୍ୟାଣ୍ଡିଂ। ସେପେଟ ଆମେରିକାର ସାନ୍ ଫ୍ରାନ୍ସିସ୍କୋରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି। ଏହି କାରଣରୁ ଯାତ୍ରୀଙ୍କୁ କୋଲକାତା ଏୟାରପୋର୍ଟରେ ଓହ୍ଲାଇବାକୁ ପଡିଛି। ଏହି ଘଟଣା ମଙ୍ଗଳବାର ଭୋର ସମୟରେ ଦେଖିବାକୁ ମିଳିଛି। ଯାତ୍ରୀଙ୍କୁ ସୁରକ୍ଷା ଦୃଷ୍ଟିରୁ ପାଇଲଟ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଏହା ପୂର୍ବରୁ ଗତକାଲି   ଘଟିଥିଲା ସମାନ ଘଟଣା। ହଂକଂରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନ ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହଂକଂ ଫେରିଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.