ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

କାନାଡ଼ାରେ ପ୍ରଧାନମନ୍ତ୍ରୀ ମୋଦି, ଦୁଇଦିନିଆ G-7 ଶିଖର ସମ୍ମିଳନୀରେ ହେବେ ସାମିଲ

Published By : Ankita S | June 17, 2025 8:32 AM

ନୂଆଦିଲ୍ଲୀ୧୭/୦୬: ତ୍ରିରାଷ୍ଟ୍ରୀୟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଇପ୍ରସ୍ ପରେ ଆଜି (ମଙ୍ଗଳବାର) କାନାଡ଼ାରେ ପହଞ୍ଚିଛନ୍ତି । ଦୁଇଦିନିଆ ୫୧ତମ ଜି ୭ ଶିଖର ସମ୍ମିଳନୀରେ ସାମିଲ ହେବାକୁ କାନାଡ଼ାରେ ପହଞ୍ଚିଛନ୍ତି ମୋଦି । କାଲଗେରୀ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଜି ୭ ଶିଖର ସମ୍ମିଳନୀ ହେବ । ବିଭିନ୍ନ ଦେଶର ନେତାଙ୍କ ସହ ଆଲୋଚନା କରିବେ ମୋଦି । ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଭିମୁଖ୍ୟ ଉପରେ ବିଶ୍ୱର ନଜର ରହିଛି ।

#WATCH | Canada: PM Narendra Modi receives a warm welcome as he lands in Calgary. He will attend the 51st G7 Summit in Kananaskis, Alberta. #PMModiAtG7

Source: DD https://t.co/lK5LNoG8Qy pic.twitter.com/4dga9ufQG7

ତ୍ରିରାଷ୍ଟ୍ରୀୟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ରବିବାର ପ୍ରଥମେ ସାଇପ୍ରସ୍‌ ଗସ୍ତ କରିଥିଲେ । ଇନ୍ଦିରା ଗାନ୍ଧୀ ଓ ଅଟଳ ବିହାରୀ ବାଜେପୟୀଙ୍କ ପରେ ତୃତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ସାଇପ୍ରସ୍‌ ଗସ୍ତ କରିଥିଲେ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ନିବେଶ, ସୁରକ୍ଷା, ଟେକ୍ନୋଲୋଜି ଓ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଥିଲା । ସାଇପ୍ରସ୍‌ ଗସ୍ତ ସାରି ମୋଦି ଆଜି କାନାଡ଼ାରେ ପହଞ୍ଚିଛନ୍ତି । ଆଜି ଓ ଆସନ୍ତାକାଲି କାନାଡା ଆଲବର୍ଟା ପ୍ରଦେଶର କାନାନାସ୍କିସ୍‌ ଠାରେ ଜି-୭ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ ।

ଅଧିକ ପଢନ୍ତୁ...ପିଏମ୍ ମୋଦିଙ୍କୁ ମିଳିଲା ସାଇପ୍ରସ୍‌ର ସର୍ବୋଚ୍ଚ ନାଗରିକ ସମ୍ମାନ, ଆତଙ୍କ ବିରୋଧି ଲଢେଇକୁ ରାଷ୍ଟ୍ରପତି ନିକୋସ୍ ଦେଲେ ସମର୍ଥନ

କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଗତ ୬ ତାରିଖରେ ମୋଦିଙ୍କୁ ଫୋନ୍‌ କରି ସମ୍ମିଳନୀରେ ଯୋଗଦେବା ଲାଗି ନିମନ୍ତ୍ରଣ କରିଥିଲେ । କାନାଡ଼ା ଗସ୍ତ ସାରି ଜୁନ ୧୮ରେ ଅର୍ଥାତ ଆସନ୍ତାକାଲି (ବୁଧବାର) ମୋଦି କ୍ରୋଏସିଆ ଯିବେ । କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ କ୍ରୋଏସିଆ ଗସ୍ତ ହେବ । ରାଜଧାନୀ ଜାଗ୍ରେବରେ ମୋଦି କ୍ରୋଏସିଆ ପ୍ରଧାନମନ୍ତ୍ରୀ ଆନ୍ଦ୍ରେଜ ପ୍ଲେଙ୍କୋଭିଚ୍‌ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିବେ । ସେଠାକାର ରାଷ୍ଟ୍ରପତି ଜୋରାନ ମଲେନୋଭିଚଙ୍କୁ ମଧ୍ୟ ମୋଦି ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

ଅଧିକ ପଢନ୍ତୁ...୧୦ ବିଲିୟନ ଡଲାର ନିବେଶ,୫୦% ଡିଜିଟାଲ ପେମେଣ୍ଟ...ସାଇପ୍ରସରେ ଭାରତର ଶକ୍ତି କହିଲେ ପ୍ରଧାନମନ୍ତ୍ରୀ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.